ଢ଼େଙ୍କାନାଳ,୧୫/୧୦(ଚନ୍ଦ୍ରକଳା):ଚଳିତ ବର୍ଷ ଦୁର୍ଗାବଜାର ପୂଜା କମିଟି ପକ୍ଷରୁ ମାଙ୍କର ନୃସିଂହ ଲକ୍ଷ୍ମୀ ଅବତାରର ମୂର୍ତ୍ତି ନିର୍ମାଣ କରାଯାଇଛି ।୧୯୭୬ ମସିହାରେ ରାଜା କାମାକ୍ଷା ପ୍ରସାଦ ସିଂହଦେଓ ଏହି ପ୍ରତିଷ୍ଟାନ କରି ପ୍ରଥମେ ପୂଜା ଆରମ୍ଭ କରିଥିଲେ । ବର୍ତ୍ତମାନ ସଭାପତି ପ୍ରକାଶ ମହାନ୍ତିଙ୍କ ତତ୍ତ୍ୱାବଧାନରେ ପୂଜା କାର୍ଯ୍ୟ ପରିଚାଳନା କରାଯାଉଛି ।ନରସିମା ଫିଲ୍ମ(bollywood) ରୁ ପ୍ରଭାବିତ ହୋଇ ଏହି ନୃସିଂହଲକ୍ଷ୍ମୀ ଥିମ୍ର ମୂର୍ତ୍ତି ନିର୍ମାଣ କରାଯାଇଛି ବୋଲି କୋଷାଧ୍ୟକ୍ଷ ପ୍ରତାପ ମହାନ୍ତି କହିଛନ୍ତି ।
ଦୁର୍ଗାବଜାର ଜଜ୍ମେଣ୍ଟ କ୍ଲବ୍ପକ୍ଷରୁ ମାଙ୍କର ନୃସିଂହଲକ୍ଷ୍ମୀ ମୂର୍ତ୍ତିନିର୍ମାଣ କରାଯାଇଛି ।ଯାଜପୁରର କାରିଗର ନୀଳମଣୀ ମହାରଣା ଏବଂ ତାଙ୍କ ସହଯୋଗୀ ମାନେ ଦେଢ଼ ମାସ ପୂର୍ବରୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।ଏଥିରେ ନୃସିଂହଙ୍କୁ ଧର୍ମ ଓ ସତ୍ୟରକ୍ଷା,ଲକ୍ଷ୍ମୀମାଙ୍କୁ ଶାନ୍ତି ଓ ସମୃଦ୍ଧି ର ପ୍ରତିକ ଭାବେ ନେଇ ଧର୍ମ ଓ ଶାନ୍ତି ର ସମନ୍ୱୟ ରେ ଏହା ନିର୍ମାଣ କରାଯାଇଛି । ମୂର୍ତ୍ତି ପ୍ରସ୍ତୁତି ପ୍ରଣାଳୀ ରେ ସମୁଦାୟ ୧ଲକ୍ଷ ୫୦ ହଜାର ବିନିଯୋଗ ହୋଇଥିବା ବେଳେ ତୋରଣ,ଆଲୋକ ସାଜ୍ଜସଜ୍ଜା,ପୂଜା ସାମଗ୍ରୀ ରେ ମୋଟ୍ ୧୦ ଲକ୍ଷ ବ୍ୟୟ କରାଯାଇଛିା