ଭୁବନେଶ୍ୱର : ଡିଜିଟାଲ ଇମେଜିଂ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ କ୍ୟାନନ ଇଣ୍ଡିଆ ପକ୍ଷରୁ ମଲ୍ଟି-ଫଙ୍କଶନ ଡିଭାଇସ (ଏମଏଫଡି)ଗୁଡିକର ଅତ୍ୟାଧୁନିକ ଶୃଙ୍ଖଳା , ନୂଆ ଇମେଜଫୋର୍ସ୫୧୦୦ କଲର ସିରିଜ ଓ ୬୧୦୦ ମୋନୋ ସିରିଜର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ପରବର୍ତୀ ପିଢିର ଏମଏଫଡିଏସଗୁଡିକ ବ୍ୟବସାୟଗୁଡିକୁ ୪ଟି ପ୍ରମୁଖ ସ୍ତମ୍ଭ: ସୁରକ୍ଷା, ନିର୍ଭରଯୋଗ୍ୟତା, ସଂଯୋଗ ଓ ସ୍ଥାୟିତ୍ୱ କ୍ଷେତ୍ରରେ ବର୍ଦ୍ଧିତ କ୍ଷମତା ସହ ଆଗକୁ ବଢାଇବା ପାଇଁ ପ୍ରୟାସ କରିଥାଏ । ଆପଣଙ୍କର କାର୍ଯ୍ୟପ୍ରବାହକୁ ସରଳ କରୁଥିବା ଇଂଟେଲିଜେଂଟ ଅଟୋମେଶନଠାରୁ ଆରମ୍ଭ କରି ଆପଣଙ୍କର ମୂଲ୍ୟବାନ ଡାଟାକୁ ସୁରକ୍ଷିତ ରଖୁଥିବା ଆଧୁନିକ ସୁରକ୍ଷା ଫିଚରଗୁଡିକ ପର୍ଯ୍ୟନ୍ତ, ସୀ୫୧୦୦ କଲର ସିରିଜ ଓ ୬୧୦୦ ମୋନୋ ସିରିଜ ଅନ୍ତର୍ଭୁକ୍ତ ଥିବା ଇମେଜଫୋର୍ସ ସିରିଜ ଏକ ଶକ୍ତିଶାଳୀ ଓ ଅନ୍ତର୍ନିହିତକାରୀ ଅନୁଭୂତି ଦେଇଥାଏ ଯାହା ବ୍ୟବସାୟଗୁଡିକୁ ସହଜରେ ଅଧିକ ସଫଳ ହେବାରେ ସାହାଯ୍ୟ କରିଥାଏ ।
ଏହି ଶୁଭାରମ୍ଭ ଅବସରରେ କ୍ୟାନନ ଇଣ୍ଡିଆର ଅଧ୍ୟକ୍ଷ ଓ ସିଇଓ ତୋଶିଆକି ନୋମୁରା କହିଛନ୍ତି, “ଗ୍ରାହକଙ୍କୁ ଟେକ୍ନୋଲୋଜି ସହ ସଶକ୍ତ କରିବା କ୍ୟାନନ ଇଣ୍ଡିଆରେ ସବୁବେଳେ ଆମର ପ୍ରତିବଦ୍ଧତା ରହିଆସିଛି, ଯାହା କେବଳ ଉତ୍ପାଦକତାକୁ ପରିଚାଳନା କରୁନଥିବ ବରଂ ଡାଟା ସିକ୍ୟୁରିଟି ଓ ସ୍ଥାୟିତ୍ୱ କ୍ଷେତ୍ରରେ ବିଜୟ ହାସଲ କରୁଥିବ । ନୂଆ ଇମେଜଫୋର୍ସସିରିଜ ହେଉଛି ଏହି ଲକ୍ଷ୍ୟ ପ୍ରତି ଏକ ପ୍ରମାଣ, ଏଆଇ-ପରିଚାଳିତ ବୁଦ୍ଧିମତା ସହ ସଂଯୁକ୍ତ ଯାହା ସହଜରେ ଉପଭୋକ୍ତାଙ୍କ ଆଚରଣ ଶିଖିଥାଏ, ଆବଶ୍ୟକତାର ଆକଳନ କରିଥାଏ ଓ ସେବା ପ୍ରତିକ୍ରିୟାଶୀଳତାକୁ ତ୍ୱରାନ୍ୱିତ କରିବା ପାଇଁ ସହଜ ପରିଚାଳନା ନିଶ୍ଚିତ କରିଥାଏ । ଏହି ଲଂଚ ସହ ଆମେ ଏମ୍ଏଫଡି ବର୍ଗରେ ଆମର ଅଗ୍ରଗାମୀ ଭୂମିକାକୁ ଆହୁରି ସୁଦୃଢ କରିବା ପାଇଁ ପ୍ରସ୍ତୁତ ରହିଛୁ, ଯାହା ସୂଚନା ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମରେ ଆମର ସ୍ଥିତିକୁ ମଜବୁତ କରୁଛି ଏବଂ ବ୍ୟବସାୟଗୁଡିକୁ ସେମାନଙ୍କର ଡିଜିଟାଲ ରୂପାନ୍ତରଣ ଯାତ୍ରାରେ ଉଚ୍ଚ ଦକ୍ଷତା, ଦୃଢତା ଓ ଦୀର୍ଘାବଧି ମୂଲ୍ୟ ହାସଲ କରିବା ପାଇଁ ସକ୍ଷମ କରୁଛି ।”
ଏହି ନୂତନ ଶୃଙ୍ଖଳା ସମ୍ପର୍କରେ ନିଜର ମତପ୍ରକାଶ କରି କ୍ୟାନନ ଇଣ୍ଡିଆର ପ୍ରଡକ୍ଟ ଓ କମ୍ୟୁନିକେଶନ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ସି ସୁକୁମାରନ କହିଛନ୍ତି, “ ନୂଆ ଇମେଜଫୋର୍ସ ସି୫୧୦୦ ଓ ୬୧୦୦ ସିରିଜର ଲଂଚ , ଇଂଟେଲିଜେଂଟ ପ୍ରିଂଟ ସଲ୍ୟୁଶନ ଡିଜାଇନ କରିବା ପ୍ରତି କ୍ୟାନନର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ଯାହା ଉନ୍ନତ ଦକ୍ଷତା, ନିର୍ଭରଯୋଗ୍ୟତା ଓ ସୁରକ୍ଷା ସହ ବ୍ୟବସାୟଗୁଡିକୁ ସଶକ୍ତ କରିଥାଏ । ଆଡ୍ଭାନ୍ସଡ ଏଆଇ-ଚାଳିତ ମେଂଟେନାନ୍ସ, ଉନ୍ନତ ଅଟୋମେଶନ ଓ ମଜବୁତ ଡାଟା ସୁରକ୍ଷା ସହ ଏହି ଡିଭାଇସଗୁଡିକୁ ସହଜ ପରିଚାଳନା ଓ ସର୍ବନିମ୍ନ ଡାଉନଟାଇମ ନିଶ୍ଚିତ କରିଥାନ୍ତି । ଏହାକୁ ଆମର ଗ୍ରାହକଙ୍କ ବିକଶିତ କାର୍ଯ୍ୟକ୍ଷେତ୍ର ଆବଶ୍ୟକତାକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଛି, ଯାହା ସେମାନଙ୍କୁ କାର୍ଯ୍ୟପ୍ରବାହକୁ ସରଳ କରିବା, ଖର୍ଚ୍ଚକୁ ଦକ୍ଷତାର ସହ ପରିଚାଳନା କରିବା ଏବଂ ନିଜର ସ୍ଥାୟିତ୍ୱ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ।”