ଭୁବନେଶ୍ଵର,୨୦/୦୨:ସବୁ ବର୍ଷ ପରି ଏଥର ମଧ୍ୟ ଭୁବନେଶ୍ୱରରେ ୧୫ତମ ହର୍ବାଲ ହୋଲି ୨୦୨୬ ପାଳନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।ଲାଭିନ୍ସଉଡ୍ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ସ୍ୱପ୍ନା ପତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ, କେମିକାଲ୍ ମୁକ୍ତ ହୋଲି ଉତ୍ସବ ବିଷୟରେ ସଚେତନତା ପ୍ରସାର କରିବାର ନିଜର ଦୀର୍ଘ ଦିନର ମିଶନକୁ ଜାରି ରଖିଛି।ମାର୍ଚ୍ଚ ୨ ତାରିଖରେ ସ୍ୱପ୍ନା ପତି ଫାଉଣ୍ଡେସେନ ପାଳନ କରିବ ହର୍ବାଲ ହୋଲି। ରାଜଧାନୀର ପ୍ରଦର୍ଶନୀ ପଡ଼ିଆ ରେ ଅପରାହ୍ନ ୪:୦୦ ରୁ ରାତି ୧୦:୦୦ ପର୍ଯ୍ୟନ୍ତ ହୋଲି ପାଳନ କରାଯିବ।ହଳଦୀ, ଟମାଟୋ, ବିଟ୍ ଏବଂ ବିଭିନ୍ନ ଫୁଲରେ ତିଆରି ରଙ୍ଗରେ ହୋଲି ଖେଳାଯିବା ସହ ଚଳିତ ବର୍ଷ ହର୍ବାଲ ହୋଲିରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ଅଭିନେତ୍ରୀ ଉର୍ଫି ଜାଭେଦ୍,ସିଙ୍ଗର ଶେହଜାଦ୍ ଅଲ୍ଲୀ ।ଓ ତାଙ୍କ ସହ ରହିବେ ଓଲିଉଡ ର ଅଭିନେତା ଓ ଅଭିନେତ୍ରୀ।ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି।
କେମିକାଲ ରଙ୍ଗ ଠାରୁ ଦୂରେଇ ରହି ହର୍ବାଲ ହୋଲି ଖେଳିବା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ସ୍ଵପ୍ନା ପତି ୧୪ବର୍ଷ ହେଲା ଏହି ହୋଲିକୁ ଆୟୋଜନ କରି ଆସୁଛନ୍ତି।
ଏହି କାର୍ଯ୍ୟକ୍ରମ ପାଇଁ ଟିକେଟ୍ ‘ବୁକ ମାଇଁ ସୋ’ରେ ଉପଲବ୍ଧ। ହର୍ବାଲ ହୋଲି ୨୦୨୬ କେବଳ ଏକ ପର୍ବ ନୁହେଁ – ଏହା ଏକ ଆନ୍ଦୋଳନ ଯାହା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ, ସଂସ୍କୃତି ଏବଂ ଏକ ସବୁଜ ପରିବେଶକୁ ପ୍ରୋତ୍ସାହିତ କରିବାର ଲକ୍ଷ ରଖିଥାଏ ବୋଲି ଏହାର ଆୟୋଜକ ଟିମ କହିଛି ।
