କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସହ ଚୁକ୍ତି ସ୍ୱାକ୍ଷର କରିଛି ଆମାଜନ ଇଣ୍ଡିଆ

Spread the love

ଭୁବନେଶ୍ୱର: ଆମାଜନ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଉଛି ଯେ, ଏହା ଆମାଜନ ଓ ଏହାର ଷ୍ଟାଫିଙ୍ଗ ଏଜେନ୍ସିଗୁଡିକରେ ନିଯୁକ୍ତି ସୁଯୋଗ ଉପଲବ୍ଧତାକୁ ସୁଗମ କରିବା ପାଇଁ ନ୍ୟାଶନାଲ କ୍ୟାରିୟର ସର୍ଭିସ (ଏନ୍‌ସିଏସ୍‌) ପୋର୍ଟଲକୁ ଉପଯୋଗ କରିବା ଲାଗି କେନ୍ଦ୍ର ଶ୍ରମ ଓ ନିଯୁକ୍ତ ମନ୍ତ୍ରଣାଳୟ ସହ ଏକ ଏମ୍‌ଓୟୁ ସ୍ୱାକ୍ଷରିତ କରିଛି । ଏହା ଭାରତବ୍ୟାପୀ ରୋଜଗାର ସନ୍ଧାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏଭଳି କାର୍ଯ୍ୟ ସୁଯୋଗଗୁଡିକୁ ଦେଖିବା ପାଇଁ ସକ୍ଷମ କରିବ ଏବଂ ଆମାଜନ ଓ ଏହାର ଷ୍ଟାଫିଙ୍ଗ ଏଜେନ୍ସିଗୁଡିକୁ ଏନ୍‌ସିଏସ୍ ପୋର୍ଟାଲରେ ଜବ୍ ଓପ୍‌ନିଂ ପୋଷ୍ଟ କରିବା ଓ ପ୍ରାର୍ଥୀ ହାସଲ କରିବାରେ ସାହାଯ୍ୟ କରିବ । ଆମାଜନ ହେଉଛି ଏନ୍‌ସିଏସ୍ ପୋର୍ଟାଲ ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସହ ସହଭାଗିତା କରିଥିବା ପ୍ରଥମ ଇକମର୍ସ କମ୍ପାନୀ । ଏନ୍‌ସିଏସ୍ ପୋର୍ଟାଲରେ ପଞ୍ଜୀକରଣ କରିଥିବା ନିଯୁକ୍ତି ସନ୍ଧାନକାରୀମାନେ ଆମାଜନ କର୍ପୋରେଟ୍ ଅଫିସ୍ ଓ ଅପରେଶନ୍ସ ନେଟ୍‌ୱର୍କରେ ଅନ୍ୱେଷଣ କରିବା ଓ ଏକ ବିସ୍ତୃତ ଶୃଙ୍ଖଳାର ପଦବୀ ପାଇଁ ଆବେଦନ କରିବାକୁ ସକ୍ଷମ ହେବେ । ଏନ୍‌ସିଏସ୍‌ର ବିସ୍ତୃତ ଡାଟାବେସ୍ ପାଇଁ ପହଂଚ ଆମାଜନ ଓ ଏହାର ଷ୍ଟାଫିଙ୍ଗ୍ ଏଜେନ୍ସିଗୁଡିକୁ କ୍ୟାଣ୍ଡିଡେଟ ପ୍ରୋଫାଇଲକୁ ଅଧିକ ପ୍ରଭାଭୀ ରୂପେ ସୋର୍ସ କରିବା ଓ ଦେଶବ୍ୟାପୀ ବିଭିନ୍ନ ପଦବୀ ପାଇଁ ସେମାନଙ୍କୁ ନିଯୁକ୍ତ କରିବା ପାଇଁ ସକ୍ଷମ କରିବ । କମ୍ପାନୀ ଓ ଏହାର ଷ୍ଟାଫିଙ୍ଗ୍ ଏଜେନ୍ସିଗୁଡିକ ମହିଳା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମେତ କର୍ମଚାରୀ ଓ ସହଯୋଗୀଙ୍କ ଏକ ଟିମ୍‌କୁ ନିଯୁକ୍ତ କରିପାରିବେ । ଏହି ସହଭାଗିତା ଭାରତରେ ଉଭୟ ରୋଜଗାର ସନ୍ଧାନକାରୀ ବ୍ୟକ୍ତି ଓ ନିଯୁକ୍ତିଦାତାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ସମାଧାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ୨୦୨୪ ଆର୍ଥିକ ବର୍ଷରେ ଏସ୍‌ଏସ୍‌ସି ପୋର୍ଟାଲରେ ପଞ୍ଜୀକରଣ କରାଇଥିବା ନିଯୁକ୍ତି ସନ୍ଧାନକାରୀଙ୍କ ମୋଟ ସଂଖ୍ୟା ୮୭ ଲକ୍ଷରୁ ଅଧିକ ଥିଲା ।

ଏସମ୍ପର୍କରେ ଭାରତ, ଜାପାନ ଓ ଉଦୀୟମାନ ବଜାରଗୁଡିକରେ ଆମାଜନ ଷ୍ଟୋର୍‌ସର ଏଚ୍‌ଆର୍ / ପିପୁଲ୍‌ସ ଏକ୍ସପେରିଏନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗର ଉପାଧ୍ୟକ୍ଷ ଦୀପ୍ତି ବର୍ମା କହିଛନ୍ତି, “ଆମେ ଏନ୍‌ସିଏସ୍‌ର ବିସ୍ତୃତ ନେଟ୍‌ୱର୍କରେ ଆମର ପ୍ରାର୍ଥୀମାନଙ୍କର ଅନ୍ୱେଷଣକୁ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସହ ସହଭାଗିତା କରି ଉତ୍ସାହିତ ଅଛୁ । ନିଯୁକ୍ତି ସୁଯୋଗ ଉପଲବ୍ଧ କରିବା, ଜବ୍ ମ୍ୟାଚିଂକୁ ଉନ୍ନତି କରିବା ଏବଂ ବିଶେଷ କରି ଅଣସଂରକ୍ଷିତ ସମୁଦାୟଗୁଡିକର ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସନ୍ଧାନ ପାଇଁ ଏକ ସହଜ ମାଧ୍ୟମ ପ୍ରଦାନ କରିବା ସମ୍ପର୍କରେ ସଚେତନତା ବିସ୍ତାର କରିବା ଜରୁରୀ ଅଟେ । ନ୍ୟାଶନାଲ କ୍ୟାରିୟର ସର୍ଭିସ୍ ପୋର୍ଟାଲରେ ଆମାଜନରେ ନିଯୁକ୍ତି ସୁଯୋଗଗୁଡିକୁ ତାଲିକାଭୁକ୍ତ କରିବା ଦ୍ୱାରା, ଭାରତବ୍ୟାପୀ ନିଯୁକ୍ତି ସନ୍ଧାନକାରୀମାନେ ଆମେ ପ୍ରଦାନ କରୁଥିବା ବିଭିନ୍ନ ପଦବୀ ପାଇଁ ପହଂଚ ହାସଲ କରିପାରିବେ ।” ଏହି ସହଭାଗିତା ସମ୍ପର୍କରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଡା. ମନ୍‌ସୁଖ ମାଣ୍ଡଭ୍ୟ କହିଛନ୍ତି, “ଆମେ ଏହି ପ୍ରୟାସରେ ଏକ ମୂଲ୍ୟବାନ ସହଯୋଗୀରେ ପରିଣତ ହୋଇଥିବାରୁ ଏବଂ ନ୍ୟାଶନାଲ କ୍ୟାରିୟର ସର୍ଭିସ ପୋର୍ଟାଲ ସହ ଜଡିତ ହୋଇଥିବାରୁ ଆମାଜନ ଇଣ୍ଡିଆକୁ ପ୍ରଶଂସା କରୁଛୁ । ଏହି ସହଭାଗିତା ଆମାଜନରେ କାର୍ଯ୍ୟ ସୁଯୋଗଗୁଡିକର ବର୍ଦ୍ଧିତ ଦୃଶ୍ୟମାନତା କ୍ଷେତ୍ରରେ ଦୀର୍ଘ ପଥ ଅତିକ୍ରମ କରିବ । ଆମାଜନର ବିଭିନ୍ନ ପଦବୀ ଏବଂ ପ୍ରତିଭାମାନଙ୍କୁ ବିକଶିତ କରିବା ପ୍ରତି ସେମାନଙ୍କ ପ୍ରତିବଦ୍ଧତା ସହିତ ଆମେ ନିଶ୍ଚିତ ଯେ, ଏହି ସହଭାଗିତା ଦେଶର ଯୁବପିଢିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗଗୁଡିକୁ ଉନ୍ମୋଚନ କରିବ ।”

ଭାରତରେ ଏହାର ଆରମ୍ଭ ପରଠାରୁ ଆମାଜନ ୧୩ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିଛି । କମ୍ପାନୀ ପ୍ରତ୍ୟକ୍ଷ ରୂପେ ବିଭିନ୍ନ ପଦବୀରେ ୧.୨ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତ କରିଛି ଯେଉଁଥିରେ ଫୁଲ୍‌ଫିଲମେଂଟ ସେଂଟର, ଡିଷ୍ଟ୍ରିବ୍ୟୁଶନ ସେଂଟର, କଷ୍ଟମର ସର୍ଭିସ ଭଳି ପରିଚାଳନାଗତ ଭୂମିକା ସମେତ ସଫ୍ଟସ୍ୱେୟାର ଡେଭ୍‌ଲପମେଂଟ, ହ୍ୟୁମାନ ରିସୋର୍ସ, ପ୍ରୋଗ୍ରାମ ମ୍ୟାନେଜମେଂଟ୍‌, ମେଶିନ ଲର୍ଣ୍ଣିଂ ଡାଟା ସର୍ଭିସ ଓ ସେଲର ସପୋର୍ଟ ଭଳି କର୍ପୋରେଟ ଭୂମିକା ସାମିଲ ରହିଛି ।

 


Spread the love

Leave A Reply

Your email address will not be published.