Ayurvedic Treatment: ରାୟଗଡ଼ା ଗ୍ରାମୀଣ ଚର୍ଚ୍ଚା’ରେ ଆୟୁର୍ବେଦିକ ଚିକିତ୍ସାର ପ୍ରୋତ୍ସାହନ

ଶ୍ରୀ ନାରଦ ଆୟୁର୍ବେଦର ସଫଳତା (Ayurvedic Treatment Success)

Spread the love

ରାୟଗଡ଼ା, ୧୯. ୦୩.୨୬  : Ayurvedic Treatment at Rayagada ,   ପାଟଣାଗଡ଼ର ଶ୍ରୀ ନାରଦ ଆୟୁର୍ବେଦିକ କେନ୍ଦ୍ରର ତୃତୀୟ ପିଢ଼ି ବୈଦ୍ୟ ଶାନ୍ତନୁ କୁମାର ବୁଧିଆ ଏବେ ରାୟଗଡ଼ା (Rayagada)  ଗ୍ରାମୀଣ ଚର୍ଚ୍ଚାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଗନ୍ଧମାର୍ଦ୍ଦନ ପାହାଡ଼ର ଦୁର୍ଲଭ ଚେରମୂଳି ସାହାଯ୍ୟରେ ସେ ଅନେକ ଅସାଧ୍ୟ ରୋଗର ଚିକିତ୍ସା କରୁଛନ୍ତି, ଯାହା ଆଧୁନିକ ଚିକିତ୍ସା ବିଜ୍ଞାନରେ କେବଳ ଅସ୍ତ୍ରୋପଚାର ଦ୍ୱାରା ସମ୍ଭବ ବୋଲି କୁହାଯାଏ । ଗତ ୩୦ ବର୍ଷ ଧରି ବୁଧିଆ ନିଜ ପାରିବାରିକ ପରମ୍ପରାକୁ ବଜାୟ ରଖିଛନ୍ତି। ସେ କିଡନୀ ପଥରୀଠାରୁ ଆରମ୍ଭ କରି ହୃଦରୋଗ ପର୍ଯ୍ୟନ୍ତ ନିଜ ହାତରେ ଔଷଧ ପ୍ରସ୍ତୁତ କରଛନ୍ତି। ବିଶେଷ କରି ସେ ବୃଦ୍ଧବୃଦ୍ଧାମାଙ୍କୁ ଅଧିକ ବୟସ କାରଣରୁ ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ମନା କରହିଥାଏ , ସେଇଥିପାଇଁ ଏହି ହେର୍ବାଲ ଫର୍ମୁଲା ଏକ ନୂଆ ଆଶା ସଞ୍ଚାର କରୁଛି । ହୃଦୟର ବ୍ଲକେଜ୍ ଓ ପଥରୀ ଦୂର କରିବାରେ ତାଙ୍କ ଔଷଧ ବେଶ ପ୍ରଭାବଶାଳୀ ବୋଲି ସେ ଦାବି କରିଛନ୍ତି।

କେବଳ ପାରମ୍ପରିକ ଜ୍ଞାନ ନୁହେଁ, ବରଂ ନିଜର ଚିକିତ୍ସା ପଦ୍ଧତିକୁ ବିଜ୍ଞାନସମ୍ମତ କରିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି। ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ତାଙ୍କର ଔଷଧ ଉପରେ ବୈଜ୍ଞାନିକ ଗବେଷଣା ଚାଲିଥିବା ବେଳେ ଆୟୁଷ ମନ୍ତ୍ରାଳୟରେ ପେଟେଣ୍ଟ ପାଇଁ ଆବେଦନ ସ୍ତରରେ ରଖାଯାଇଛି । ପଞ୍ଚଭୂତ ଓ ତ୍ରିଦୋଷ ନୀତିରେ ପର୍ଯ୍ୟବେସିତ ଏହି ଚିକିତ୍ସାକୁ ସେ ଏକ ପ୍ରମାଣ-ଭିତ୍ତିକ ରୂପ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ସାଧାରଣ ଲୋକଙ୍କ ପାଇଁ ଏହି ସେବାକୁ ସୁଲଭ କରିବାକୁ ଶାନ୍ତନୁ ଗୁରୁତ୍ୱ ଦିଅନ୍ତି। କାଶ କିମ୍ବା ପେଟ ବେଦନା ଭଳି ସାମାନ୍ୟ ସମସ୍ୟା ପାଇଁ ଔଷଧ ମାତ୍ର ୫୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଜଟିଳ ରୋଗ ପାଇଁ ଏହା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇଥାଏ।

ଆହୁରି ପଢନ୍ତୁ – SCB ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ଅନେକ ଗୁରୁତର , 

 

ayurvedic clinic
ଆୟୁର୍ବେଦିକ ଚିକିତ୍ସାର ପ୍ରୋତ୍ସାହନ

କେବଳ ପାରମ୍ପରିକ ଜ୍ଞାନ ନୁହେଁ, ବରଂ ନିଜର ଚିକିତ୍ସା ପଦ୍ଧତିକୁ ବିଜ୍ଞାନସମ୍ମତ କରିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି। ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ତାଙ୍କର ଔଷଧ ଉପରେ ବୈଜ୍ଞାନିକ ଗବେଷଣା ଚାଲିଥିବା ବେଳେ ଆୟୁଷ ମନ୍ତ୍ରାଳୟରେ ପେଟେଣ୍ଟ ପାଇଁ ଆବେଦନ ସ୍ତରରେ ରଖାଯାଇଛି । ପଞ୍ଚଭୂତ ଓ ତ୍ରିଦୋଷ ନୀତିରେ ପର୍ଯ୍ୟବେସିତ ଏହି ଚିକିତ୍ସାକୁ ସେ ଏକ ପ୍ରମାଣ-ଭିତ୍ତିକ ରୂପ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ସାଧାରଣ ଲୋକଙ୍କ ପାଇଁ ଏହି ସେବାକୁ ସୁଲଭ କରିବାକୁ ଶାନ୍ତନୁ ଗୁରୁତ୍ୱ ଦିଅନ୍ତି। କାଶ କିମ୍ବା ପେଟ ବେଦନା ଭଳି ସାମାନ୍ୟ ସମସ୍ୟା ପାଇଁ ଔଷଧ ମାତ୍ର ୫୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଜଟିଳ ରୋଗ ପାଇଁ ଏହା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇଥାଏ। ଆଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ସେ ଏବେ ଅନଲାଇନ୍ ମାଧ୍ୟମରେ ଦେଶବିଦେଶର ରୋଗୀଙ୍କୁ ମଧ୍ୟ ପରାମର୍ଶ ଓ ଔଷଧ ପହଞ୍ଚାଉଛନ୍ତି। ଗନ୍ଧମାର୍ଦ୍ଦନ ପର୍ବତର ଏହି ଔଷଧୀୟ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ଶାନ୍ତନୁ କହିଛନ୍ତି ।

ଆହୁରି ପଢନ୍ତୁ – ଓଡିଶାରେ ପ୍ରବେଶ କରିଛି ଉପ୍ପଲ ବ୍ରିୱର୍ସ ଆଣ୍ଡ ଡିଷ୍ଟିଲର୍ସ


Spread the love

Leave A Reply

Your email address will not be published.