ଭୁବନେଶ୍ଵର,୦୩/୦୨: ଭାରତ–ଆମେରିକା ସମ୍ପର୍କରେ ଏକ ବଡ଼ ସଫଳତା। ଭାରତୀୟ ସାମଗ୍ରୀ ଉପରେ ଆମେରିକା ଲଗାଇଥିବା ଟାରିଫ୍କୁ ୨୫ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିଛି ଆମେରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସିଧାସଳଖ ଆଲୋଚନା ପରେ ଏହି ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ଟ୍ରମ୍ପ କହିଛନ୍ତି, “ମୋଦୀ ମୋର ଅତି ବଡ଼ ବନ୍ଧୁ। ସେ ଜଣେ ଶକ୍ତିଶାଳୀ ଏବଂ ସମ୍ମାନିତ ନେତା।” ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସହିତ ସହିତ ରୁଷ–ଯୁକ୍ରେନ ଯୁଦ୍ଧ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ମୁଦ୍ଦା ଉପରେ ଆଲୋଚନା ହୋଇଥିବା ସେ କହିଛନ୍ତି।
ଫେବୃଆରୀ ୨, ୨୦୨୬ରେ ଘୋଷିତ ହେଲା ଚୁକ୍ତି
ଫେବୃଆରୀ ୨, ୨୦୨୬ରେ ଘୋଷିତ ଏହି ଐତିହାସିକ ବାଣିଜ୍ୟ ଚୁକ୍ତି ୨୦୨୫ ଠାରୁ ଚାଲିଥିବା “ଟ୍ୟାରିଫ୍ ୱାର୍”କୁ ଅନେକ ହଦ ପର୍ଯ୍ୟନ୍ତ କମ କରିଦେଇଛି।
ଚୁକ୍ତିର ମୁଖ୍ୟ ବିଷୟଗୁଡ଼ିକ
🔹 ଶୁଳ୍କ ହ୍ରାସ: ଭାରତୀୟ ସାମଗ୍ରୀ ଉପରେ ଆମେରିକା ଲଗାଇଥିବା ‘ରେସିପ୍ରୋକାଲ୍ ଟ୍ୟାରିଫ୍’ ୨୫%ରୁ କମି ୧୮%।
🔹 ଜରିମାନା ପ୍ରତ୍ୟାହାର: ରୁଷିଆଠାରୁ ତେଲ କିଣିବା ନେଇ ୨୦୨୫ ଅଗଷ୍ଟ ୨୭ରେ ଲଗାଯାଇଥିବା ୨୫% ଅତିରିକ୍ତ ଶୁଳ୍କ ସମ୍ପୂର୍ଣ୍ଣ ଭାବେ ବାତିଲ।
🔹 ତେଲ ଆମଦାନୀରେ ପରିବର୍ତ୍ତନ: ଭାରତ ଏବେ ରୁଷିଆଠାରୁ ଅଶୋଧିତ ତେଲ କିଣିବା ବନ୍ଦ କରି, ଆମେରିକା ଓ ଭେନେଜୁଏଲାଠାରୁ ତେଲ ଆମଦାନୀ କରିବ।
🔹 ଭାରତର ପ୍ରତିଶ୍ରୁତି: ଆମେରିକୀୟ ସାମଗ୍ରୀ ଉପରୁ ଶୁଳ୍କ କମାଇ ଶୂନ୍ୟ କରିବାକୁ ଭାରତ ସହମତ।
🔹 ବଡ଼ ନିବେଶ ଯୋଜନା: ଶକ୍ତି, ପ୍ରଯୁକ୍ତିବିଦ୍ୟା ଓ କୃଷି କ୍ଷେତ୍ରରେ ଆମେରିକାଠାରୁ ୫୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ କିଣିବାକୁ ଭାରତ ଲକ୍ଷ୍ୟ ରଖିଛି।