ଭୁବନେଶ୍ୱର : ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ବିଭିନ୍ନ ଅଞ୍ଚଳ ଯଥା କଳ୍ପନା ଛକ, ମାଷ୍ଟର କ୍ୟାଣ୍ଟିନ, ରାଜମହଲ ଛକରେ ଶୀତ କାକରରେ ରାସ୍ତା କଡରେ ରାତ୍ରି ଯାପନ କରୁଥିବା ବାସହୀନଙ୍କୁ ତଥା ଲେପ୍ରୋସି କଲୋନୀରେ ଆବଶ୍ୟକତା ଥିବା ରୋଗୀଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।
ଏହି ସମାଜ ସେବା କାର୍ଯ୍ୟରେ ମେନେଜିଙ୍ଗ ଟ୍ରଷ୍ଟି ସାଗରୀକା ଶତପଥୀଙ୍କ ସମେତ, ଟ୍ରଷ୍ଟର ଅନ୍ୟ ସଦସ୍ୟା ଏସ ସୁସ୍ମିତା କୁମାରୀ, ସରିତା ଯୋଶୀ, ଗାୟତ୍ରୀ ରାଉତରାୟ, ସଦସ୍ୟ ଶିବବ୍ରତ ମହାନ୍ତି, ବବୁଲ କୁମାର ଏବଂ ଆରାଧ୍ୟ ଗୁରୁ ଉପସ୍ଥିତ ଥିଲେ ।

ବର୍ତ୍ତମାନର ଯୁବପୀଢ଼ିଙ୍କ ଭିତରେ ସେବା ମନୋଭାବ ଜାଗ୍ରତ ତଥା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ହିଁ ଟ୍ରଷ୍ଟର ମୂଳ ଲକ୍ଷ୍ୟ ବୋଲି ଟ୍ରଷ୍ଟର ଅଧ୍ୟକ୍ଷା କହିଛନ୍ତି । ତେବେ ଆଗକୁ ମଧ୍ୟ ଏପରି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସେ କହିଛନ୍ତି ।
ଆରାଧ୍ୟ ଟ୍ରଷ୍ଟ ଦିବ୍ୟାଙ୍ଗମାନଙ୍କ ପାଇଁ ଦୋକାନ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ଗ୍ରାମାଞ୍ଚଳରେ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା କମ୍ପ୍ୟୁଟର ଶିକ୍ଷା, ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କୁ ସିଲେଇ ମେସିନ, ଅଗ୍ନିକାଣ୍ଡ ସମୟରେ ଘର ପୋଡ଼ି ଯାଇଥିବା ଲୋକଙ୍କୁ ତଥା ବାତ୍ୟା ବିପନ୍ନଙ୍କୁ ରିଲିଫ୍ ସାମଗ୍ରୀ ଦେଉଛି, ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ସହିତ ଗ୍ରୀଷ୍ମ ଋତୁରେ ଜଳଛତ୍ର ଏବଂ ରକ୍ତଦାନ ଶିବିର ଆୟୋଜନ କରୁଛି । ଏହା ସହିତ ଅନେକ ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମରେ ନିଜ ସେବା କାର୍ଯ୍ୟ ଜାରି ରଖିଛନ୍ତି ।