ଭାରତର ସର୍ବୋବୃହତ ପ୍ରାଇମ ଡେ ଇଭେଂଟ ହୋଇଛି ଆମାଜନ ପ୍ରାଇମ ଡେ ୨୦୨୩

Spread the love

ଭୁବନେଶ୍ୱର: ପ୍ରାଇମ ଡେର ଏହି ସପ୍ତମ ସଂସ୍କରଣ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ପ୍ରାଇମ ଡେ ଉତ୍ସବ ହୋଇଥିବା ଆମାଜନ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ଜୁଲାଇ ୧୫ ଓ ୧୬ ତାରିଖରେ ହୋଇଥିବା ପ୍ରାଇମ ଡେ ୨୦୨୩ରେ ପ୍ରାଇମ ସଦସ୍ୟମାନେ ସର୍ବୋତମ ଡିଲ, ନୂତନ ଉନ୍ମୋଚନ ଏବଂ ବ୍ଲକବଷ୍ଟର ମନୋରଞ୍ଜନ ମାଧ୍ୟମରେ ଖୁସି ଆବିଷ୍କାର କରିବାକୁ ସକ୍ଷମ ହୋଇଛନ୍ତି । ଏହି ସମୟରେ ପ୍ରାଇମ ସଦସ୍ୟମାନଙ୍କୁ ପ୍ରାୟ ୩୦୦କୋଟି ଟଙ୍କାର ବୃହତ ସଂଚୟ ପ୍ରଦାନ କରିବା ଲାଗି ହଜାର ହଜାର ବିକ୍ରେତା, ବ୍ରାଣ୍ଡ ଏବଂ ବ୍ୟାଙ୍କ ସହଯୋଗୀମାନେ ଏକତ୍ର ହୋଇଥିଲେ । ପ୍ରାଇମ ସଦସ୍ୟମାନେ ସର୍ବାଧିକ ସଂଖ୍ୟକ ସମାନ ଦିନ ଡେଲିଭରୀ ସହିତ ଦ୍ରୁତତମ ଡେଲିଭରୀର ଆନନ୍ଦ ନେଇଛନ୍ତି । ମେଟ୍ରୋଗୁଡ଼ିକରେ ତିନୋଟିରୁ ଗୋଟିଏ ଅର୍ଡର ପ୍ରାଇମ ଡେ ଶେଷ ହେବା ପୂର୍ବରୁ ଡେଲିଭରୀ କରାଯାଇଥିବାବେଳେ, ଅଧିକାଂଶ ଟିୟର ୧ ଏବଂ ୨ ସହରଜୁଡ଼ିକରେ ଦୁଇଟିରୁ ଗୋଟିଏ ଅର୍ଡର ଦୁଇ ଦିନରୁ କମ ସମୟ ମଧ୍ୟରେ ଡେଲିଭରୀ କରାଯାଇଛି । ଚଳିତ ପ୍ରାଇମ ଡେ ଉତ୍ସବରେ ପ୍ରାଇମ ସଦସ୍ୟତାରେ ଦୃଢ଼ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଗତବର୍ଷ ପ୍ରାଇମ ଉତ୍ସବ ଅପେକ୍ଷା ଚଳିତବର୍ଷ ୧୪% ଅଧିକ ସଦସ୍ୟ ସପିଂ କରିବା ସହିତ ସର୍ବାଧିକ ଏନଗେଜମେଂଟ ମଧ୍ୟ ଦେଖିବାକୁ ମିଳିଛି । ଏହି ଇଭେଂଟରେ ପ୍ରାଇମ ସଦସ୍ୟାମାନେ ଗୋଟିଏ ମିନିଟରେ ୨୨,୧୯୦ଟିର ସର୍ବାଧିକ ଅର୍ଡର କରିଛନ୍ତି । ୪୦୦ରୁ ଅଧିକ ପ୍ରମୁଖ ଭାରତୀୟ ଏବଂ ବିଶ୍ୱସ୍ତରୀୟ ବ୍ରାଣ୍ଡରୁ ୪୫,୦୦୦ରୁ ଅଧିକ ନୂଆ ଉତ୍ପାଦର ଶୁଭାରମ୍ଭ ଏବଂ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟଗୁଡ଼ିକ(ଏସଏମବି)ରୁ ୨୦୦୦ରୁ ଅଧିକ ନୂଆ ଉତ୍ପାଦର ଶୁଭାରମ୍ଭ କରାଯାଇଛି । ଏଥିରେ ପ୍ରମୁଖ ସେଲିଙ୍ଗ ବ୍ରାଣ୍ଡଗୁଡ଼ିକ ମଧ୍ୟରେ ବୋଟ, ସୋନି, ଏଲଜି, ସାମସଙ୍ଗ, ଫିଲିପ୍ସ, ୱିପ୍ରୋ, ୱାନପ୍ଲସ, ଲେଗୋ, ମେବିଲିନ, ପୁମା, ସୁଗର କସମେଟିକ, ପାମ୍ପର ଆଦି ସାମିଲ ରହିଛି ।

ଏହି ସପିଂ ଉତ୍ସବର ସଫଳତା ଉପରେ ମତବ୍ୟକ୍ତ କରି ଅକ୍ଷୟ ସାହି, ଡାଇରେକ୍ଟର, ପ୍ରାଇମ ଏବଂ ଡେଲିଭରୀ ଏକ୍ସପେରିଏନ୍ସ, ଆମାଜନ ଇଣ୍ଡିଆ କହିଛନ୍ତି ଯେ, “ମୁଁ ଆମର ବିକ୍ରେତା, ବ୍ରାଣ୍ଡ ସହଯୋଗୀ ଏବଂ ପ୍ରାଇମ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି ଯେଉଁମାନେ କି ଏହି ପ୍ରାଇମ ଡେକୁ ଭାରତରେ ବିଶାଳ କରିବାରେ ସାହାଯ୍ୟ କରିଛନ୍ତି । ବିଭିନ୍ନ ବର୍ଗର ବ୍ରାଣ୍ଡ ଏବଂ ବିକ୍ରେତାମାନେ ସମଗ୍ର ଭାରତରେ ଥିବା ମେଟ୍ରୋ ଏବଂ ଟିୟର ୨ ଓ ୩ର ନଗର ଏବଂ ସହରଗୁଡ଼ିକର ପ୍ରାଇମ ସଦସ୍ୟମାନଙ୍କ ଠାରୁ ଭଲ ପ୍ରତିକ୍ରିୟା ହାସଲ କରିଛନ୍ତି । ସବୁଠାରୁ ବଡ଼ ଉତ୍ପାଦ ଏବଂ ବ୍ରାଣ୍ଡ ଉନ୍ମୋଚନ, ବର୍ଷର ସର୍ବଶ୍ରେଷ୍ଠ ଡିଲ ସହିତ ଚଳିତ ପ୍ରାଇମ ଡେରେ ଆମେ ଗତ ବର୍ଷର ପ୍ରାଇମ ଡେ ତୂଳନାରେ ସର୍ବାଧିକ ସଂଖ୍ୟକ ସମାନ ଦିନର ଡେଲିଭରୀ ପ୍ରଦାନ କରିଛୁ ।” ସେହିଭଳି ସାମସଙ୍ଗ ଇଣ୍ଡିଆ ଏମଏକ୍ସ ବ୍ୟବସାୟର ସିନିୟର ଡାଇରେକ୍ଟର ଆଦିତ୍ୟ ବାବର କହିଛନ୍ତି ଯେ, “ଆମେ ଗ୍ୟାଲାକ୍ସି ଏମ୩୪ ୫ଜିର ସଫଳତାକୁ ନେଇ ଆନନ୍ଦିତ ଯାହାକି ଆମାଜନ ପ୍ରାଇମ ଡେରେ ନୂତନ ଉନ୍ମୋଚନ ଗୁଡ଼ିକ ମଧ୍ୟରେ ଏକ ନମ୍ବର ସେଲିଙ୍ଗ ସ୍ମାର୍ଟଫୋନ ଭାବେ ଉଭା ହୋଇଥିଲା ।” “ଆମାଜନ ଇଣ୍ଡିଆ ପ୍ରାଇମ ଡେ ୨୦୨୩ରେ ରୋଜମେରି ଓ ମୁଲତାନୀ ମାଟି ଭଳି ସ୍ୱତନ୍ତ୍ର ଉପାଦାନ ସହିତ ଉନ୍ମୋଚିତ ଆମର ନୂଆ ହେୟାରକେୟାର ଉତ୍ପାଦଗୁଡ଼ିକ ପ୍ରତି ଗ୍ରାହକଙ୍କ ପ୍ରତିକ୍ରିୟାକୁ ଦେଖି ଏବଂ ଏହି ଇଭେଂଟ ସମୟରେ ସର୍ବଭାରତୀୟ ସ୍ତରରେ ଲକ୍ଷ ଲକ୍ଷ ୟୁନିଟ ବିକ୍ରୟ କରି ଆମେ ଅତ୍ୟନ୍ତ ଆନନ୍ଦିତ ।”, ବୋଲି ଜାଇରସ ମାଷ୍ଟର, ହୋସାନା କଞ୍ଜ୍ୟୁମର ପ୍ରାଇଭେଟ ଲିମିଟେଡ(ମାମାଅର୍ଥ)ର ଚିଫ ବିଜନେସ ଅଫିସର କହିଛନ୍ତି ।

ଚଳିତ ପ୍ରାଇମ ଡେରେ ୪୫% ପ୍ରାଇମ ସଦସ୍ୟ ଆମାଜନ ପେ ରେ କିଣାକିଣି କରିଥିବାବେଳେ ସେଥିମଧ୍ୟରୁ ୮୨% ଟିୟର ୨ ଓ ୩ର ନଗର ଓ ସହରଗୁଡ଼ିକରୁ ରହିଛନ୍ତି ଏବଂ ୪ ଜଣଙ୍କ ମଧ୍ୟରୁ ଜଣେ ପ୍ରାଇମ ସଦସ୍ୟ ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡର ବ୍ୟବହାର କରିଛନ୍ତି । ପ୍ରାଇମ ସଦସ୍ୟମାନେ ନୂଆ ଟ୍ରାଭେଲ ଷ୍ଟୋରକୁ ପସନ୍ଦ କରିବା ସହିତ ଏହି ସମୟରେ ୧.୬ କୋଟି କି.ମିର ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ବୁକ କରାଯାଇଛି । ସେହିଭଳି ଶୁଭାରମ୍ଭ ହୋଇଥିବା ପ୍ରାଇମ ଭିଡିଓର ଉତ୍ସାହଭରା ଅରିଜିନାଲସ୍‌, ମୁଭି ଏବଂ ଶୋଗୁଡ଼ିକୁ ଉଭୟ ଭାରତ ଏବଂ ଏହା ବାହାରର ଗ୍ରାହକମାନେ ପସନ୍ଦ କରିଛନ୍ତି । ଭାରତର ୪,୪୯୦ ସହର ଏବଂ ନଗରଗୁଡ଼ିକରୁ ପ୍ରାଇମ ସଦସ୍ୟମାନେ ଏହି ସ୍ୱତନ୍ତ୍ର ପ୍ରାଇମ ଡେ ଉନ୍ମୋଚନଗୁଡ଼ିକୁ ଷ୍ଟ୍ରିମ କରିଛନ୍ତି । ଆହୁରି ମଧ୍ୟ ୨୩୦ରୁ ଅଧିକ ଦେଶ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡ଼ିକରୁ ପ୍ରାଇମ ସଦସ୍ୟମାନେ ପ୍ରାଇମ ଡେ ୨୦୨୩ର ଅଂଶ ଭାବେ ଶୁଭାରମ୍ଭ ହୋଇଥିବା ଭାରତୀୟ ଶୋ ଏବଂ ମୁଭିଗୁଡ଼ିକୁ ଦେଖିଛନ୍ତି ।


Spread the love

Leave A Reply

Your email address will not be published.