ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ଇ-ମେଲ୍ ପରେ ପୋଲିସର ତନାଘନା

Spread the love

ଭୁବନେଶ୍ଵର,୧୨/୦୩: ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ କୋର୍ଟ ପରିସରରେ ଆତଙ୍କ ସୃଷ୍ଟି ହୋଇଛି। ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ଇ-ମେଲ୍ ମାଧ୍ୟମରେ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଥିବା ସୂଚନା ମିଳିଛି। ଏହି ଧମକ ମେଲ୍ ମିଳିବା ପରେ କୋର୍ଟ ପରିସରରେ ଭୟଭୀତ ପରିସ୍ଥିତି ଦେଖାଦେଇଛି।ଖବର ପାଇ କମିସନରେଟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ଦ୍ୱାରା କୋର୍ଟ ପରିସରରେ ଚାରିପାଖ ତଲାଶି ଚାଲିଛି। ପୋଲିସ ଟିମ୍ କୋର୍ଟ ଭିତରେ ଥିବା ସମସ୍ତ ଅଞ୍ଚଳକୁ ଖୋଜଖବର କରୁଥିବା ବେଳେ କୋର୍ଟ କର୍ମଚାରୀ, ମାଜିଷ୍ଟ୍ରେଟ ଓ ଆଇନଜୀବୀମାନଙ୍କ ସହ ଆଲୋଚନା କରି ପରିସ୍ଥିତି ବିଷୟରେ ସୂଚନା ସଂଗ୍ରହ କରୁଛି।

ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରରେ ପୋଲିସ ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସନ୍ଦେହଜନକ କିଛି ବସ୍ତୁ ଅଛି କି ନାହିଁ ବୋଲି ପ୍ରତ୍ୟେକ ସ୍ଥାନକୁ ସୂକ୍ଷ୍ମ ତଦନ୍ତ କରାଯାଉଛି।ଏହା ପୂର୍ବରୁ ଗତ ଫେବୃଆରୀ ୬ ତାରିଖରେ ମଧ୍ୟ ପୁରୀ କୋର୍ଟକୁ ବୋମା ଧମକ ମିଳିଥିବା ଘଟଣା ସମ୍ମୁଖରେ ଆସିଥିଲା। ବର୍ତ୍ତମାନ ଭୁବନେଶ୍ୱର କୋର୍ଟକୁ ମିଳିଥିବା ଏହି ଧମକ ମେଲ୍‌କୁ ନେଇ ପୋଲିସ ତଦନ୍ତ ଜୋରଦାର କରିଛି ଏବଂ ମେଲ୍ କେଉଁଠୁ ପଠାଯାଇଛି ସେଥିପାଇଁ ସାଇବର ଟିମ୍ ମଧ୍ୟ ଖୋଜଖବର ଚାଲାଇଛି।



Spread the love

Leave A Reply

Your email address will not be published.