ଅଲ୍ଟିମେଟ ପାର୍ଟି ସ୍ମାର୍ଟଫୋନ ଓପୋ ଏଫ୨୭ ୫ଜିର ଶୁଭାରମ୍ଭ

Spread the love

ଓପୋ ଇ-ଷ୍ଟୋର, ଫ୍ଲିପ୍‌କାର୍ଟ, ଆମାଜନ ଓ ମେନ୍‌ଲାଇନ ରିଟେଲ ଆଉଟଲେଟଗୁଡିକରେ କ୍ରୟ ପାଇଁ ଉପଲବ୍ଧ ହେବ।

ଓପୋ ଇଣ୍ଡିଆ ପକ୍ଷରୁ ଏକ ନୂଆ ସ୍ମାର୍ଟଫୋନ୍‌- F27 5G ର ଲଂଚ୍ ଘୋଷଣା କରାଯାଇଛି ଯେଉଁଥିରେ ଓପୋର ନୂଆ ହାଲୋ ଲାଇଟ୍ ରହିଛି- ସ୍ମାର୍ଟଫୋନ୍‌ର ପଛରେ ଏଲ୍‌ଇଡିଗୁଡିକର ଏକ ସର୍କଲ ଯାହା ଆପଣ ପ୍ଲେ କରୁଥିବା ମ୍ୟୁଜିକର ବିଟ୍‌କୁ ପଲ୍‌ସେଟ କରିଥାଏ। ଏଥିରେ ଆଡ୍‌ଭାନ୍ସଡ AI କ୍ୟାମେରା ଫିଚର ରହିଛି ଯାହା ଆପଣଙ୍କୁ ମଜାଦାର ପାର୍ଟି ପିକ୍‌ଚର କ୍ୟାପଚର କରିବାକୁ ଦେଇଥାଏ, ଯାହାକୁ ଆପଣ ନିଜ ବନ୍ଧୁଙ୍କ ସହ ସେୟାର କରିପାରିବେ କିମ୍ବା ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ। OPPO F27 5G   ଦୁଇଟି ରଙ୍ଗ – ଆମ୍ବର ଅରେଞ୍ଜ ଓ ଏମେରାଲ୍ଡ ଗ୍ରୀନରେ ଉପଲବ୍ଧ ହେବ ଏବଂ ଏହା ୧୨୮ଏଈ ଷ୍ଟୋରେଜ ସହ 22,999 ଟଙ୍କାରେ ଓ 256GB ଷ୍ଟୋରେଜ ସହ 24,999 ଟଙ୍କାରେ ବିକ୍ରି ହେବ।

ପାର୍ଟି-ରେଡୀ ଡିଜାଇନ ଓ ଫିଚର

OPPO F27 5G ରେ OPPO F27 Pro+ ରୁ ଏକ ଅପ୍‌ଗ୍ରେଡେଡ କସ୍‌ମସ ରିଙ୍ଗ ଡିଜାଇନ ରହିଛି ଯାହା ଏହାର କ୍ୟାମେରା ମଡ୍ୟୁଲ ଚାରିପଟେ ପରିଚାଳିତ ହୋଇଥାଏ କିନ୍ତୁ ବର୍ତମାନ ଏହା ଏକ ଡାଇନାମିକ ହାଲୋ ଲାଇଟ୍ ସହ ଆସୁଛି ଯାହା ଆପଣଙ୍କର ପାର୍ଟି ପରିବେଶକୁ ଉନ୍ନତ କରିବା ପାଇଁ ମ୍ୟୁଜିକ ବିଟ୍ ସହ ସିଙ୍କ୍ ହୋଇଥାଏ। ଫୋନ୍ ଆପଣଙ୍କ ଡେସ୍କରେ ଫେସ୍‌-ଡାଉନ କରି ରଖାଯାଇଥିଲେ ଆପଣଙ୍କୁ ମେସେଜ ଓ ଅପ୍‌ଡେଟ୍‌ଗୁଡିକ ସମ୍ପର୍କରେ ନୀରବ ଭାବେ ଜଣାଇବା ପାଇଁ ଏହି ହାଲୋ ଲାଇଟ୍‌କୁ କନ୍‌ଫିଗର୍ କରାଯାଇପାରିବ।

ଏହି ସ୍ମାର୍ଟଫୋନ୍ ଦୁଇଟି ରଙ୍ଗ: ଏକ ଫ୍ଲିକରିଙ୍ଗ୍ ଫ୍ଲେମ୍ ଟେକ୍ସଚର ସହ ଅମ୍ବର ଅରେଞ୍ଜ ଓ ଏକ କର୍ଭଡ ଲାଇଟ କଲମ ଇଫେକ୍ଟ ସହ ଏମେରାଲ୍ଡ ଗ୍ରୀନ୍‌ରେ ଉପଲବ୍ଧ ହେଉଛି। ଏମେରାଲ୍ଡ ଗ୍ରୀନ୍‌ରେ 7.69mm ଓ ଆମ୍ବର ଅରେଞ୍ଜରେ 7.76mm ର ସ୍ଲିକ ପ୍ରୋଫାଇଲ, ଏହାର 187g ହାଲୁକା ନିର୍ମାଣ, ଏହାକୁ ଯେପରି ଆପଣ ସବୁ ସ୍ଥାନକୁ ବହନ କରିପାରିବେ ତାହା ସୁନିଶ୍ଚିତ କରୁଛି।

120Hz ସ୍ମାର୍ଟ ଆଡାପ୍ଟିଭ ସ୍କ୍ରିନ ଜୀବନ୍ତ ଭିଜୁଆଲ ଓ ସୁଗମ ଯୋଗାଯୋଗ ପ୍ରଦାନ କରୁଛି, ଯାହା ଉକ୍ତ ସ୍ମରଣୀୟ ପାର୍ଟି ପିକ୍‌ଚରଗୁଡିକୁ କ୍ୟାପ୍‌ଚର କରିବା ଓ ଦେଖିବା ପାଇଁ ଉପଯୁକ୍ତ ଅଟେ। ଅତ୍ୟାଧୁନିକ ଆଖି ସୁରକ୍ଷା ଫିଚରଗୁଡିକ ସହିତ ଆପଣ ନିଜ ଆଖି ଉପରେ ଚାପ ନପକାଇ ରାତିକୁ ଉପଭୋଗ କରିପାରିବେ।

ଏକ ଅତିରିକ୍ତ ଫିଚର ଭାବେ OPPO F27ରେ ମ୍ୟୁଜିକ୍ ପାର୍ଟି ଆପ୍ ଆପଣଙ୍କୁ ନିଜ ବନ୍ଧୁଙ୍କ ସହ କନେକ୍ଟ ହେବାକୁ ଦେଇଥାଏ ଯିଏ ଏକାସଙ୍ଗେ ସିଙ୍କ୍‌ରେ ସମାନ ମ୍ୟୁଜିକ ପ୍ଲେ କରିବା ପାଇଁ OPPO F27  ର ବ୍ୟବହାର କରୁଥିବେ। ଏକାଧିକ ଉପଭୋକ୍ତା ଡିଭାଇସ୍‌ଗୁଡିକରେ କୋଲାବରେଟିଭ ସଙ୍ଗ୍ ସିଲେକ୍ସନ ଓ ଏକସଙ୍ଗେ ପ୍ଲେବ୍ୟାକ୍‌କୁ ସକ୍ଷମ କରି ଯେକୌଣସି ଡିଭାଇସ୍‌ରୁ ଏକ କୋଡ୍ ସ୍କାନ କରି ‘ପାର୍ଟିଜ୍‌’ରେ ଯୋଗ ଦେଇପାରିବେ- ଏହା ଇୟରବଡ୍ ସହ ପେୟାର ହୋଇଥିଲେ ସାଇଲେଂଟ ଡିସ୍କୋ କିମ୍ବା ଇଂଟିମେଟ ହାଉସ୍ ପାର୍ଟିଗୁଡିକ ପାଇଁ ଉପଯୁକ୍ତ ଅଟେ।

ଫଟୋ ଓ ଭିଡିଓ ସହିତ ଏଆଇ-ପରିଚାଳିତ ଆନନ୍ଦ

ଏବେ ମଜାଦାର ଫଟୋଗ୍ରାଫଗୁଡିକ ବିନା ଏକ ପାର୍ଟିର ଅର୍ଥ କ’ଣ? OPPO F27  ରେ ଆଡ୍‌ଭାନ୍ସଡ Gen AI ଫିଚର ରହିଛି ଯାହା ଏହାକୁ ଅଲ୍ଟିମେଟ ଫନ୍ କ୍ୟାମେରାରେ ପରିଣତ କରୁଛି। ଏହାର AI ଷ୍ଟୁଡିଓ ଫିଚର ପୋର୍ଟ୍ରେଟଗୁଡିକୁ ସ୍ୱତନ୍ତ୍ର ଡିଜିଟାଲ ଅବତାରରେ ପରିଣତ କରୁଛି ଯାହାକୁ ଆପଣ ପାର୍ଟି ଇନ୍‌ଭାଇଟ୍‌ସ ପାଇଁ ସେୟାର କରିପାରିବେ କିମ୍ବା ନିଜର ପାର୍ଟି ସ୍ପେଶକୁ ଜୀବନ୍ତ କରିବା ଓ ସଜାଇବା ପାଇଁ ପ୍ରିଂଟ୍ କରିପାରିବେ। ଓପୋ ପକ୍ଷରୁ OPPO F27 5G ର AI ଷ୍ଟୁଡିଓରେ ଏକ ସ୍ୱତନ୍ତ୍ର ଡିସ୍କୋ ପାର୍ଟି ଥିମ୍‌ର ଶୁଭାରମ୍ଭ କରାଯାଇଛି। ଏହି ନୂତନ ଯୋଗ ଡିଭାଇସ୍‌ର ପାର୍ଟି-ସେଂଟ୍ରିକ ଫିଚରଗୁଡିକୁ ପରିପୂର୍ଣ୍ଣ କରୁଛି, ଉପଭୋକ୍ତାଙ୍କୁ ସେମାନଙ୍କର ଫଟୋଗୁଡିକୁ ରେଟ୍ରୋ-ଅନୁପ୍ରାଣିତ ଇଫେକ୍ଟ ସହ ରୂପାନ୍ତର କରିବାକୁ ଅନୁମତି ଦେଉଛି ଯାହା ଏକ କ୍ଲାସିକ ଡିସ୍କୋ ପରିବେଶର ମହତ୍ୱକୁ କ୍ୟାପ୍‌ଚର କରିଥାଏ।

AI ଇରେଜର 2.0  ସହିତ ଆପଣ ପର୍‌ଫେକ୍ଟ କ୍ୟାପ୍‌ଚର ପାଇଁ ସହଜରେ ଅବାଂଛିତ ବସ୍ତୁ ଓ ପଟୋ ବମ୍ବରଗୁଡିକୁ ଅପସାରଣ କରିପାରିବେ। AI ସ୍ମାର୍ଟ ଇମେଜ ମ୍ୟାଟିଙ୍ଗ 2.0  ଆପଣଙ୍କୁ ସଠିକ୍ ମଲ୍ଟି-ସବ୍‌ଜେକ୍ଟ କଟ୍‌ଆଉଟ୍ ସୃଷ୍ଟି କରିବାକୁ ଦେଇଥାଏ ଯାହାକୁ ଆପଣଙ୍କ ଫଟୋ କଲେକ୍ସନରେ ଏକ ମଜାଦାର ସ୍ପର୍ଶ ଯୋଗ କରିବା କିମ୍ବା ମିମ୍ ତିଆରି କରିବା ପାଇଁ ଷ୍ଟିକର୍ ଭାବେ ସେଭ୍ କରିପାରିବେ।

ଫଟୋଗ୍ରାଫି ଉତ୍ସାହୀମାନେ OPPO F27 ରେ ଥିବା ଅଲ୍‌ଟ୍ରା-କ୍ଲିୟର କ୍ୟାମେରା ସିଷ୍ଟମକୁ ପ୍ରଶଂସା କରିବେ ଯେଉଁଥିରେ 50MP  ମେନ୍ କ୍ୟାମେରା, 2MP ପୋର୍ଟ୍ରେଟ କ୍ୟାମେରା ଓ 32MP ସେଲ୍‌ଫି କ୍ୟାମେରା ଅନ୍ତର୍ଭୁକ୍ତ ରହିଛି। ପ୍ରୋ ପୋର୍ଟ୍ରେଟ ମୋଡ୍ ପ୍ରଫେସନାଲ ବୋକେ ଇଫେକ୍ଟ ପାଇଁ ଉଭୟ ମେନ୍ ଓ ମାକ୍ରୋ କ୍ୟାମେରାଗୁଡିକୁ ବ୍ୟବହାର କରିଥାଏ , ସେହିପରି AI ପୋର୍ଟ୍ରେଟ ରିଟଚିଙ୍ଗ୍ ଜୀବନ୍ତ, ପ୍ରାକୃତିକ ଉନ୍ନତିକରଣ ସୁନିଶ୍ଚିତ କରିଥାଏ। ଏହି ହାର୍ଡୱେୟାର-ସଫ୍ଟୱେୟାର ସିନର୍ଜି ଚମତ୍କାର ବିବରଣୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟତା ସହ ପୋର୍ଟ୍ରେଟଗୁଡିକୁ କ୍ୟାପ୍‌ଚର କରିଥାଏ, ଯାହା ପ୍ରତେୃକ ସଟ୍‌କୁ ଇନ୍‌ଷ୍ଟା-ଉପଯୋଗୀ କରିଥାଏ।

କିନ୍ତୁ ଏହା କେବଳ ଫଟୋ ସମ୍ପର୍କିତ ନୁହେଁ: OPPO F27  ରେ ଏଆଇ ରେକର୍ଡିଙ୍ଗ୍ ସମରୀ ସାମିଲ ରହିଛି, ଯାହା AI ଭଏସ୍ ରେକର୍ଡିଙ୍ଗ୍‌ଗୁଡିକରୁ ପ୍ରମୁଖ ସୂଚନାକୁ ବାହାର କରି ଏକ ସଂକ୍ଷିପ୍ତ ବିବରଣୀରେ ପରିଣତ କରିଥାଏ, ଯାହା ଉକ୍ତ ବିଳମ୍ବିତ ରାତିର ବାର୍ତାଳାପଗୁଡିକୁ ମନେ ପକାଇବା ପାଇଁ ଉପଯୁକ୍ତ ହୋଇଥାଏ।

ଗୁଗଲ ଜେମିନି ଏଲ୍‌ଏଲ୍‌ଏମ୍ ଦ୍ୱାରା ପରିଚାଳିତ AI ଟୁଲ୍‌ବକ୍ସରେ ଶୀଘ୍ର କଂଟେଂଟ ସୃଷ୍ଟି କରିବା ପାଇଁ AI ରାଇଟର, ଟେକ୍ସଟ କଣ୍ଡେନ୍‌ସେଶନ ପାଇଁ AI ସମରୀ ଓ ଟେକ୍ସଟ-ଟୁ-ସ୍ପିଚ୍ କନ୍‌ଭର୍ସନ ପାଇଁ AI ସ୍ପିକ୍ ଭଳି ଟୁଲ୍ ସାମିଲ ରହିଛି ଯାହା ଏକ ସୁବିଧାଜନକ ସାଇଡ୍‌ବାର ମାଧ୍ୟମରେ ପହଂଚଯୋଗ୍ୟ ଅଟେ। ଆପଣ କୌଣସି ମୁହୂର୍ତକୁ କ୍ୟାପ୍‌ଚର କରନ୍ତୁ କିମ୍ବା ପ୍ରଡକ୍ଟିଭ ରୁହନ୍ତୁ, OPPO F27 ର AI ଫିଚରଗୁଡିକ ଏହାକୁ ସହଜ ଓ ମଜାଦାର କରିଥାଏ।

ଶକ୍ତିଶାଳୀ କାର୍ଯ୍ୟଦକ୍ଷତା, ଦୀର୍ଘସ୍ଥାୟୀ ସହନଶୀଳତା

OPPO F27 କୁ ଆପଣଙ୍କର ଜୀବନଶୈଳୀ ସହ ମେଳ ଖାଇବା ପାଇଁ ନିର୍ମାଣ କରାଯାଇଛି। ଏହା ସୁଗମ କାର୍ଯ୍ୟଦକ୍ଷତା ଓ ବର୍ଦ୍ଧିତ ବ୍ୟାଟେରୀ ଲାଇଫ୍ ପ୍ରଦାନ କରିବା ପାଇଁ ମିଡିଆଟେକ ଡାଇମେନ୍‌ସିଟି 6300 ପ୍ଲାଟ୍‌ଫର୍ମ ଦ୍ୱାରା ପରିଚାଳିତ ଅଟେ ଯାହାଫଳରେ ଆପଣ ଫଟୋ କ୍ୟାପ୍‌ଚର ଓ ସେୟାର କରିପାରିବେ ଓ ପ୍ରତ୍ୟେକ ମୁହୂର୍ତକୁ ଉପଭୋଗ କରିପାରିବେ।

ଏହାର ଚିପ୍‌କୁ ଏକ 10% ଶକ୍ତି ଦକ୍ଷତା ବୃଦ୍ଧି ପ୍ରଦାନ କରିବା ପାଇଁ ଏକ ଶକ୍ତି-ଦକ୍ଷ ପ୍ରୋସେସ ଉପରେ ନିର୍ମାଣ କରାଯାଇଛି , ସେହିପରି ଏହାର ଜିପିୟୁ ଚାହିଦାପୂର୍ଣ୍ଣ କାର୍ଯ୍ୟ ଓ ସାଧାରଣ ଗେମିଙ୍ଗ୍‌ରେ ଉତମ ପ୍ରଦର୍ଶନ କରିବା ପାଇଁ ପୂର୍ବ ପିଢି ତୁଳନାରେ ପ୍ରଦର୍ଶନରେ ୧୩% ଉନ୍ନତି ପ୍ରଦାନ କରୁଛି।

8GB  ରାମ୍ ଓ 128/256GB ରମ୍ କନ୍‌ଫିଗରେଶନ ସହ ଉପଲବ୍ଧ OPPO F27 ରେ ଓପୋର ରାମ୍ ଏକ୍ସପାନ୍‌ଶନ ଟେକ୍ନୋଲୋଜି ମଧ୍ୟ ରହିଛି ଯାହା ଆପଣଙ୍କୁ ସୁଗମ ମଲ୍ଟିଟାସ୍କିଙ୍ଗ୍ ପାଇଁ ଭର୍ଚୁଆଲ ରାମ୍ ଭାବେ ବ୍ୟବହାର କରିବା ଲାଗି 8GB ପର୍ଯ୍ୟନ୍ତ ମାଗଣା ଷ୍ଟୋରେଜ ଆବଂଟନ କରିବାକୁ ଦେଉଛି। ଏହାଛଡା ଏହି ଡିଭାଇସ୍‌କୁ ଏକ ବର୍ଦ୍ଧିତ ଅବଧିରେ ନିଜର କାର୍ଯ୍ୟଦକ୍ଷତା ବଜାୟ ରଖିବା ପାଇଁ ଡିଜାଇନ କରାଯାଇଛି; ଏହା ଓପୋର 50–ମନ୍ଥ ଫ୍ଲୁଏନ୍ସି ପ୍ରୋଟେକ୍ସନ ଟେଷ୍ଟ ପାସ୍ କରିଛି ଯାହା ଚାରି ବର୍ଷରୁ ଅଧିକ ସମୟ ପାଇଁ ସିଷ୍ଟମ ସୁଗମତାର ଗ୍ୟାରେଂଟି ଦେଉଛି।

ଏହାର 5,000mAh ବ୍ୟାଟେରୀ ଆପଣ ଯେପରି ବିନା ବାଧାରେ କନେକ୍ଟେଡ ରହିବେ ଓ ମନୋରଞ୍ଜନ ପାଇପାରିବେ ତାହା ସୁନିଶ୍ଚିତ କରୁଛି, ସେହିପରି ଏହାର 45W ସୁପରଭିଓଓସି ଫ୍ଲାଶ୍ ଚାର୍ଜ କେବଳ 71  ମିନିଟ୍‌ରେ ସମ୍ପୂର୍ଣ୍ଣ ଚାର୍ଜକୁ ସକ୍ଷମ କରିଥାଏ। 1% ରୁ ଏକ ତତ୍କାଳ 10–ମିନିଟ ଚାର୍ଜ 7 ଘଂଟାର ଅଧିକ ମ୍ୟୁଜିକ ପ୍ଲେବ୍ୟାକ୍ କିମ୍ବା 6 ଘଂଟାର କଲ୍ ଟାଇମ୍ ପ୍ରଦାନ କରିଥାଏ ଯାହାଫଳରେ ମଜା କେବେ ବନ୍ଦ ହୋଇନଥାଏ।

ଷ୍ଟାଇଲ୍ ଓ ସ୍ଥାୟିତ୍ୱର ସମ୍ମିଶ୍ରଣ

OPPO F27 କେବଳ ଲୁକ୍ ସମ୍ପର୍କିତ ନୁହେଁ; ଏହାକୁ ଦୀର୍ଘସ୍ଥାୟୀ ହେବା ପାଇଁ ନିର୍ମାଣ କରାଯାଇଛି। ଏକ 5- ଷ୍ଟାର ଏସ୍‌ଜିଏସ୍ ପର୍‌ଫର୍ମାନ୍ସ ମଲ୍ଟି-ସିନ ପ୍ରୋଟେକ୍ସନ ସହ ଏହାର ନିଜସ୍ୱ ଆର୍‌ମର ବଡି, ଆଇପି 64 ୱାଟର ଓ ଡଷ୍ଟ ରେଜିଷ୍ଟାନ୍ସ ରେଟିଙ୍ଗ୍ ଆପଣଙ୍କ ଫୋନ୍ ଯେପରି ଦୈନନ୍ଦିନ ବ୍ୟବହାର ଯେପରିକି ଡ୍ରପ୍‌, ସ୍କ୍ରାଚ୍ ଓ ଲିକ୍ୱିଡ ସ୍ପ୍ଲାଶ୍‌କୁ ସହ୍ୟ କରିପାରିବ ତାହା ସୁନିଶ୍ଚିତ କରୁଛି ଯାହାକୁ ଆପଣ ଏକତ୍ରିତ ହେବା ସମୟରେ ଅନୁଭବ କରିଥାନ୍ତି। ଏହି ଡିଭାଇସ୍‌ରେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଉନ୍ନତ ଏଜିସି ଡ୍ରାଗନଟ୍ରେଲ ଷ୍ଟାର୍ 2  ସହ ଅପ୍‌ଗ୍ରେଡେଡ ଡ୍ୟୁରାବିଲିଟି ଓ ଓପୋର ହାଇ-ଷ୍ଟ୍ରେନ୍ଥ ଆଲୟ ଫ୍ରେମ୍‌ୱର୍କ ରହିଛି। ଓପୋର ସ୍ପ୍ଲାଶ ଟଚ୍ ଟେକ୍ନୋଲୋଜି ସହିତ ଏହି ସ୍କ୍ରିନ ସମ୍ପୂର୍ଣ୍ଣ ପ୍ରତିକ୍ରିୟାଶୀଳ ରହିଥାଏ, ଏପରିକି ଓଦା ହେବା ସମୟରେ ମଧ୍ୟ, ଯାହାଫଳରେ ପରିସ୍ଥିତି ଯାହା ହେଉ ନା କାହିଁକି ଆପଣ ଉକ୍ତ ମୁହୂର୍ତକୁ କ୍ୟାପ୍‌ଚର କରିପାରିବେ।

ଏଆଇ ଟେକ୍ନୋଲୋଜି ସହ କନେକ୍ଟେଡ ରୁହନ୍ତୁ

ଆହ୍ୱାନପୂର୍ଣ୍ଣ ପରିବେଶରେ ମଧ୍ୟ ଆପଣ ଯେପରି କନେକ୍ଟେଡ ରହିବେ ତାହା ସୁନିଶ୍ଚିତ କରିବା ପାଇଁ OPPO F27  ଓପୋର AI ଲିଙ୍କବୁଷ୍ଟ ଟେକ୍ନୋଲୋଜି ଓ ଏକ 360 ଡିଗ୍ରୀ ସରାଉଣ୍ଡ ଆଂଟେନା ସଲ୍ୟୁଶନ ସହିତ ନେଟ୍‌ୱର୍କ ପ୍ରଦର୍ଶନକୁ ଉନ୍ନତ କରିଥାଏ। ଏହି ସିଷ୍ଟମ-ଲେଭେଲ AI ମଡେଲ ସିଗ୍‌ନାଲ ଗ୍ରହଣ ଓ ନେଟ୍‌ୱର୍କ ଚୟନକୁ ଉନ୍ନତ କରିଥାଏ, ସର୍ବୋତମ ସମ୍ଭବ ସଂଯୋଗ ପ୍ରଦାନ କରିବା ପାଇଁ ସ୍ଥିତିକୁ ଗ୍ରହଣ କରିଥାଏ। ଏହା ଭିଡିଓ ସେୟୟାରିଂକୁ ଆକ୍‌ସିଲରେଟ କରିଥାଏ, କଲ୍ ବଫରିଙ୍ଗ୍‌କୁ ହ୍ରାସ କରିଥାଏ ଓ ନେଟ୍‌ୱର୍କ ରିକନେକ୍ସନ ସ୍ପିଡ୍‌କୁ ଉନ୍ନତ କରିଥାଏ। ନେଟ୍‌ୱର୍କ କଭରେଜ ବିନା ଅତ୍ୟଧିକ ଜଟିଳ ସ୍ଥିତି ପାଇଁ ଓପୋର ବିକନ୍‌ଲିଙ୍କ ବ୍ଲୁଟୁଥ୍‌ରେ ଡିଭାଇସ୍‌-ଟୁ-ଡିଭାଇସ୍ ଭଏସ କଲ୍‌କୁ ସପୋର୍ଟ କରିଥାଏ, ଯାହା ମ୍ୟୁଜିକ କନ୍‌ସର୍ଟ ଭଳି ଜନଗହଳିପୂର୍ଣ୍ଣ ପରିବେଶଗୁଡିକରେ ଯୋଗାଯୋଗକୁ ସକ୍ଷମ କରିଥାଏ।

ଆପଣ ଏକ ହାଉସ୍ ପାର୍ଟି ରଖନ୍ତୁ କିମ୍ବା କେବଳ ନିଜ ବନ୍ଧୁଙ୍କ ସହ ସମୟ ବିତାନ୍ତୁ, ଅବିସ୍ମରଣୀୟ ମୁହୂର୍ତଗୁଡିକୁ ସୃଷ୍ଟି କରିବା ଓ କ୍ୟାପ୍‌ଚର କରିବା ପାଇଁ OPPO F27  ଆପଣଙ୍କର ଗୋ-ଟୁ-ଡିଭାଇସ୍ ଅଟେ। ଏହାର ଷ୍ଟାଇଲ, ସ୍ମାର୍ଟ AI  ଫିଚର ଓ ଶକ୍ତିଶାଳୀ କାର୍ଯ୍ୟଦକ୍ଷତାର ମିଶ୍ରଣ ସହିତ ଏହି ସ୍ମାର୍ଟଫୋନ୍ ବାସ୍ତବରେ ପାର୍ଟି-ରେଡି ଅଟେ।

OPPO F27 5G ର ପ୍ରଥମ ସେଲ୍ ଉପରେ ଗ୍ରାହକମାନେ ନିମ୍ନଲିଖିତ ଅଫର୍‌ଗୁଡିକୁ ହାସଲ କରିପାରିବେ:

  • ଗ୍ରାହକମାନେ ଏସ୍‌ବିଆଇ କାର୍ଡ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, କୋଟାକ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା କାର୍ଡ, ଡିବିଏସ୍ ବ୍ୟାଙ୍କ, ୱାନ କାର୍ଡ ଓ ଫେଡେରାଲ ବ୍ୟ୍ରାଙ୍କ ଭଳି ଅଗ୍ରଣୀ ବ୍ୟାଙ୍କ କାର୍ଡ ସହିତ ସିସିଇଏମ୍‌ଆଇ ଓ ଡିସିଇଏମ୍‌ଆଇ ଉପରେ ୧୦% କ୍ୟାଶବ୍ୟାକ୍ (୧୮୦୦ ଟଙ୍କା ପର୍ଯ୍ୟନ୍ତ) ପାଇପାରିବେ।
  • 6   ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ଓ ଜିରୋ ଡାଉନ ପେମେଂଟ୍ ସ୍କିମ୍‌।
  • 180  ଦିନର ମାଗଣା ସ୍କ୍ରିନ ଡ୍ୟାମେଜ ପ୍ରୋଟେକ୍ସନ।

Spread the love

Leave A Reply

Your email address will not be published.