ଭୁବନେଶ୍ୱର : କଗ୍ନିଜାଂଟ (ନାସ୍ଡାକ୍:ସିଟିଏସଏଚ) ପକ୍ଷରୁ ବେଙ୍ଗାଲୁରୁରେ ଏକ ନୂଆ କଗ୍ନିଜାଂଟ ମୋମେଂଟ ଷ୍ଟୁଡିଓ ସହିତ ଏହାର ଇଣ୍ଡିଆ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଲ୍ୟାବ୍ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଉଭୟ ଲ୍ୟାବ୍ ଓ ଷ୍ଟୁଡିଓ , ପରବର୍ତୀ ୩ ବର୍ଷରେ ଜେନେରେଟିଭ ଏଆଇ କ୍ଷେତ୍ରରେ ୧ ବିଲିୟନ ଡଲାର ନିବେଶ କରିବା ପାଇଁ ଲକ୍ଷ ରଖିଛନ୍ତି । ଏହି ଇଣ୍ଡିଆ ଲ୍ୟାବ ସାନ ଫ୍ରାନ୍ସିସ୍କୋରେ କଗ୍ନିଜାଂଟର ଏଆଇ ଲ୍ୟାବ୍କୁ ବିସ୍ତାର କରିଛି, ଯାହାକୁ ନିକଟରେ ଏହାର ୬୧ତମ ୟୁ.ଏସ. ପାଟେଂଟ ମଞ୍ଜୁର କରାଯାଇଛି । କଗ୍ନିଜାଂଟ ମୋମେଂଟ ଷ୍ଟୁଡିଓ କମ୍ପାନୀର ଡିଜିଟାଲ ଅନୁଭୂତି ଅଭ୍ୟାସର ଏକ ଅଂଶବିଶେଷ ଯାହା ଏହାର କ୍ଲାଏଂଟଙ୍କୁ ଗ୍ରାହକ ଅନୁଭୂତିକୁ ପୁନଃପରିକଳ୍ପନା କରିବା ଓ ଅଭିବୃଦ୍ଧିକୁ ପରିଚାଳନା କରିବା ପାଇଁ ଏଆଇର ବ୍ୟବହାରରେ ସାହାଯ୍ୟ କରୁଛି । ମିଳିତ ଭାବେ ଏହି ଲ୍ୟାବ୍ ଓ ଷ୍ଟୁହିଓ ବ୍ୟବସାୟ-ପ୍ରସ୍ତୁତ ମଲ୍ଟି-ଏଜେଂଟ ସିଷ୍ଟମ, ଏଆଇ ନିଷ୍ପତି କ୍ଷମତା, ଦାୟିତ୍ୱପୂର୍ଣ୍ଣ ଏଆଇ ଓ ଏଆଇ-ଫର-ଗୁଡ ଅଭିଯାନଗୁଡିକୁ ବିକଶିତ କରିବା ଉପରେ ଗୁରୁତ୍ୱ ଦେବେ ।
ଏସମ୍ପର୍କରେ କଗ୍ନିଜାଂଟର ସିଇଓ ରବି କୁମାର ଏସ୍ କହିଛନ୍ତି, “ବେଙ୍ଗାଲୁରୁରେ ଆମର ଇଣ୍ଡିଆ ଏଆଇ ଲ୍ୟାବ ଓ କଗ୍ନିଜାଂଟ ମୁମେଂଟ ଷ୍ଟୁଡିଓ ଉଦ୍ୟୋଗଗୁଡିକ ପାଇଁ ନିର୍ଭରଶୀଳ ନିଷ୍ପତି ଗ୍ରହଣରେ ସଂଯୋଗ କରୁଥିବା ଇଂଟେଲିଜେଂଟ ସିଷ୍ଟମ ତିଆରି କରିବା ପାଇଁ ଆଗ୍ନେଟିକ ଆର୍କିଟେକ୍ଚର, ଏଆଇ ଟ୍ରଷ୍ଟ ଓ ପରବର୍ତୀ ପିଢିର ଉପଭୋକ୍ତା ଅନୁଭୂତି କ୍ଷେତ୍ରରେ ଅନୁସନ୍ଧାନ ପ୍ରଦାନ କରିବ ।” ଲ୍ୟାବର ଟିମରେ ସାମିଲ ଥିବା ପିଏଚ୍ଡି-ସ୍ତରୀୟ ବୈଜ୍ଞାନିକ ଓ ଏଆଇ ଇଞ୍ଜିନିୟରମାନେ ମଲ୍ଟି-ଏଜେଂଟ ଏଆଇ, ଡିସିସନିଙ୍ଗ ସିଷ୍ଟମ ଓ ଦାୟିତ୍ୱପୂର୍ଣ୍ଣ ଏଆଇ କ୍ଷେତ୍ରରେ ପ୍ରୟୋଗିକ ଗବେଷଣାକୁ ଆଗକୁ ବଢାଇବେ ।”
ସେହିପରି କଗ୍ନିଜାଂଟର ମୁଖ୍ୟ ଏଆଇ ଅଧିକାରୀ ବାବକ ହୋଡ୍ଜାଟ କହିଛନ୍ତି, “ଏହି ଇଣ୍ଡିଆ ଏଆଇ ଲ୍ୟାବ୍ କଗ୍ନିଜାଂଟର ଗବେଷଣା କ୍ଷେତ୍ର ଏବଂ ଏଆଇ ଉଦ୍ଭାବନର ପରବର୍ତୀ ଲହରକୁ ଆଗକୁ ବଢାଇବା ପାଇଁ ଆମ ଲକ୍ଷ୍ୟର ଏକ ପ୍ରମୁଖ ବିସ୍ତାର ଅଟେ ।” ସେହିଭଳି କଗ୍ନିଜାଂଟ ମୁମେଂଟର ଗ୍ଲୋବାଲ ହେଡ୍ ବେଞ୍ଜାମିନ ୱିନର କହିଛନ୍ତି, “ଇଣ୍ଡିଆ ଏଆଇ ଲ୍ୟାବ ଓ କଗ୍ନିଜାଂଟ ମୁମେଂଟ ଷ୍ଟୁଡିଓ ଆମର ଗ୍ରାହକଙ୍କୁ ବାଧାହୀନ ଭାବେ ପ୍ରଦାନ କରାଯାଉଥିବା ଉତ୍କୃଷ୍ଟ, ଶକ୍ତିଶାଳୀ ଓ ପ୍ରଭାବୀ ଡିଜିଟାଲ ଅନୁଭୂତିଗୁଡିକର ଏକ ନୂଆ ପିଢି ସୃଷ୍ଟି କରିବା ପାଇଁ ବୈଷୟିକ ବିଶେଷଜ୍ଞତାକୁ ମାନବ ତଥ୍ୟ ସହ ମିଶ୍ରଣ କରୁଛି । ଇଣ୍ଡିଆ ଏଆଇ ଲ୍ୟାବ ଦେଶବ୍ୟାପୀ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡିକ ସହ ସହଭାଗିତା କରିବ, ଯାହା ପ୍ରୟୋଗାତ୍ମକ ଏଆଇ କ୍ଷେତ୍ରରେ ବିଦ୍ୱାନଙ୍କ ପାଇଁ ଯୁଗ୍ମ ଅନୁସନ୍ଧାନ ଅଭିଯାନ, ବାସ୍ତବ-ଦୁନିଆର ପରୀକ୍ଷଣ ଓ ଇଂଟର୍ଣ୍ଣସିପ ସୁଯୋଗକୁ ସକ୍ଷମ କରିବ ।