ବିଏମଡବ୍ଲୁ ଗ୍ରୁପ୍ ପକ୍ଷରୁ ଭାରତରେ ରିଟେଲନେକ୍ସଟର ଶୁଭାରମ୍ଭ

Spread the love

ଭୁବନେଶ୍ୱର : ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆ ଭାରତରେ ରିଟେଲନେକ୍ସଟ ଡିଲରସିପର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ରିଟେଲନେକ୍ସଟରେ ପୁନଃପରିକଳ୍ପିତ ସେବା ଓ ସୁବିଧା ଉପଲବ୍ଧ ରହିବ ଯାହାକୁ ଆଧୁନିକ ଆବଶ୍ୟକତାଗୁଡିକୁ ପୂରଣ କରିବା ପାଇଁ ଓ ଉତ୍କର୍ଷତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ରିଟେଲନେକ୍ସଟକୁ ୩୬ ମାସ ମଧ୍ୟରେ ଭାରତର ୩୩ ସହରରେ ୫୬ଫ୍ୟାସିଲିଟିରେ କାର୍ଯ୍ୟକାରୀ କରାଯିବ । ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ପ୍ରେସିଡେଂଟ ଓ ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର ବିକ୍ରମ ପାୱା କହିଛନ୍ତି, “ରିଟେଲନେକ୍ସଟର ଶୁଭାରମ୍ଭ ସହିତ ଆମେ କେବଳ ଅନୁଭୂତିଗୁଡିକୁ ଉନ୍ନତ କରୁନାହୁଁ ବରଂ ଆମେ ତାହାକୁ ରୂପାନ୍ତରଣ କରୁଛୁ । ରିଟେଲନେକ୍ସଟ ଡିଲରସିପ୍‌ଗୁଡିକୁ ‘ଫିଜିଟାଲ’ ଉଦ୍ଭାବନଗୁଡିକୁ ଏକତ୍ରିତ କରି ଗ୍ରାହକଙ୍କ ଯୋଗଦାନକୁ ବୈପ୍ଳବିକ କରିବା ପାଇଁ ଡିଜାଇନ କରାଯାଇଛି । ଆମେ ଆମର ଡିଲର ପାର୍ଟନରମାନଙ୍କୁ ବିଏମଡବ୍ଲୁ ଗ୍ରୁପ୍ ଏବଂ ଭାରତରେ ରିଟେଲନେକ୍ସଟକୁ କାର୍ଯ୍ୟକାରୀ କରିବା ପାଇଁ ଗତ ୩ ବର୍ଷ ମଧ୍ୟରେ ପରିବ୍ୟାପ୍ତ ଗୁରୁତ୍ୱପୂର୍ଣ୍ଣ ନିବେଶ ଦିଗରେ ସେମାନଙ୍କର ଦୃଢ ଉତ୍ସର୍ଗୀକୃତତା ପାଇଁ ପ୍ରଶଂସା କରୁଛୁ । ରିଟେଲନେକ୍ସଟ ଲକ୍‌ଜରୀ ଅଟୋମୋଟିଭ ସେଗ୍‌ମେଂଟ୍‌ରେ ଅଟୋମୋଟିଭ୍ ରିଟେଲ ଅନୁଭୂତିକୁ ପୁନଃବ୍ୟାଖ୍ୟା କରିବ । ହାଇ-ଟେକ ଡିଜିଟାଲ ଇଂଟରଫେସ୍‌ଗୁଡିକ ଏହି ଫ୍ୟାସିଲିଟିରେ ଅନ୍ତର୍ଭୁକ୍ତ ହୋଇଛି, ଯାହା ଯାନର ଫିଚରଗୁଡିକୁ ଅନ୍ୱେଷଣ କରିବା, ନିଜର ପସନ୍ଦକୁ କଷ୍ଟମାଇଜ କରିବା ଏବଂ ସ୍ୱତନ୍ତ୍ର ପରାମର୍ଶ ହାସଲ କରିବା ପାଇଁ ଗ୍ରାହକଙ୍କୁ ସକ୍ଷମ କରୁଛି । ଏହାବ୍ୟତୀତ ଏହାର ଡିଜାଇନରେ ବ୍ୟକ୍ତିଗତ ପରାମର୍ଶ ଓ ଭେଇକିଲ ହ୍ୟାଣ୍ଡଓଭର୍ ପାଇଁ ସ୍ୱତନ୍ତ୍ର ସ୍ଥାନଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି । ରିଟେଲନେକ୍ସଟ ‘ସେଂଟ୍ରାଲ କଷ୍ଟମର ୱାକ୍‌ଆୱେ’ ସହିତ ପରିଦର୍ଶକ ଓ ଯାନଗୁଡିକୁ କେନ୍ଦ୍ରରେ ରଖିଥାଏ । ଏହାର ‘ୱାନ ଫ୍ଲୋର୍‌’ ଓ ‘ୱାନ ସିଲିଙ୍ଗ୍‌’ ବ୍ୟବସାୟ ସ୍ଥାନଗୁଡିକ ମଧ୍ୟରେ ପୃଥକୀକରଣ ବିନା ଗୋଟିଏ ନିରନ୍ତର ଫ୍ଲୋରିଙ୍ଗ୍‌ରେ ବିଏମଡବ୍ଲୁ, ମିନି ଓ ବିଏମଡବ୍ଲୁ ମୋଟୋରାଡ, ସେଲ୍‌ସ ଓ ସର୍ଭିସ, ନୂଆ ଓ ବିଏମଡବ୍ଲୁ ପ୍ରିମିୟମ ସେକ୍ସନ (ବିପିଏମ)- ପ୍ରି-ଓନ୍‌ଡ କାର୍‌ଗୁଡିକ ଉପସ୍ଥିତ ରହିଛି ।

ସେଲ୍‌ସ ଓ ସର୍ଭିସ୍ ପାଇଁ ରହିଥିବା ଏକ ଉତ୍ସର୍ଗୀକୃତ ସିଙ୍ଗଲ୍ ଏଂଟ୍ରି ଏକ ସ୍ପଷ୍ଟ ପ୍ରବେଶ ପଥ ନିଶ୍ଚିତ କରୁଛି । ୱେଲକମ ଷ୍ଟାଣ୍ଡ ବ୍ୟତୀତ ଏହାର ମଲ୍ଟିଫଙ୍କଶନ କାଉଂଟର ଏକ ୨ୟ ଯୋଗାଯୋଗ ସ୍ଥାନ ଭାବେ କାର୍ଯ୍ୟ କରିଥାଏ ଏବଂ ଏହାକୁ ନୂଆ ଓ ପ୍ରି-ଓନ୍‌ଡ କାର୍ ବିକ୍ରି ପାଇଁ ଏକ କ୍ୟାଶିୟର ଡେସ୍କ କିମ୍ବା ପାର୍ଟସ୍ ଓ ଆସେସରିଜ୍ ବିକ୍ରି ପାଇଁ ବ୍ୟବହାର କରାଯାଇପାରିବ । ସେଂଟ୍ରାଲ କଷ୍ଟମର ୱାକ୍‌ଆୱେ ପରିଦର୍ଶକମାନଙ୍କୁ ପ୍ରିମିୟମ ଲକ୍‌ଜରୀ ଭେଇକିଲଗୁଡିକର ଏକ ପ୍ରଭାବୀ ଶୃଙ୍ଖଳା ମାଧ୍ୟମରେ ଶୋ’ରୁମ୍‌କୁ ଦେଖିବାରେ ସାହାଯ୍ୟ କରୁଛି । ସେଂଟ୍ରାଲ କଷ୍ଟମର ହସ୍ପିଟାଲିଟି ଏରିଆ- କେନ୍ଦ୍ରରେ ଥିବା ବିଏମଡବ୍ଲୁ ବାର୍ ଆଣ୍ଡ ଲାଉଞ୍ଜ ପରିଦର୍ଶନ ସମୟରେ ଆରାମ କରିବା ଓ ଏକ ପାନୀୟ ପିଇବା ପାଇଁ ଉପଯୁକ୍ତ ସ୍ଥାନ ପ୍ରଦାନ କରୁଛି । ରିଟେଲନେକ୍ସଟ ଶୋ’ରୁମରେ ପାର୍ଟସ୍ ଓ ଆକ୍‌ସେସରିଜ୍ ଏବଂ ଲାଇଫ୍‌ଷ୍ଟାଇଲ କଲେକ୍ସନକୁ ଏକତ୍ରିତ କରିଛି । କଷ୍ଟମର କନ୍‌ସଲ୍‌ଟେଶନ ଷ୍ଟେଜ୍‌ଗୁଡିକ ଶୋରୁମ୍‌ରେ ରଣନୈତିକ ଭାବେ ଅବସ୍ଥାପିତ ରହିଛି । ପର୍ସନାଲ ସର୍ଭିସ୍ ଆଡ୍‌ଭାଇଜର (ପିଏସଏ) ଓ ବିଏମଡବ୍ଲୁ ଜିନିୟସେସ୍ ଉତ୍ପାଦର ଫିଚର ଓ ସେବାଗୁଡିକ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିବା ପାଇଁ ଅଭିନବ ଡିଜିଟାଲ ସେଲ୍‌ସ ଟୁଲ୍‌ରେ ସୁସଜ୍ଜିତ ରହିଛି ।

ସେଲ୍‌ସ ଆଣ୍ଡ ସର୍ଭିସ୍ କନ୍‌ସଲ୍‌ଟାନ୍ସି ଲାଉଞ୍ଜଗୁଡିକ ବିଭିନ୍ନ ପରିସ୍ଥିତି ପାଇଁ ଉତ୍ସର୍ଗୀକୃତ ସ୍ଥାନ ପ୍ରଦାନ କରୁଛନ୍ତି ଯାହା ଫାଇନାନ୍ସିଙ୍ଗ୍‌, ଲିଜିଙ୍ଗ୍‌, ଆଫ୍ଟରସେଲ୍‌ସ ସର୍ଭିସ୍ ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା ପାଇଁ ଉଚ୍ଚମାନର ଗୋପନୀୟତା ଆବଶ୍ୟକ କରିଥାଏ । ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆ ଗୁରୁଗ୍ରାମରେ ବାର୍ଡ ଅଟୋମୋଟିଭ୍‌ର ଶୋ’ରୁମର ଲଂଚ୍ ଘୋଷଣା କରିଛି । ଏସମ୍ପର୍କରେ ବାର୍ଡ ଅଟୋମୋଟିଭର ଡିଲର ପ୍ରିନ୍ସିପାଲ ଗୌରବ ଭାଟିଆ କହିଛନ୍ତି, “ଆଜି ଆମେ ଗୁରୁଗ୍ରାମରେ ପ୍ରଥମ ରିଟେଲନେକ୍ସଟ ଡିଲରସିପର ଉଦ୍‌ଘାଟନ କରିଥିବାରୁ ଆମେ ଅମାର ସଫଳତାର କାହାଣୀରେ କେବଳ ଏକ ନୂଆ ଅଧ୍ୟାୟ ଆରମ୍ଭ କରିନାହୁଁ ବରଂ ଲକ୍‌ଜରୀ ଅଟୋମୋଟିଭ ରିଟେଲିଂ କ୍ଷେତ୍ରରେ ନୂଆ ବେଂଚମାର୍କ ସ୍ଥାପନ କରିଛୁ । ଏହି ଫ୍ୟାସିଲିଟି ୮,୬୯୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ ରହିଛି ।

 


Spread the love

Leave A Reply

Your email address will not be published.