ଆଣ୍ଡାମାନରେ ହେବ ସାଭରକରଙ୍କ ବିଶାଳ ପ୍ରତିମା, ଇତିହାସରେ ନୂଆ ଅଧ୍ୟାୟ

Spread the love

ଭୁବନେଶ୍ୱର: ସାଗର ପ୍ରାଣ୍ ତାଲାମାଲାଲା ……” ଏହି କାଳଜୟୀ ପଂକ୍ତିଗୁଡିକ ଅଗଣିତ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଅଗ୍ନି ପ୍ରଜ୍ଜ୍ୱଳିତ କରିଛି । ସ୍ୱତନ୍ତ୍ରବୀର ବିନାୟକ ଦାମୋଦର ସାଭରକର ୧୧୬ ବର୍ଷ ପୂର୍ବେ ଏହି କିମ୍ବନ୍ଦତୀ କବିତାର ରଚନା କରିଥିଲେ । ଏହି ଐତିହାସିକ ଅବସରକୁ ପାଳନ କରି ଭାଲ୍ୟୁବଲ ଗ୍ରୁପ ପକ୍ଷରୁ ଆସନ୍ତା ଡିସେମ୍ବର ୧୨ ତାରିଖରେ ଆଣ୍ଡାମାନର ଶ୍ରୀ ବିଜୟ ପୁରମଠାରେ ‘ସାଗର ପ୍ରାଣ୍ ତାଲାମାଲାଲା’ ଶୀର୍ଷକ ଏକ ବିଶାଳ ସ୍ମାରକୀ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି । ଏହି ଅବସରରେ ବେଓଦାନାବାଦଠାରେ ସମୁଦ୍ର ଉପକୂଳରେ ସ୍ୱତନ୍ତ୍ରବୀର ବିନାୟକ ଦାମୋଦର ସାଭରକର୍‌ଙ୍କର ଏକ ବିଶାଳ ପ୍ରତିମୂର୍ତି ଉନ୍ମୋଚନ କରାଯିବ । ଏହି ଉନ୍ମୋଚନ କାର୍ଯ୍ୟକ୍ରମକୁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆରଏସଏସର ସର୍‌ସଂଘଚାଳକ ଡଃ ମୋହନ ଭାଗବତ ପରିଚାଳନା କରିବେ । ଏହି ବିଶାଳ ସମାରୋହରେ ସ୍ୱତନ୍ତ୍ର ଅତିଥି ଭାବେ ମହାରାଷ୍ଟ୍ରର ସାଂସ୍କୃତିକ ବ୍ୟାପାର ଓ ଆଇଟି ମନ୍ତ୍ରୀ ଆଡ୍‌ଭୋକେଟ ଆଶିଷ ସେଲାରଙ୍କ ସମେତ ପଦ୍ମଶ୍ରୀ ପଣ୍ଡିତ ହୃଦୟନାଥ ମଙ୍ଗେସକର, ଉଷା ମଙ୍ଗେସକର, ରଣଦୀପ ହୁଡା, ଡକ୍ଟର ବିକ୍ରମ ସମ୍ପଥ ଓ ଶରଦ ପୋଙ୍କସେଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ପ୍ରତିମୂର୍ତିକୁ ମୁମ୍ବାଇସ୍ଥିତ ଭାଲ୍ୟୁବଲ ଗ୍ରୁପର ପ୍ରତିଷ୍ଠାତା, ଶ୍ରୀ ଅମିୟ ହେଟେ ପରିକଳ୍ପନା କରିବା ସହ ତାହାକୁ ଜୀବନ୍ତ ରୂପ ଦେଇଛନ୍ତି । ଏହି ପ୍ରତିମୂର୍ତି ସାଭରକରଙ୍କ ଅଟଳ ଜାତୀୟତାବାଦ, ତ୍ୟାଗ ଓ ନିର୍ଭୀକ ଚିନ୍ତାଧାରାର ଏକ ଜୀବନ୍ତ ପ୍ରତୀକ ଭାବେ ଉଭା ହେବ । ଏହି ପ୍ରତିମୂର୍ତିକୁ ନିକଟରେ ମହାରାଷ୍ଟ୍ର ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ଶ୍ରୀ ରାମ ସୁତାର ନିର୍ମାଣ କରିଛନ୍ତି । କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପଣ୍ଡିତ ହୃଦୟନାଥ ମଙ୍ଗେସକର, ଉଷା ତାଇ ଓ ତାଙ୍କ ଟିମ ଦ୍ୱାରା ସଭରକରଙ୍କ ରଚୟିତ ‘ନେ ମାଜାସି ନେ ପାରତ ମାତୃଭୂମିଲା, ସାଗର ପ୍ରାଣ ତାଲାମାଲାଲା…..” ପ୍ରଦର୍ଶିତ ହେବ । ଏସମ୍ପର୍କରେ ଭାଲ୍ୟୁବଲ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଅମିୟ ହେଟେ କହିଛନ୍ତି, “ଏହି ସମାରୋହ କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଭାରତର ସ୍ୱାଧୀନତା ସଂଗ୍ରାମର ପ୍ରେରଣାଦାୟୀ ଇତିହାସ ପ୍ରତି ଏକ ବିନମ୍ର ସଲାମ । ଭବିଷ୍ୟତ ପିଢିଙ୍କ ହୃଦୟରେ ଦେଶପ୍ରେମର ଜ୍ୱାଳା ପ୍ରଜ୍ଜ୍ୱଳିତ କରିବା ପାଇଁ ଏହା ଏକ ପ୍ରୟାସ ଅଟେ । ଆମ ପାଇଁ ଏହି ସମାରୋହ କେବଳ ଏକ ସମ୍ମାନ ନୁହେଁ ବରଂ ବୀର ସାଭରକରଙ୍କୁ ଭାରତ ପାଇଁ ତାଙ୍କର ବଳିଦାନ ଓ ସେବା ପାଇଁ ଅମାର କୃତଜ୍ଞତା ବ୍ୟକ୍ତ କରିବାର ଏକ ମାଧ୍ୟମ ଅଟେ ।”


Spread the love

Leave A Reply

Your email address will not be published.