ବାଦ୍‌ଶାହଙ୍କୁ ଭାରତ ପାଇଁ ଡାଇସନ୍ ଅନ୍‌ଟ୍ରାକଟିଏମ୍ ହେଡ୍‌ଫୋନ୍‌ସର ଆମ୍ବାସାଡର ଘୋଷଣା କରିଛି ଡାଇସନ୍‌

Spread the love

ଭୁବନେଶ୍ୱର : ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନୀ ଡାଇସନ୍ ପକ୍ଷରୁ ଆଜି ଭାରତର ଲୋକପ୍ରିୟ ରାପର୍ ଓ ମ୍ୟୁଜିକ ଆଇକନ ବାଦଶାହଙ୍କୁ ଭାରତ ପାଇଁ ଡାଇସନ୍ ଅନ୍‌ଟ୍ରାକ୍‌ଟିଏମ ହେଡ୍‌ଫୋନ୍‌ର ଆମ୍ବାସାଡର ଘୋଷଣା କରାଯାଇଛି । ଏହି ସହଭାଗିତା ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ୨୦୨୪ରେ ହେବାକୁ ଥିବା ଡାଇସନ୍‌ର ପ୍ରଥମ ହାଇ-ଫିଡେଲିଟି, ଅଡିଓ-ଓନ୍‌ଲି ହେଡ୍‌ଫୋନ୍‌: ଡାଇସନ୍ ଅନ୍‌ଟ୍ରାକ୍‌ଟିଏମ ହେଡ୍‌ଫୋନ୍‌ସର ବହୁପ୍ରତୀକ୍ଷିତ ଲଂଚ୍ ସହ ଆରମ୍ଭ ହେବ ।

ଭାରତରେ ଲଂଚ୍ ପୂର୍ବରୁ ସେପ୍ଟେମ୍ବର ୧୨ ତାରିଖ ୨୦୨୪ରେ ଡାଇସନ୍ ଅନ୍‌ଟ୍ରାକ୍‌ଟିଏମ ହେଡ୍‌ଫୋନ୍‌ଗୁଡିକ ନିର୍ଦ୍ଧିଷ୍ଟ ଡାଇସନ ଡେମୋ ଷ୍ଟୋର୍‌ଗୁଡିକରେ ଗ୍ରାହକଙ୍କ ଅନୁଭୂତି ପାଇଁ ଉପଲବ୍ଧ ହେବ । ଗ୍ରାହକମାନେ ଏହି ଉତ୍ପାଦ ପାଇଁ ଊଚ୍ଚଗ୍ଦକ୍ଟଦ୍ଭ.ସଦ୍ଭ ରେ ଏବେ ପ୍ରି-ରେଜିଷ୍ଟର କରିପାରିବେ ।

ଏସମ୍ପର୍କରେ ଡାଇସନ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଅଙ୍କିତ ଜୈନ କହିଛନ୍ତି, “ଡାଇସନ୍‌ର ଉଭୟ ଅଡିଓ କ୍ୟାଟାଗୋରି ଓ ଶିଳ୍ପରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ଏକ ବିଶାଳ ଲକ୍ଷ୍ୟ ରହିଛି ଯାହାକି ଚଳିତ ବର୍ଷ ଆରମ୍ଭରେ ଉନ୍ମୋଚିତ ହୋଇଥିବା ଡାଇସନ ଅନ୍‌ଟ୍ରାକ ହେଡ୍‌ଫୋନ୍ ଦ୍ୱାରା ପ୍ରମାଣିତ ହୋଇଛି । ଏହି ହେଡ୍‌ଫୋନ୍ ଏକ ଉଚ୍ଚପ୍ରଦର୍ଶନକ୍ଷମ ଡିଜାଇନ ମାଧ୍ୟମରେ ଚମତ୍କାର ସାଉଣ୍ଡ ଗୁଣବତା ପ୍ରଦାନ କରୁଛି ଯାହା ବିଗତ ୩୦ ବର୍ଷର ଏରୋଆକୌଷ୍ଟିକ ରିସର୍ଚ୍ଚ ଦ୍ୱାରା ସମର୍ଥିତ ଅଟେ । ଭାରତରେ ଡାଇସନ ଅନ୍‌ଟ୍ରାକ ହେଡ୍‌ଫୋନ୍‌ର ଲଂଚ୍‌କୁ ପାଳନ କରିବା ପାଇଁ ଆମର ପ୍ରଥମ ଡାଇସନ ଅନ୍‌ଟ୍ରାକ ହେଡ୍‌ଫୋନ୍ ବ୍ରାଣ୍ଡ ଆମ୍ବାସାଡର ଭାବେ ଲୋକପ୍ରିୟ ରାପର୍ ବାଦଶାହଙ୍କ ନାମ ଘୋଷଣା କରି ଆମେ ଖୁବ୍ ଆନନ୍ଦିତ । ଦେଶରେ ସୁପରିଚିତ ଥିବା ବାଦ୍‌ଶାହ ହେଉଛନ୍ତି ଜଣେ ଇଣ୍ଡଷ୍ଟ୍ରୀ ଆଇକନ ଯିଏକି ନିଜର ସଙ୍ଗୀତ ଓ ହାଇ ଫ୍ୟାଶନର ସମ୍ମିଶ୍ରଣ ଓ ହାଇ-ପର୍‌ଫର୍ମିଙ୍ଗ ଟେକ୍ନୋଲୋଜି ପ୍ରତି ଆକର୍ଷଣ ପାଇଁ ପରିଚିତ ଅଟନ୍ତି । ଆମେ ବାଦ୍‌ଶାହଙ୍କୁ ଡାଇସନ ପରିବାରକୁ ସ୍ୱାଗତ କରି ଖୁସି ଅନୁଭବ କରୁଛୁ ।”

ଭାରତର ଡାଇସନ ଅନ୍‌ଟ୍ରାକ ହେଡ୍‌ଫୋନ୍‌ସ ଆମ୍ବାସାଡର ବାଦ୍‌ଶାହ କହିଛନ୍ତି, “ ସଙ୍ଗୀତ ହେଉଛି ମୋ ପାଇଁ ଜୀବନ ଏବଂ ମୁଁ ଉତ୍କୃଷ୍ଟମାନର ସାଉଣ୍ଡର ଶକ୍ତିରେ ବିଶ୍ୱାସ କରିଥାଏ । ସୀମାକୁ ଆଗକୁ ବଢାଇବା ପ୍ରତି ଡାଇସନ୍‌ର ପ୍ରତିବଦ୍ଧତା ମୋର ନିଜସ୍ୱ କଳାତ୍ମକ ଆଭିମୁଖ୍ୟ ସହ ଉପଯୁକ୍ତ ଭାବେ ମେଳ ଖାଉଛି । ସେମାନଙ୍କର ଉତ୍ପାଦଗୁଡିକ କେବଳ ଟେକ୍ନୋଲୋଜି ଦୃଷ୍ଟିରୁ ଆଡ୍‌ଭାନ୍ସ ନୁହେଁ ବରଂ ଦେଖିବାକୁ ମଧ୍ୟ ଖୁବ୍ ଆକର୍ଷଣୀୟ, ଯାହା ସୌନ୍ଦର୍ଯ୍ୟକୁ ନେଇ ମୋର ବିଚାରଧାରା ଓ ଦୃଷ୍ଟିକୋଣ ସହ ଉପଯୁକ୍ତ ଭାବେ ଜଡିତ ରହିଛି ।”
ଉଦ୍ଭାବନ ଓ ଡିଜାଇନ ପ୍ରତି ଡାଇସନ୍‌ର ପ୍ରତିବଦ୍ଧତା ଏହା ଲଂଚ୍ କରିଥିବା ପ୍ରତ୍ୟେକ ଉତ୍ପାଦରେ ପ୍ରମାଣିତ ହୋଇଛି । ଡାଇସନ ଅନ୍‌ଟ୍ରାକ ହେଡ୍‌ଫୋନ୍‌ର ଶୁଭାରମ୍ଭ ଏବଂ ବାଦଶାହଙ୍କ ସହ ସହଯୋଗିତା ସହିତ କମ୍ପାନୀ ଭାରତୀୟ ଅଡିଓ ମାର୍କେଟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ପାଇଁ ପ୍ରସ୍ତୁତ ରହିଛି ।

ଡାଇସନ୍ ଅନ୍‌ଟ୍ରାକ ହେଡ୍‌ଫୋନ୍ ବ୍ୟତୀତ କମ୍ପାନୀ ଅନ୍ୟ ୩ଟି ନୂଆ ଡାଇସନ ଟେକ୍ନୋଲୋଜିର ଉତ୍ସାହଜନକ ଶୃଙ୍ଖଳା ଉପଲବ୍ଧ କରିବ ଯାହାକୁ ଚଳିତ ପାର୍ବଣ ଋତୁ ଆରମ୍ଭରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗରେ ରିଲିଜ୍ କରାଯିବା ପାଇଁ ଯୋଜନା ରହିଛି । ଏହି ନୂତନ ଶୃଙ୍ଖଳାରେ ଦୁଇଟି ଆଡ୍‌ଭାନ୍ସଡ ହେୟାର ଷ୍ଟାଇଲିଂ ଟୁଲ୍‌- ଡାଇସନ ଏୟାର୍‌ରାପ୍ ଆଇ.ଡି.ଟିଏମ୍ ମଲ୍ଟି-ଷ୍ଟାଇଲର ଓ ଡ୍ରାୟର, ଡାଇସନ ସୁପର୍‌ସୋନିକ ନ୍ୟୁରାଲଟିଏମ୍ ହେୟାର ଡ୍ରାୟର୍ ଓ ଡାଇସନ୍‌ର ପ୍ରଥମ ଡେଡିକେଟେଡ ୱେଟ୍ କ୍ଲିନର୍‌- ଡାଇସନ ୱାଶଜି୧ଟିଏମ୍ ୱେଟ୍ ଫ୍ଲୋର୍ କ୍ଲିନର ସାମିଲ ରହିଛି ।


Spread the love

Leave A Reply

Your email address will not be published.