ଲାଇବ୍ରେରୀ ନିର୍ମାଣ ପାଇଁ ଦୟାନନ୍ଦ ଆଦର୍ଶ ଟ୍ରଷ୍ଟକୁ କାମ୍ବିୟମ ନେଟୱର୍କସର ସହଯୋଗ

Spread the love

ଭୁବନେଶ୍ୱର :  ଖୋର୍ଦ୍ଧା ଜିଲ୍ଲାର ପରିଛାଲଠାରେ ଅବସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୂଳର ଲାଇବ୍ରେରୀ ବିଲ୍ଡିଙ୍ଗର ନିର୍ମାଣ ପାଇଁ ଫେବୃଆରୀ ୨୭ ତାରିଖ ୨୦୨୫ (ଗୁରୁବାର)ରେ ଗୁରୁକୂଳର ପ୍ରତିଷ୍ଠାତା ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ କାମ୍ବିୟମ ନେଟୱର୍କସର ଉପାଧ୍ୟକ୍ଷ ବି କୁଞ୍ଜୁକୁଞ୍ଜୁ ଓ ବରିଷ୍ଠ ନିର୍ଦ୍ଦେଶକ ସନ୍ଦୀପ ବିଶ୍ୱାଳଙ୍କ ଦ୍ୱାରା ଭିତିପ୍ରସ୍ଥର ସ୍ଥାପନ କରାଯାଇଛି । କାମ୍ବିୟମ ନେଟ୍‌ୱର୍କସ ପ୍ରାଇଭେଟ ଲିମିଟେଡ ଓଡିଶାର ଖୋର୍ଦ୍ଧା ଜିଲ୍ଲାର ପରିଛାଲ ଗ୍ରାମରେ ଅବସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୂଳର ଲାଇବ୍ରେରୀ ବିଲ୍ଡିଂ ନିର୍ମାଣରେ ସହଯୋଗ କରିବା ପାଇଁ ଦୟାନନ୍ଦ ଏଜୁକେଶନ ଟ୍ରଷ୍ଟ ସହ ଏକ କର୍ପୋରେଟ ସିଏସ୍‌ଆର ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅଧିନରେ କାମ୍ବିୟମ ନେଟ୍‌ୱର୍କସ ପ୍ରକଳ୍ପ ପାଇଁ ପାଣ୍ଠି ପ୍ରଦାନ କରିବ । ଜାନୁଆରୀ ୧୧ ତାରିଖ ୨୦୨୫ରୁ କାର୍ଯ୍ୟକାରୀ ହୋଇଥିବା ଏହି ସହଭାଗିତା ଅଣସଂରକ୍ଷିତ ସମୁଦାୟଗୁଡିକରେ ଶିକ୍ଷା ଭିତିଭୂମିକୁ ଉନ୍ନତ କରିବା ପ୍ରତି କାମ୍ବିୟମ ନେଟୱର୍କସର ପ୍ରତିବଦ୍ଧତା ସହ ଜଡିତ ରହିଛି । ଏହି ପାଣ୍ଡିକୁ ଲାଇବ୍ରେରୀ ବିଲ୍ଡିଙ୍ଗ୍‌ର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଓ ଫିନିଶିଂ ପାଇଁ ବ୍ୟବହାର କରାଯିବ, ଯାହା ଛାତ୍ରଛାତ୍ରୀଙ୍କୁ ଏକ ସମାବେଶୀ ଶିକ୍ଷଣ ପରିବେଶ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।

ଏହି ସହଭାଗିତା ସମ୍ପର୍କରେ କାମ୍ବିୟମ ନେଟୱର୍କସରେ ଇଞ୍ଜିନିୟରିଂ ବିଭାଗର ଉପାଧ୍ୟକ୍ଷ ବିଜୁ କୁଞ୍ଜୁକୁଞ୍ଜୁ କହିଛନ୍ତି, “ଶିକ୍ଷା ହେଉଛି ସାମାଜିକ ପରିବର୍ତନ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଏବଂ ଆମେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଜ୍ଞାନର କେନ୍ଦ୍ର ନିର୍ମାଣ କରିବାରେ ଦୟାନନ୍ଦ ଆଦର୍ଶ ଗୁରୁକୂଳକୁ ସହଯୋଗ କରି ଗର୍ବିତ ।ଏହି ପଦକ୍ଷେପ ସାର୍ଥକ ସିଏସଆର ଯୋଗଦାନ ମାଧ୍ୟମରେ ଶିକ୍ଷାର ବିକାଶକୁ ପ୍ରୋତ୍ସାହିତ କରିବା ପ୍ରତି ଆମର ଉତ୍ସର୍ଗୀକୃତତାକୁ ପ୍ରତିଫଳନ କରୁଛି ।

ଏହି ଚୁକ୍ତି ଉତରଦାୟିତ୍ୱ ଓ ସ୍ୱଚ୍ଛତା ନିଶ୍ଚିତ କରୁଥିବା ବେଳେ ଦୟାନନ୍ଦ ଏଜୁକେଶନ ଟ୍ରଷ୍ଟ , କାମ୍ବିୟମ ନେଟୱର୍କସ ନିକଟରେ ୟୁଟିଲାଇଜେଶନ ରିପୋର୍ଟ, ଅଡିଟ କାଗଜପତ୍ର ଓ କାର୍ଯ୍ୟର ପ୍ରଗତି ସମ୍ପର୍କରେ ସୂଚନା ଦାଖଲ କରିବା ପାଇଁ ପ୍ରତିବଦ୍ଧ ରହିଛି ।ସନ୍ତୋଷଜନକ ସମାପ୍ତି ଓ ମୂଲ୍ୟାୟନ ପରେ, ଅଧିକ ଫଣ୍ଡିଙ୍ଗ ସମ୍ପର୍କରେ ବିଚାର କରାଯିବ ।

ସେହିଭଳି କାମ୍ବିୟମ ନେଟୱର୍କସର ସହଯୋଗ ପାଇଁ କୃତଜ୍ଞତା ବ୍ୟକ୍ତ କରି ପଣ୍ଡିତ ବୀରେନ୍ଦ୍ର ପଣ୍ଡା କହିଛନ୍ତି,“ଏହି ଲାଇବ୍ରେରୀ ଆମର ଛାତ୍ରଛାତ୍ରୀଙ୍କ ପାଇଁ ଏକ ମୂଲ୍ୟବାନ ସଂଶାଧନ ହେବ, ଯାହା ସେମାନଙ୍କ ମଧ୍ୟରେ ଶିକ୍ଷା ଓ ଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି କରିବ । ଆମେ ଶିକ୍ଷା ଓ ସମୁଦାୟ ବିକାଶ ପ୍ରତି କାମ୍ବିୟମ ନେଟୱର୍କର ପ୍ରତିବଦ୍ଧତାକୁ ପ୍ରଶଂସା କରୁଛୁ ।”

ଦୟାନନ୍ଦ ଆଦର୍ଶ ଗୁରୁକୂଳର ସଚିବ ଦୁଶମନ୍ତ ସ୍ୱାଇଁ କହିଛନ୍ତି,“ମୁଁ ଆମର ଲାଇବ୍ରେରୀ ବିଲ୍ଡିଂର ନିର୍ମାଣରେ ସେମାନଙ୍କର ବଦାନ୍ୟ ସହଯୋଗ ପାଇଁ କାମ୍ବିୟମ ନେଟୱର୍କସକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଏହି ପଦକ୍ଷେପ ଆମର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ଶୈକ୍ଷିକ ବିକାଶ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରି ସେମାନଙ୍କୁ ବହୁମାତ୍ରାରେ ଉପକୃତ କରିବ । ଆମେ ଆସନ୍ତା ୬ ମାସ ମଧ୍ୟରେ ଲାଇବ୍ରେରୀର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରୁଛୁ ।”


Spread the love

Leave A Reply

Your email address will not be published.