ଆମାଜନ ପେ ପକ୍ଷରୁ ୟୁପିଆଇ ବାୟୋମେଟ୍ରିକ ପ୍ରମାଣୀକରଣ ଆରମ୍ଭ

Spread the love

ଭୁବନେଶ୍ୱର : ଆମାଜନ ପେ ପକ୍ଷରୁ ୟୁପିଆଇ ବାୟୋମେଟ୍ରିକ୍ ପ୍ରମାଣୀକରଣର ଶୁଭାରମ୍ଭ କରାଯାଇଛି । ଏହା ସହିତ କମ୍ପାନୀ ଏହି ଅଭିନବ ବୈଶିଷ୍ଟ୍ୟ ପ୍ରଚଳନ କରିବାରେ ଭାରତର ପ୍ରଥମ ପେମେଂଟ ସେବା ପ୍ରଦାନକାରୀମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଛି। ଗ୍ରାହକମାନେ ବର୍ତମାନ ପିନ ମନେ ରଖିବା କିମ୍ବା ପ୍ରବେଶ କରିବାର ଆବଶ୍ୟକତା ବିନା କେବଳ ଏକ ଫିଙ୍ଗରପ୍ରିଂଟ କିମ୍ବା ଫେସ ସ୍କାନ୍ ବ୍ୟବହାର କରି ଟ୍ରାଞ୍ଜାକ୍ସନକୁ ଅନୁମୋଦନ କରିପାରିବେ। ନୂତନ ବାୟୋମେଟ୍ରିକ୍ ପ୍ରମାଣୀକରଣରେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ ବିନା ୟୁପିଆଇ ପିନ ଏଂଟର କରି ଟ୍ରାଞ୍ଜାକ୍ସନ କରିପାରିବେ । ପ୍ରାରମ୍ଭିକ ସ୍ତରରେ ୯୦% ରୁ ଅଧିକ ଗ୍ରାହକ, ଯୋଗ୍ୟ ପିଅର-ଟୁ-ପିଅର୍ ୟୁପିଆଇ ଟ୍ରାଞ୍ଜାକ୍ସନ ପାଇଁ ବାୟୋମେଟ୍ରିକ୍ସକୁ ବାଛିଛନ୍ତି। ଏହି ସୁବିଧା ବିଳମ୍ବକୁ ଯଥେଷ୍ଟ ହ୍ରାସ କରି ଦେୟକୁ ଶୀଘ୍ର, ଅଧିକ ସହଜ ଏବଂ ସୁରକ୍ଷିତ କରିଥାଏ, କାରଣ ବାୟୋମେଟ୍ରିକ୍ ପ୍ରମାଣୀକରଣ ଗ୍ରାହକଙ୍କ ଡିଭାଇସ୍ ସହିତ ଯୋଡ଼ି ହୋଇଛି ଏବଂ ଏହାକୁ ସେୟାର କରାଯାଇପାରିବ ନାହିଁ। କାହାକୁ ଟଙ୍କା ପଠାଇବା କିମ୍ବା ଦୋକାନରେ ପେମେଂଟ କରିବା ସମୟରେ ଆମାଜନ୍ ପେ ୟୁପିଆଇ ବ୍ୟବହାର କରି ଆପଣଙ୍କ ବାଲାନ୍ସ ଯାଂଚ କରୁଥିଲେ ଆପଣଙ୍କ ଫିଙ୍ଗରପ୍ରିଂଟ କିମ୍ବା ମୁହଁ ଆପଣଙ୍କ ପାଇଁ ଅଧିକ ସୁରକ୍ଷିତ ହୋଇଥାଏ।
ଏସମ୍ପର୍କରେ ଆମାଜନ ଇଣ୍ଡିଆର ପେମେଂଟ ନିର୍ଦ୍ଦେଶକ ଗିରିଶ କ୍ରିଷ୍ଣନ କହିଛନ୍ତି, “ଆମର ଲକ୍ଷ୍ୟ ସର୍ବଦା ଡିଜିଟାଲ୍ ପେମେଂଟକୁ ସୁବିଧାଜନକ ଏବଂ ସୁରକ୍ଷିତ କରିବା ରହିଆସିଛି। ୟୁପିଆଇ ବାୟୋମେଟ୍ରିକ୍ ପ୍ରମାଣୀକରଣ ସହିତ, ଆମେ ଦୈନନ୍ଦିନ ପେମେଂଟରୁ ଅସୁବିଧାର ଆଉ ଏକ ସ୍ତର ହଟାଉଛୁ ଏବଂ ସେଗୁଡ଼ିକୁ ୨ ଗୁଣ ଶୀଘ୍ର କରୁଛୁ। ଆମେ ଦେଖୁଥିବା ବ୍ୟାପକ ଗ୍ରହଣୀୟତା ଏହାକୁ ଦୃଢ଼ କରୁଛି ଯେ ଗ୍ରାହକମାନେ ଗତି, ସରଳତା ଏବଂ ବିଶ୍ୱାସକୁ ମୂଲ୍ୟ ଦିଅନ୍ତି। ଏପର୍ଯ୍ୟନ୍ତ ମିଳିଥିବା ମତାମତ ଅତ୍ୟନ୍ତ ଉତ୍ସାହଜନକ ରହିଛି ।” ଏହି ଫିଚର୍ ବର୍ତମାନ ଆଣ୍ଡ୍ରଏଡ୍ ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ଅଛି, ଯାହା ଭାରତର ଡିଜିଟାଲ୍ ପେମେଂଟ ଇକୋସିଷ୍ଟମରେ ଆମାଜନ୍ ପେ’ର ନୂତନତା କ୍ଷେତ୍ରରେ ଅଗ୍ରଣୀ ସ୍ଥିତିକୁ ସୁଦୃଢ଼ କରୁଛି।


Spread the love

Leave A Reply

Your email address will not be published.