ଆସନ୍ତାକାଲି ବିଶାଳ ଚାଷୀ ସମାବେଶ,ରାଜରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ

ଭୁବନେଶ୍ଵର,୨୩/୦୨:ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୋହନ ସରକାର ଙ୍କ ବାହାସ୍ପୋଟ ବିରୁଦ୍ଧରେ ପ୍ରଖର ଓ ଶାଣିତ ସ୍ୱର ଉଠାଇବେ ବିଜେଡି ସୁପ୍ରିମୋ। ଚାଷୀ, ଆଇନ ଶୃଙ୍ଖଳା ଭଳି କିଛି ବୃହତ୍ ସମସ୍ୟା ନେଇ ଆସନ୍ତାକାଲି ଭୁବନେଶ୍ଵର ରାଜରାସ୍ତାରେ

ଖାଦ୍ୟରେ ବିଷ ,ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଖାଦ୍ୟରେ ଅପମିଶ୍ରଣ

ଭୁବନେଶ୍ଵର,୨୩/୦୨:ପିଲାମାନଙ୍କୁ Horlicks ପିଆଉଛନ୍ତି କି? ସାବଧାନ! Horlicks ରେ ବି ହେଉଛି ଅପମିଶ୍ରଣ।ବିଧାନସଭାରେ ଏ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।ଖୋର୍ଦ୍ଧା ଜିଲ୍ଲାରେ ତ ସବୁ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଛି ।ବୌଦ୍ଧ, ଢେଙ୍କାନାଳ, ଜଗତସିଂପୁର ଏବଂ

ICC Men’s T20 World Cup 2026 : ବୁମ୍ରାଙ୍କ ପାୱାରଫୁଲ୍ ବୋଲିଂ,ଭାରତ ଆଗରେ ୧୮୮ ରନର ଟାର୍ଗେଟ୍ ରଖିଲା…

ଅହମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛିଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬(ICC Men's T20 World Cup 2026)ର ସୁପର-୮ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍ କରିଛି। ଭାରତକୁ ଏହି ମୁକାବିଲା ଜିତିବାକୁ ହେଲେ୧୮୮ ରନ୍ କରିବାକୁ

୨୦୨୬ର ପ୍ରଥମ ଚନ୍ଦ୍ର ଗ୍ରହଣ,କେବେ ପାଳିବେ ହୋଲି

ଭୁବନେଶ୍ଵର,୨୨/୦୨:୨୦୨୬ର ପ୍ରଥମ ଚନ୍ଦ୍ର ଗ୍ରହଣ। ପୁଣି ବଡ଼ ଗ୍ରହଣ ଏ ଏଥର ଦୋଳ ପୂର୍ଣ୍ଣିମା ଫାଲଗୁନ ପୂର୍ଣ୍ଣିମାରେ ପଡ଼ୁଛି । ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହାକୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଏହି ଗ୍ରହଣ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ତେଣୁ ଏହାର ଘାତ ସମୟ କେବେ

ଆମ ଗୌରବ ଆମ କଲେଜ : ୧୨ଟି ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ପାଇଁ ୧.୭୩ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର ୨୨/୦୨:ଆମ ଗୌରବ ଆମ କଲେଜ ଯୋଜନା ଅଧୀନରେ ରାଜ୍ୟରେ ଗୋଟିଏ ବିଶ୍ୱ ବିଦ୍ୟାଳୟ ଏବଂ ୧୧ଟି ମହାବିଦ୍ୟାଳୟର ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ରେଭେନ୍ସା ବିଶ୍ୱ ବିଦ୍ୟାଳୟ, କଟକ, ଆଗଲପୁର ପଞ୍ଚାୟତ ସମିତି (ଡିଗ୍ରୀ) ମହାବିଦ୍ୟାଳୟ,

ଅପରେସନ ସାଇବର କବଚ: ୧୮୭ଜଣ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର,୨୨/୦୨:ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ ଦଶମ ଦିନରେ ଜୋରଦାର ଭାବେ ଜାରି ରହିଛି।ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅଧୀନରେ ସମଗ୍ର ରାଜ୍ୟରେ ମୋଟ ୩,୬୨୫ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ କୋର୍ କମିଟି ବୈଠକ

ଭୁବନେଶ୍ଵର,୨୨/୦୨:ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ କୋର୍ କମିଟି ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ, ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟ ପାଲ

ଆସନ୍ତାକାଲି ଠୁ ରାଜ୍ୟରେ ବର୍ଷା

ଭୁବନେଶ୍ଵର,୨୨/୦୨:ଦକ୍ଷିଣ–ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ସ୍ପଷ୍ଟ ଚିହ୍ନତ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ଫେବୃଆରୀ 23 ଠାରୁ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।ସକ୍ରିୟ ଥିବା

ଦିଲ୍ଲୀରୁ ମିରଟ ଯାତ୍ରା ,ଏଣିକି ମାତ୍ର ୫୫ ମିନିଟରେ

ନୂଆଦିଲ୍ଲୀ,୨୨/୦୨:ଦିଲ୍ଲୀରୁ ମିରଟ ଯାତ୍ରା । ଏଣିକି ମାତ୍ର ୫୫ ମିନିଟରେ ।ଭାରତର ସବୁଠୁ ସେମି ହାଇସ୍ପିଡ୍ ଟ୍ରେନ୍ ନମୋ ଭାରତ ରାପିଡ୍ ରେଳର ସମ୍ପୂର୍ଣ୍ଣ କରିଡରକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।କମ୍ ଦାମରେ ମିଳିବ ଉଚ୍ଚମାନର ସୁବିଧା। ଭାରତର ସବୁଠାରୁ ଦ୍ରୁତତମ ମେଟ୍ରୋ

୨୦ତମ ଭବ୍ୟ ତୋଷାଳି ସ୍ବଦେଶୀ ମେଳା ରେ ହସ୍ତତନ୍ତ ଫ୍ୟାଶନ୍ ଶୋ

ଭୁବନେଶ୍ୱର,୨୨/୦୨: ୨୦ତମ ଭବ୍ୟ ତୋଷାଳୀ ସ୍ୱଦେଶୀ ମେଳା ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଏକ ଆକର୍ଷଣୀୟ ହସ୍ତତନ୍ତ ଫ୍ୟାଶନ୍ ଶୋ ଅନୁଷ୍ଠିତ ହୋଇଥିଲା। ଏହି ଶୋ ଓଡ଼ିଶାର ସମୃଦ୍ଧ ବୟନ ପାରମ୍ପରିକତାକୁ ଆଧୁନିକ ମଞ୍ଚରେ ଉପସ୍ଥାପନ କରି ମେଳାର ମୁଖ୍ୟ ଆକର୍ଷଣରେ