ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ର ନୂଆ ଫଣ୍ଡ ପ୍ରୁ ସେକ୍ଟର ଲିଡର୍ସ ଇଣ୍ଡେକ୍ସ ଫଣ୍ଡ୍‌

Spread the love

ଭୁବନେଶ୍ୱର: ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ ପକ୍ଷରୁ ଲିଙ୍କ୍ଡ ଇନ୍ସୁରାନ୍ସ ପ୍ଲାନ୍ (ୟୁଲିପ୍‌) ଅଧିନରେ ଏକ ନୂଆ ଫଣ୍ଡ୍‌, ଆଇସିଆଇସିଆଇ ପ୍ରୁ ସେକ୍ଟର ଲିଡର୍ସ ଇଣ୍ଡେକ୍ସ ଫଣ୍ଡ୍ ଶୁଭାରମ୍ଭ କରାଯାଇଛି । ଏହି ଫଣ୍ଡ ଗ୍ରାହକଙ୍କୁ ଭାରତୀୟ ଅର୍ଥନୀତିର ୨୦ ରୁ ଅଧିକ ପ୍ରମୁଖ କ୍ଷେତ୍ରରେ ଅଗ୍ରଣୀ କମ୍ପାନୀଗୁଡିକ ପାଇଁ ଏକ୍ସପୋଜର ପ୍ରଦାନକରି ଏକ ରେଡିମେଡ୍ ଇକ୍ୱିଟି ପୋର୍ଟଫୋଲିଓ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି ।
ଏହି ଶୁଭାରମ୍ଭ ଅବସରରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡର ମୁଖ୍ୟ ନିବେଶ ଅଧିକାରୀ, ମନିଷ କୁମାର କହିଛନ୍ତି, “ଆଇସିଆଇସିଆଇ ପ୍ରୁଡେନ୍ସିଆଲ ସେକ୍ଟର ଲିଡର୍ସ ଇଣ୍ଡେକ୍ସ ଫଣ୍ଡ୍ ନିବେଶକଙ୍କୁ ଭାରତର ଦୀର୍ଘକାଳିନ ଅଭିବୃଦ୍ଧି କ୍ଷମତାର ବ୍ୟବହାରକରି ସମ୍ପତି ସୃଷ୍ଟି କରିବା ପାଇଁ ଏକ ସରଳ ଓ ପ୍ରଭାବଶାଳୀ ମାଧ୍ୟମ ଦେଉଛି । ଏହି ଫଣ୍ଡ ଏକ ଏକକ, ନିୟମ-ଭିତିକ ପୋର୍ଟଫୋଲିଓରେ ୨୦ ରୁ ଅଧିକ କ୍ଷେତ୍ରରୁ ପ୍ରମାଣିତ ବଜାର ଲିଡରମାନଙ୍କୁ ଏକତ୍ରିତ କରି ବିଭିନ୍ନ କ୍ଷେତ୍ରରେ ନେତୃତ୍ୱକୁ ପରିଭାଷିତ କରୁଥିବା କମ୍ପାନୀଗୁଡିକରେ ନିବେଶ କରିବ । ଏକ ଇଣ୍ଡେକ୍ସ ଫଣ୍ଡ ଷ୍ଟକ ଚୟନର ଜଟିଳତାକୁ ଦୂର କରିଥାଏ ଏବଂ ଅର୍ଥନୀତିର ସବୁଠାରୁ ପ୍ରଭାବଶାଳୀ ବ୍ୟବସାୟଗୁଡିକ ପାଇଁ ବିବିଧ ଏକ୍ସପୋଜର ଦେଇଥାଏ ।
ଇକ୍ୱିଟି ନିବେଶରେ ଏକ ସରଳ, ନିୟମ-ଆଧାରିତ ପଦ୍ଧତି ଚାହୁଁଥିବା ନିବେଶକଙ୍କ ପାଇଁ ଡିଜାଇନ କରାଯାଇଥିବା ଏହି ଫଣ୍ଡ ସ୍ୱାଧୀନ ଷ୍ଟକଗୁଡିକୁ ଚୟନ କରିବାର ଆବଶ୍ୟକତା ବିନା ବଜାର ଅଗ୍ରଣୀ କମ୍ପାନୀଗୁଡିକରେ ଅଂଶଗ୍ରହଣକୁ ସକ୍ଷମ କରିଥାଏ । ଏହା ଏକ ନିଷ୍କ୍ରିୟ ନିବେଶ ରଣନୀତି ପସନ୍ଦ କରୁଥିବା ନିବେଶକଙ୍କ ପାଇଁ ଉପଯୁକ୍ତ ଅଟେ, ଯିଏ ବ୍ୟାପକ କ୍ଷେତ୍ର ବିବିଧକରଣ ଓ ପ୍ରତିଷ୍ଠିତ ମାର୍କେଟ ଲିଡରଙ୍କ ପ୍ରତି ଆକର୍ଷଣ ସହିତ ଦୀର୍ଘାବଧି ପାଇଁ ମୂଳ ଇକ୍ୱିଟି ଆବଂଟନ ଗଠନ କରିବାକୁ ଚାହାଁନ୍ତି ।
ଆଇସିଆଇସିଆଇ ପ୍ରୁ ସେକ୍ଟର ଲିଡର୍ସ ଇଣ୍ଡେକ୍ସ ଫଣ୍ଡ ହେଉଛି ଏକ ନିଷ୍କ୍ରିୟ, ଇଣ୍ଡେକ୍ସ-ଆଧାରିତ ଉତ୍ପାଦ ଯାହା ବିଏସ୍‌ଇ ଇଣ୍ଡିଆ ସେକ୍ଟର ଲିଡର୍ସ ଇଣ୍ଡେକ୍ସକୁ ଟ୍ରାକ କରିଥାଏ । ନିୟମଗୁଡିକ ଏହି ଫଣ୍ଡ୍କୁ ସମୟ ସମୟରେ ଇଣ୍ଡେକ୍ସରେ ଥିବା ନିଜ କ୍ଷମତା ସହ ସମନ୍ୱୟରେ ସମସ୍ତ ଷ୍ଟକ୍ରେ ନିବେଶ କରିବାରୁ ପ୍ରତିବନ୍ଧିତ କରିପାରେ । ଏହାର ଫଳସ୍ୱରୁପ ସେଠାରେ ଏକ ସମ୍ଭାବ୍ୟ ଟ୍ରାକିଙ୍ଗ ତ୍ରୁଟି ଦେଖାଦେଇପାରେ । ଏହି ଇଣ୍ଡେକ୍ସ ଫଣ୍ଡ ଅଧିନରେ ପାଇବାକୁ ଥିବା ଲାଭାଂଶକୁ ପୁନଃନିବେଶ କରାଯିବ, ଯାହା ସମୟକ୍ରମେ ଦୀର୍ଘାବଧିରେ ଗ୍ରାହକଙ୍କ ଫଣ୍ଡ ମୂଲ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିବ । ଏହି ଫଣ୍ଡ୍ର ଶୁଭାରମ୍ଭ କମ୍ପାନୀର ରୌପ୍ୟ ଜୟନ୍ତୀ ପାଳନର ସଦ୍ୟତମ ସଫଳତା ସହ ଜଡିତ ରହିଛି । ଏହି ନୂଆ ଫଣ୍ଡ ବର୍ତମାନ ନିବେଶ ପାଇଁ ଖୋଲା ରହିଛି ।


Spread the love

Leave A Reply

Your email address will not be published.