ଭୁବନେଶ୍ୱରରେ ଖୋଲିଲା ବୈଷୟିକ-ଜ୍ଞାନକୌଶଳ ସମର୍ଥିତ ଅଫ ଲାଇନ ଶିକ୍ଷା କେନ୍ଦ୍ର

Spread the love

ଭୁବନେଶ୍ୱର : ଫିଜିକ୍ସୱାଲା ଏକ ଶିକ୍ଷା ଭିତିକ କମ୍ପାନୀ, ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଠାରେ ନିଜର ଉପସ୍ଥିତି ଜାହିର କରିବା ସହ ଏହା ନୂତନ ବୈଷୟିକ-ଜ୍ଞାନକୌଶଳ ସଂପନ୍ନ ପିଡବ୍ଲୁ କେନ୍ଦ୍ରର ଶୁଭ ଉଦଘାଟନ କରିଛି । ଫିଜିକ୍ସୱାଲାର ମୁଖ୍ୟ ଗ୍ରୋଥ ଅଧିକାରୀ ଶ୍ରୀ ବିବେକ ଗୌର ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ପିଡବ୍ଲୁଏସଏଟି ପାଇଁ ବର୍ତମାନ ପଂଜୀକରଣ ଖୋଲା ରହିଛି, ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଅଫଲାଇନ ପାଠ୍ୟକ୍ରମ ପାଇଁ ଟ୍ୟୁସନ ଫି ଛାଡ କରିବାର ସୁଯୋଗ ପାଇପାରିବେ । ଏହି ପରୀକ୍ଷା ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେବ ଏବଂ ସପ୍ତମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିବ ଓ ଜେଇଇ କିମ୍ବା ନିଟ ପାଇଁ ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଖୋଲା ରହିବ ।
ପିଡବ୍ଲୁ ଶିକ୍ଷାକେନ୍ଦ୍ର ହେଉଛି ଟେକ୍ନୋଲୋଜି ସମର୍ଥିତ ଅଫଲାଇନ ଶିକ୍ଷା କେନ୍ଦ୍ର ଯେଉଁଠାରେ ଅଭିଜ୍ଞ ଶିକ୍ଷକଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ବ୍ୟକ୍ତିଗତ କ୍ଲାସରେ ଯୋଗ ଦିଅନ୍ତି । ନୂତନ ପିଡବ୍ଲୁ ଶିକ୍ଷା କେନ୍ଦ୍ର ଇ/୩, ଇନଫୋସିଟି, ଚନ୍ଦକା ଶିଳ୍ପାଚଂଳ , ପ୍ରଥମ ମହଲା , ଇନଫିନିଆ ଟାୱାର, ଟ୍ରାଇଡେଂଟ କଲେଜ ସମ୍ମୁଖ ଚନ୍ଦ୍ରଶେଖରପୁର , ଭୁବନେଶ୍ୱର – ୭୫୧୦୨୪ରେ ଅବସ୍ଥିତ ।
ଅଙ୍କିତ ଗୁପ୍ତା, ସିଇଓ ଅଫଲାଇନ, ଫିଜିକ୍ସୱାଲା (ପିଡବ୍ଲୁ) କହିଛନ୍ତି ଯେ, “ପିଡବ୍ଲୁରେ ଆମେ ସବୁବେଳେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଭିଜ୍ଞତାକୁ ଉନ୍ନତ କରିବାର ବାଟ ଖୋଜିବାକୁ ଚେଷ୍ଟା କରିଥାଉ । ଭୁବନେଶ୍ୱରରେ ଏକ ନୂତନ କେନ୍ଦ୍ର ଖୋଲିବା ଦ୍ୱାରା ଆମର ବର୍ତମାନର କେନ୍ଦ୍ର ବ୍ୟତୀତ ଅଧିକରୁ ଅଧିକ ଛାତ୍ରଠଛାତ୍ରୀଙ୍କୁ ଆମର ସେବା ଯୋଗାଇବା ଏବଂ ସେମାନଙ୍କ ଘର ନିକଟରେ ଗୁଣାତ୍ମକ ଶିକ୍ଷା ପହଚାଂଇବାକୁ ଲକ୍ଷ୍ୟ ରଖାଯାଇଛି । ”


Spread the love

Leave A Reply

Your email address will not be published.