ଭୁବନେଶ୍ୱର : : ଆଦିତ୍ୟ ବିର୍ଲା ଗ୍ରୁପର ଗ୍ରାସିମ ଇଣ୍ଡଷ୍ଟ୍ରିଜ ଅଧୀନସ୍ଥ ବିର୍ଲା ଓପସ ପେଣ୍ଟସ, ବର୍ଦ୍ଧିତ ଉପଭୋକ୍ତା ଚାହିଦା ଏବଂ ଏକ ଦୃଢ଼ ଡିଲର ଇକୋସିଷ୍ଟମର ସମର୍ଥନ ସହିତ ଜାତୀୟ ସ୍ତରରେ ନିଜର ପରିଚାଳନାକୁ ବିସ୍ତାର କରିବା ଜାରି ରଖିଛି । ଡେକୋରେଟିଭ ପେଣ୍ଟସ ବର୍ଗରେ ପ୍ରବେଶ କରିବାର ମାତ୍ର ଦେଢ଼ ବର୍ଷ ମଧ୍ୟରେ କମ୍ପାନୀ ଦେଶର ସବୁଠାରୁ ବୃହତମ ବିତରଣ ଏବଂ ସର୍ଭିସିଙ୍ଗ ନେଟୱର୍କ ନିର୍ମାଣ କରିଛି, ଯାହାର ୧୪୦ଡିପୋଟ୍ ସହିତ ଦେଶର ସବୁଠାରୁ ବଡ଼ ଫ୍ରାଞ୍ଚାଇଜି ଷ୍ଟୋର ନେଟୱର୍କ ରହିଛି ଏବଂ ୧୦୦୦୦ରୁ ଅଧିକ ସହରରେ ଉପଲବ୍ଧ ରହିଛି । ଏହି ଦ୍ରୁତ ସଂପ୍ରସାରଣ ସମଗ୍ର ବଜାରରେ ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ନିରନ୍ତର ଉପଲବ୍ଧତା ଏବଂ ଦ୍ରୁତ ସର୍ଭିସିଙ୍ଗକୁ ସକ୍ଷମ କରୁଛି ।
୧୯୦ ରୁ ଅଧିକ ଉତ୍ପାଦ ଏବଂ ୧୭୫୦ରୁ ଅଧିକ ଏସକେୟୁ ସମେତ ଏକ ପ୍ରିମିୟମ ଏବଂ ଲକ୍ସୁରୀ ମିକ୍ସକୁ ନେଇ ବ୍ରାଣ୍ଡର ପୋର୍ଟଫୋଲିଓର ରାଜସ୍ୱରେ ୬୫ ପ୍ରତିଶତରୁ ଅଧିକର ଯୋଗଦାନ ରହିଛି, ଯାହା ସମଗ୍ର ବଜାରରେ ଦୃଢ଼ ପାର୍ବଣ କ୍ରୟ ପ୍ରଦାନ କରିଥାଏ । ଭାରତର ସହରାଞ୍ଚଳରେ ଦ୍ୱିତୀୟ ନମ୍ବର ଡେକୋରେଟିଭ ପେଣ୍ଟସ ବ୍ରାଣ୍ଡ ଭାବେ ଏହାର ସ୍ଥିିତିରେ ବ୍ରାଣ୍ଡର ସ୍ଥିର ଅଭିବୃଦ୍ଧି ପ୍ରତିଫଳିତ ହେଉଛି, ଯାହା ଶୁଭାରମ୍ଭର ମାତ୍ର ୧୮ ମାସ ମଧ୍ୟରେ ହାସଲ ହୋଇଛି । ବିରଲା ଓପସ ଆସ୍ୟୋରାନ୍ସ ଭଳି ପଦକ୍ଷେପ ମାଧ୍ୟମରେ ଉପଭୋକ୍ତାଙ୍କ ବିଶ୍ୱାସ ବୃଦ୍ଧି କରିବା ଉପରେ କମ୍ପାନୀର ଫୋକସ ରହିଛି, ଯାହାକି ଗୋଟିଏ ଏକ-ବର୍ଷିଆ ମାଗଣା ରିପେଣ୍ଟ ପ୍ରତିଶ୍ରୁତ ଅଟେ ଏବଂ ଏହା ବ୍ରାଣ୍ଡରେ ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ବଜାୟ ରଖିଛି ।

୨୦୨୬ ପାଇଁ ବିରଲା ଓପୋସ ପେଣ୍ଟସ ଏକ ଦ୍ରୁତ ବିକାଶ ପର୍ଯାାୟ ପାଇଁ ପ୍ରସ୍ତୁତ ହେଉଛି । ଖଡ଼ଗପୁରରେ ଏହାର ଷଷ୍ଠ ଉତ୍ପାଦନ କାରଖାନା କାର୍ଯ୍ୟକ୍ଷମ ହେବା ସହିତ କମ୍ପାନୀର ସମୁଦାୟ କ୍ଷମତା ବର୍ତ୍ତମାନ ୧୩୩୨ ଏମଏଲପିଏ ରହିଛି । ଏହା ୨୪ ପ୍ରତିଶତ କ୍ଷମତା ଅଂଶ ସହିତ କମ୍ପାନୀକୁ ସ୍ଥାପିତ କ୍ଷମତା ଦୃଷ୍ଟିରୁ ଭାରତର ଦ୍ୱିତୀୟ ସର୍ବବୃହତ ପେଣ୍ଟ ନିର୍ମାତା ଭାବେ ସ୍ଥାନିତ କରିଛି । କମ୍ପାନୀ ସମ୍ପୂର୍ଣ୍ଣ ରୂପେ ପରିଚାଳନାର ତିନି ବର୍ଷ ମଧ୍ୟରେ ଟ.୧୦,୦୦୦ କୋଟି ରାଜସ୍ୱରେ ପହଂଚିବା ରାସ୍ତାରେ ବଜାୟ ରହିଛି । ଫ୍ରାଞ୍ଚାଇଜି ଷ୍ଟୋରଗୁଡ଼ିକର ନିରନ୍ତର ସମ୍ପ୍ରସାରଣ, ବଜାରରେ ଗଭୀର ପ୍ରବେଶ ଏବଂ ପ୍ରଯୁକ୍ତିବିଦ୍ୟା, ସ୍ଥାୟୀତ୍ୱ, ଗବେଷଣା ଏବଂ ବିକାଶ ଏବଂ ବ୍ରାଣ୍ଡ ଷ୍ଟୋରିଟେଲିଂରେ ନିରନ୍ତର ନିବେଶ କମ୍ପାନୀର ୨୦୨୬ ରଣନୀତିର ମୂଳ ଗଠନ କରିବ।
ଏ ସମ୍ପର୍କରେ ବିରଲା ଓପସ ପେଣ୍ଟସର ବ୍ୟବସାୟ ମୁଖ୍ୟ ଏବଂ ଗ୍ରାସିମର ଏମଡି ହିମାଂଶୁ କପାନିଆ କହିଛନ୍ତି ଯେ, “ଏହି ଉତ୍ସବ ଋତୁରେ ଗ୍ରାହକ ଏବଂ ଡିଲରମାନେ ବିର୍ଲା ଓପସ୍ ପେଣ୍ଟସ ଉପରେ ଯେଉଁ ବିଶ୍ୱାସ ରଖିଛନ୍ତି ତାହା ପୁନର୍ବାର ଦୃଢ଼ ହୋଇଛି। ଜାତୀୟ ସ୍ତରରେ ଆମର ଦୃଢ଼ ପ୍ରଦର୍ଶନ ଭାରତର ସବୁଠାରୁ ନିର୍ଭରଯୋଗ୍ୟ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପେଣ୍ଟ ଇକୋସିଷ୍ଟମ ନିର୍ମାଣ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ଯାହା ବୃଦ୍ଧି, ସେବା ଏବଂ ନବସୃଜନକୁ ଏକତ୍ରିତ କରୁଛି। ଦେଶର ସର୍ବବୃହତ ମଧ୍ୟରେ ଆମର କ୍ଷମତା ସହିତ, ଆମେ ଦୃଢ଼ ଆତ୍ମବିଶ୍ୱାସର ସହିତ ୨୦୨୬ ରେ ପ୍ରବେଶ କରୁଛୁ। ଆମର ଲକ୍ଷ୍ୟ ସମାନ ରହିଛି, ଭାରତ ପେଣ୍ଟ କରିବାର ଶୈଳୀକୁ ପରିବର୍ତନ କରିବା ଏବଂ ପ୍ରତ୍ୟେକ ପରିବାରକୁ ପ୍ରକୃତରେ ଦୁନିଆ କୋ ରଙ୍ଗ ଦୋ ଗ୍ରହଣ କରିବାକୁ ପ୍ରେରଣା ଦେବା।”