ବ୍ଲେଣ୍ଡର୍ସ ପ୍ରାଇଡ ପ୍ୟାକେଜଡ ଡ୍ରିଙ୍କିଙ୍ଗ ୱାଟର ପକ୍ଷରୁ ‘The One & Only’ କ୍ୟାମ୍ପେନର ଶୁଭାରମ୍ଭ
ଭୁବନେଶ୍ୱର : ବ୍ଲେଣ୍ଡର୍ସ ପ୍ରାଇଡ ପ୍ୟାକେଜଡ ଡ୍ରିଙ୍କିଙ୍ଗ ୱାଟର(Blenders Pride Packaged Drinking Water), ଏହାର ନୂତନତମ ଅଭିଯାନ ‘ଦି ୱାନ୍ ଆଣ୍ଡ ଓନଲି'(The One & Only) ନାମକ ସଫଳତାର ଏକ ଆକର୍ଷଣୀୟ ନୂତନ କାହାଣୀ ଉନ୍ମୋଚନ କରିଛି । ଏହି ନୂତନ ଅଭିଯାନରେ ତିନିଜଣ ପ୍ରମୁଖ ଚରିତ୍ର ଯଥା ଅବନ୍ତି ନାଗ୍ରାଥ, କିରଣଦୀପ ଚହଲ ଏବଂ ମାହିକା ଶର୍ମା ନଜର ଆସୁଛନ୍ତି । ସେମାନେ ବ୍ରାଣ୍ଡର ଭିନ୍ନ ଭିନ୍ନ ଦିଗକୁ ଦର୍ଶାଉଛନ୍ତି । ଅବନ୍ତି ନିଜର ନିର୍ଭୀକ ଆତ୍ମବିଶ୍ୱାସ ପାଇଁ ଚମତ୍କାର ଦିଶୁଥିବା ବେଳେ, କିରଣଦୀପ ନିଜର ଆକର୍ଷଣୀୟ ଉପସ୍ଥିତି ପାଇଁ ସମସ୍ତଙ୍କୁ ମୁଗ୍ଧ କରୁଛନ୍ତି ଏବଂ ମାହିକା ନିଜର ଶାନ୍ତ ତଥା ଧୈର୍ଯ୍ୟବାନ ବ୍ୟକ୍ତିତ୍ୱ ପାଇଁ ପ୍ରଶଂସା ସାଉଁଟୁଛନ୍ତି । ଏହି ମହତ୍ୱାକାଂକ୍ଷୀ ଦୁନିଆରେ ଅନେକ ସମାନ ବ୍ୟକ୍ତି ଥିଲେ ମଧ୍ୟ, ଏମାନେ ଏବଂ ଏହି ବ୍ରାଣ୍ଡ୍ ସମସ୍ତଙ୍କଠାରୁ ସ୍ୱତନ୍ତ୍ର ଓ ଶ୍ରେଷ୍ଠ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।
ଏସମ୍ପର୍କରେ ପର୍ଣ୍ଣୋଡ ରିକାର୍ଡ ଇଣ୍ଡିଆର ଚିଫ ମାର୍କେଟିଙ୍ଗ ଅଫିସର ଦେବଶ୍ରୀ ଦାସଗୁପ୍ତା କହିଛନ୍ତି, “‘ଦି ୱାନ ଆଣ୍ଡ ଓନଲି’ ସଫଳତାର ଏକ ନୂଆ ସଂଜ୍ଞା ଦେଇଛି । ଆଜିର ଯୁବପିଢ଼ି କେବଳ ସଫଳ ହେବାକୁ ଚାହାଁନ୍ତି ନାହିଁ, ବରଂ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହାଁନ୍ତି । ଏହି ଅଭିଯାନ ମାଧ୍ୟମରେ ଆମେ ଯୁବପିଢ଼ିଙ୍କ ଆଶା-ଆକାଂକ୍ଷାକୁ ବୁଝିବା ସହ ବ୍ରାଣ୍ଡକୁ ଏକ ନୂଆ ଶିଖରକୁ ନେଇଯିବାକୁ ଲକ୍ଷ୍ୟ ରଖିଛୁ ।” ଶୈଳୀ ଏବଂ ଗୁଣବତା ଉପରେ ଆଧାରିତ ଏହି ବ୍ରାଣ୍ଡ୍ ଭାରତୀୟ ସଂସ୍କୃତିରେ ସଫଳତାର ଏକ ନୂଆ ପରିଚୟ ଦେଇଛି । ନୂତନ ଉଦ୍ଭାବନଠାରୁ ଆରମ୍ଭ କରି ଆଧୁନିକ ଫ୍ୟାଶନ ପ୍ଲାଟଫର୍ମ ଗଢ଼ିବା ପର୍ଯ୍ୟନ୍ତ ଏହା ସବୁବେଳେ ଆଗରେ ରହିଛି । ଏହି ଅଭିଯାନକୁ ସୋସିଆଲ ମିଡିଆ, ଡିଜିଟାଲ ପ୍ଲାଟଫର୍ମ (ଆଇସିସି ଟି୨୦ ବିଶ୍ୱକପ ସମେତ), ପ୍ରମୁଖ ଖବରକାଗଜର ପ୍ରଥମ ପୃଷ୍ଠା ଏବଂ ବଡ଼ ବଡ଼ ସହରର ବିଜ୍ଞାପନ ବୋର୍ଡରେ ପ୍ରଦର୍ଶିତ କରାଯାଉଛି । ଏହାର ଲକ୍ଷ୍ୟ ହେଉଛି ବ୍ରାଣ୍ଡର ଲୋକପ୍ରିୟତାକୁ ବଢ଼ାଇବା ଏବଂ ଏହାର ନେତୃତ୍ୱକୁ ଦୃଢ଼ କରିବା ।