ଭୁବନେଶ୍ୱର : କ୍ରିସମାସ ନିକଟତର ହେବା ସହିତ ସଭିଏଁ ବର୍ତମାନ ଏହାର ସେଲିବ୍ରେସନକୁ ନେଇ ଉତ୍ସାହିତ । ତେଣୁ ଚଳିତବର୍ଷ କାଲିଫର୍ଣ୍ଣିଆ ଆଲମଣ୍ଡର ଉତମତା ସହିତ ଆପଣଙ୍କର ଉତ୍ସବମୟ ଭୋଜନ ଏବଂ ଉପହାର ପରମ୍ପରାକୁ ଆହୁରି ଦ୍ୱିଗୁଣିତ କରନ୍ତୁ। ୧୫ଟି ଆବଶ୍ୟକୀୟ ପୋଷକତତ୍ୱରେ ସମୃଦ୍ଧ ଆଲମଣ୍ଡ ହୃଦୟ ସୁସ୍ଥତାକୁ ସମର୍ଥନ କରେ, ଦୀର୍ଘକାଳୀନ ଶକ୍ତି ଯୋଗାଏ ଏବଂ ଭୋକ ନିୟନ୍ତ୍ରଣରେ ସାହାଯ୍ୟ କରେ । କାଲିଫର୍ଣ୍ଣିଆ ଆଲମଣ୍ଡର ବହୁମୁଖୀତା ଏହାର ସବୁଠାରୁ ବଡ଼ ଶକ୍ତି ମଧ୍ୟରୁ ଅନ୍ୟତମ। ମସଲାଦାର ଫଳ କେକ୍ ଏବଂ ସ୍ୱାଦିଷ୍ଟ କୁକିଜ୍ ଠାରୁ ଆରମ୍ଭ କରି ପାରମ୍ପରିକ ଭାରତୀୟ ମିଠା ଏବଂ ଆଧୁନିକ ବେକଡ ଟ୍ରିଟ୍ ପର୍ଯ୍ୟନ୍ତ, ଆଲମଣ୍ଡ ସହଜରେ ଉତ୍ସବକାଳୀନ ଭୋଜନରେ ସାମିଲ ହୋଇଯାଏ । ଭାରତରେ ଅଧିକାଂଶ ପରିବାର ଖାଦ୍ୟ ସଚେତନ ହେଉଥିବାରୁ କାଲିଫର୍ଣ୍ଣିଆ ଆଲମଣ୍ଡ ଏବେ ଜଳଖିଆରେ ଏକ ଲୋକପ୍ରିୟ ଯୋଗ ହେଉଛି । କାଲିଫର୍ଣ୍ଣଆ ଆଲମଣ୍ଡକୁ ଖ୍ରୀଷ୍ଟମାସ ଉପହାର ଭାବରେ ଦେବା ମଧ୍ୟ ଏକ ଚିନ୍ତାଶୀଳ ଏବଂ ପ୍ରିମିୟମ ପସନ୍ଦ ଭାବେ ଦେଖାଯାଉଛି ।
ଏସମ୍ପର୍କରେ ବଲିଉଡ୍ ଷ୍ଟାର ସୋହା ଆଲି ଖାନ କହିଛନ୍ତି, “କ୍ରିସମାସରେ ପ୍ରତିବର୍ଷ ମୁଁ ମୋର ଉତ୍ସବମୟ ମିଳନରେ ରୁଚି ଓ ପୋଷଣ ମଧ୍ୟରେ ସନ୍ତୁଳନ ରଖିବାକୁ ଚେଷ୍ଟା କରେ। କାଲିଫର୍ଣ୍ଣିଆ ଆଲମଣ୍ଡ ମୋର ଅନେକ ବ୍ୟଞ୍ଜନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରଖେ । ତାହା କେବଳ ଏହାର ଗଭୀର ସ୍ୱାଦ ପାଇଁ ନୁହେଁ, ବରଂ ସୁସ୍ଥତା ପାଇଁ ମିଳୁଥିବା ଲାଭ ପାଇଁ ମଧ୍ୟ। ସକାଳେ କେବଳ ଗୋଟିଏ ମୁଠା ଆଲମଣ୍ଡ ଖାଇଲେ ମଧ୍ୟ ସ୍ପଷ୍ଟ ପରିବର୍ତନ ଅନୁଭବ କରାଯାଏ।” ସେହିଭଳି ପୋଷଣ ଏବଂ ସୁସ୍ଥତା ପରାମର୍ଶଦାତ୍ରୀ ଶୀଲା କୃଷ୍ଣସ୍ୱାମୀ କହିଛନ୍ତି,“ଉତ୍ସବ ଅବସରରେ ମିଠା ଓ ବିଶେଷ ଖାଦ୍ୟ ଉପଭୋଗ କରିବା ସ୍ୱାଭାବିକ, କିନ୍ତୁ ସୁସ୍ଥ ରହିବା ପ୍ରକ୍ରିୟା ଜଟିଳ ହେବା ଆବଶ୍ୟକ ନୁହେଁ। ଆଲମଣ୍ଡ ଏଲଡିଏଲ ଏବଂ ସମ୍ପୂର୍ଣ୍ଣ କୋଲେଷ୍ଟେରଲ୍ ସ୍ତର କମାଇବାରେ ସାହାଯ୍ୟ କରି ହୃଦୟ ସ୍ୱାସ୍ଥ୍ୟକୁ ସମର୍ଥନ କରିଥାଏ। ଏହାର ବହୁମୁଖିତା ଯୋଗୁଁ ଆଲମଣ୍ଡ ଉତ୍ସବମୟ ମେନୁରେ ସହଜରେ ଖାପ ଖାଏ, ସ୍ୱାଦ ଏବଂ ପୋଷଣ ମୂଲ୍ୟ ଦୁହିଁକୁ ବୃଦ୍ଧି କରେ।”
ସେହିଭଳି ନୂଆଦିଲ୍ଲୀର ମ୍ୟାକ୍ସ ହେଲଥକେୟାରର ଆଂଚଳିକ ମୁଖ୍ୟ – ଡାଏଟେଟିକ୍ସ ରିତିକା ସମାଦ୍ଦର ଉଲ୍ଲେଖ କରିଛନ୍ତି ଯେ, “କାଲିଫର୍ନିଆ ଆଲମଣ୍ଡ ପୂର୍ଣ୍ଣତାର ଅନୁଭବ ବଜାୟ ରଖିବାରେ ସାହାଯ୍ୟ କରି ଓଜନ ପରିଚାଳନାରେ ସାହାଯ୍ୟ କରେ। ଏଗୁଡ଼ିକର କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରକ୍ତ ଶର୍କରା ସ୍ତର ବୃଦ୍ଧି ରୋକିବାରେ ସାହାଯ୍ୟ କରେ। ଜଳଖିଆ ଖାଦ୍ୟ କିମ୍ବା ଉତ୍ସବକାଳୀନ ରେସିପିରେ ଆଲମଣ୍ଡକୁ ଯୋଡିବା, ଉତ୍ସବଗୁଡ଼ିକୁ ଉପଭୋଗ୍ୟ ଏବଂ ସନ୍ତୁଳିତ କରିବା ନିଶ୍ଚିତ କରିବାର ଏକ ସହଜ ଏବଂ ପ୍ରଭାବଶାଳୀ ଉପାୟ।” ସେହିଭଳି ଆୟୁର୍ବେଦ ବିଶେଷଜ୍ଞ ଡା. ମଧୁମିଥା କୃଷ୍ଣନ ମଧ୍ୟ ଆଲମଣ୍ଡକୁ ନିୟମିତ ଖାଦ୍ୟରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
Next Post