ଭୁବନେଶ୍ୱର ସ୍ଥିତ ଡିପଟେକ୍ ବାୟୋଟେକ୍ କମ୍ପାନୀ ଏଲମେଟୋଜ ଭାରତର ସର୍ବବୃହତ ଇନ୍ସେକ୍ଟ୍ ପ୍ରୋଟିନ ଫ୍ୟାକ୍ଟ୍ରି ଏବଂ ଏଜିପି ରିପ୍ଲେସମେଟ୍ ଟେକ୍ନୋଲୋଜି ସହିତ ନୂତନ ମାନଦଣ୍ଡ ସଫଳତାର ସହ ସ୍ଥାପନ କରିଛି

Spread the love

ଭୁବନେଶ୍ୱର : ପଶୁ ପୁଷ୍ଟି ଏବଂ ଜନସ୍ୱାସ୍ଥ୍ୟର ସଂଯୋଗୀକରଣରେ କାର୍ଯ୍ୟ କରୁଥିବା ଏକ ଡ଼ିପ-ଟେକ ବାୟୋଟେକ୍ନୋଲୋଜି କମ୍ପାନୀ, ଏଲମେଟୋଜ୍ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ୍, ନଭେମ୍ବର ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦର ହାଇଟେକ୍ସ ପ୍ରଦର୍ଶନୀ କେନ୍ଦ୍ରରେ ଅନୁଷ୍ଠିତ ପୋଲ୍ଟ୍ରି ଇଣ୍ଡିଆ ଏକ୍ସପୋ ୨୦୨୫ ରେ ଅଂଶଗ୍ରହଣ କରିଥିଲା । ଏଠାରେ କମ୍ପାନୀ ଭାରତର ପ୍ରଥମ ଇନେସେକ୍ଟ ବେଶଡ ଆଟିବାୟୋଟିକ୍ ଗ୍ରୋଥ୍ ପ୍ରମୋଟର (ଏଜିପି) ରିପ୍ଲେସମେଟ୍ ଟେକ୍ନୋଲୋଜିକୁ ଉନ୍ମୋଚନ କରିଛି, ଯାହା ଦେଶ ପାଇଁ ଏକ ଆଟିବାୟୋଟିକ୍-ମୁକ୍ତ ଖାଦ୍ୟ ଏବଂ ଖାଦ୍ୟ ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ । ଦୀର୍ଘ ଦଶନ୍ଧି ଧରି ଭାରତ ଖାଦ୍ୟ ନିରାପତାରେ ଅପାର ଉନ୍ନତି କରି ଆସିଛି । ଖାଦ୍ୟରେ ମାନ ଓ ଗୁଣବତାରେ ବୃଦ୍ଧି ପାଇଁ ଭାରତ ସଦା ସର୍ବଦା ଚେଷ୍ଟିତ । ତେବେ ଏକ୍ସପର୍ଟ ମାନଙ୍କ ଆଗାମୀ ଲକ୍ଷ ହେଉଛି ପୋଷଣ ନିରାପତା, ରେଶିଡୁଆଲ ଓ ଆଟିିବାୟୋଟିକ ମୁକ୍ତ ଖାଦ୍ୟ ଅର୍ଥାତ ୧.୪ ବିଲିଅନ ଲୋକଙ୍କ ପାଇଁ ସୁରକ୍ଷିତ ଓ ଗୁଣସ୍ତରଯୋଗ୍ୟ ପ୍ରୋଟିନ୍ ।କିନ୍ତୁ ଦୁଃଖର ବିଷୟ ଏହିକି ଯେ ୩୫ ବିଲିଅନ୍ ଡଲାରର ପୋଲ୍ଟ୍ରି ଇଣ୍ଡଷ୍ଟ୍ରି ଏବେ ସୁଦ୍ଧା ଆଟିିବାୟୋଟିକ ଉପରେ ଅତ୍ୟଧିକ ନିର୍ଭରଶୀଳ । ସାରା ବିଶ୍ୱର ୭୦% ଆଟିିବାୟୋଟିକ ପଶୁ ପାଳନରେ ବ୍ୟବହୃତ ହୁଏ, ଯାହାର ୪୦% ଆଧିକ ପୋଲିଟ୍ରି ଶିଳ୍ପରୁ ଆସେ ।

ଏହି କନକ୍ଲେଭରେ ଏଲମେଟୋଜ୍ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ତଥା ସିଇଓ ଡ.ଜୟଶଙ୍କର ଦାସ କହିଛନ୍ତି ଯେ,“ବର୍ତର୍ମାନ ସମୟରେ ଯଦିଓ ଭାରତରେ ଆଜି ସଭିଙ୍କୁ ଭରପୁର ଖାଦ୍ୟ ମିଳି ପାରୁଛି କିନ୍ତୁ ସଠିକ୍ ପ୍ରୋଟିନ ଯୁକ୍ତ ଖାଦ୍ୟ ମିଳି ପାରୁ ନାହିଁ ।ତେଣୁ ଏହି ଦିଗରେ ଆଗାମୀ ଲକ୍ଷ ହେଉଛି ଉନ୍ନତ ମାନର ପୋଷ୍ଟିକ ଖାଦ୍ୟ ପାଇଁ ପୋଷଣର ସୁରକ୍ଷା । ତେବେ ଆଜି କାଲି ମାଂସର ଚାହିଦାକୁ ଆଖି ଆଗରେ ରଖିଲେ ପଶୁ ଆହାରରେ ବହୁଳ ଆଟିବାୟୋଟିକ୍ ବ୍ୟବହାର ଏଏମ୍ଆର୍ ମାତ୍ରା ବଢ଼ାଇ ଜନସ୍ୱାସ୍ଥ୍ୟକୁ ହାନି କରୁଛି । ଏଲ୍ମେନ୍ଟୋଜ୍ରେ ଆମେ ଆଟିବାୟୋଟିକ୍ ଅଭିବୃଦ୍ଧି ପ୍ରୋତ୍ସାହକ ମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ବିକଶିତ ସ୍ୱଦେଶୀ ଭାବରେ ଉତ୍ପାଦିତ ବିକଳ୍ପ ଉପରେ ଧ୍ୟାନ ଦେବା ଯାହା ଉଭୟ ମନୁଷ୍ୟ ଓ ପଶୁ ମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରେ । ଭାରତରେ ଡିଜାଇନ୍ ଓ ନିର୍ମିତ ହୋଇଥିବା ପ୍ରଣାଳୀ ଦ୍ୱାରା ଉତ୍ପାଦିତ ପ୍ରତ୍ୟେକ ଅଣ୍ଡା ଓ ମାଂସ ଆଗାମୀ ଯୁବପିଢୀ ପାଇଁ ନିଶ୍ଚିତ ଭାବରେ ଏକ ଆଶୀର୍ବାଦ ।”


Spread the love

Leave A Reply

Your email address will not be published.