ନିଶ୍ଚିତ ମତ୍ୟୁମୁଖରୁ ଫେରିଲେ ଉତ୍ତରପଦେଶର ଆସିଥିବା ବ୍ୟକ୍ତି ମଣିପାଲ ହସ୍ପିଟାଲ ଭୁବନେଶ୍ବରରେ ହେଲା ସଫଳ ଚିକିତ୍ସା

Spread the love

ଭୁବନେଶ୍ୱର, ୨୪/୬: ଓଡ଼ିଶାର ଲୋକପ୍ରିୟ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ମଣିପାଲ ହକ୍ସିଟାଲ ଠାରେ ସଫଳତାର ସହିତ ହୋଇଛି ଏକ ଜଟିଳ ଅସ୍ତ୍ରୋପ୍ରଚାର । ଯାହା ଫଲରେ ଉତ୍ତରପ୍ରଦେଶରୁ ଅସିଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ରକ୍ଷା କରାଯାଇପାରିଛି । ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶରୁ ଆସିଥିବା ରୋଗୀଙ୍କର ଦୀର୍ଘ ଧରି ପେଟ ବ୍ୟଥା ଓ ଅସ୍ୱସ୍ତି ଭାବ ଲାଗିରହିଥିଲା । ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କ ପରିବାର ସଦସ୍ୟ ମାନେ ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଜଟିଳ ନେକ୍ରୋଟାଇଲିଂ

ପ୍ୟାନକ୍ରିଆଟାଇଟିସ୍ ଚିହ୍ନଟ କରାଯାଇ ତାର ଚିକିତ୍ସା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ପ୍ୟାନକ୍ରିଆସ୍‌ରେ ଗୋଟିଏ ଗୋଲାକାର ସିଷ୍ଟ୍ ଗଠନ ହୋଇଥିଲା । କିଛି ଦିନ ମଧ୍ୟରେ ସେହି ସିଷ୍ଟର ଆକାର ଦିନକୁ ଦିନ ବଢ଼ିବାକୁ ଲାଗିଲା । ଯାହା ଫଳରେ ପୁଣିଥରେ ପେଟରେ ଯନ୍ତ୍ରଣା, ଖାଇବାକୁ ଇଛା ନହେବା ଏବଂ ସ୍ବାସ୍ଥ୍ୟ ଧୀରେ ଧୀରେ ଅଧିକ ଖରାପ ହେବାକୁ ଲାଗିଲା । ଯାହା ଫଳରେ ତାଙ୍କ ପରିବାର ସଦସ୍ୟମାନେ ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସା କରିଥିଲେ ମଧ୍ୟ ଉପଶମ ମିଳିନଥିଲା । ଶେଷରେ ସେମାନେ ମଣିପାଲ ହହିଟାଲ ଭୁବନେଶ୍ବରରେ ଆସି ଜାକ୍ତରଙ୍କ ସହ ପରାମର୍ଶ କରିଥିଲେ ।

ମଣିପାଲ ହସ୍ପିଟାଲର ବରଷ୍ଠ ଶଲ୍ୟ ବିଶେଷଜ୍ଞ ଡାକ୍ତର ରମ୍ୟ ରଞ୍ଜନ ବେହେରା ତାଙ୍କର ସମସ୍ତ ପ୍ରକାର ଡାକ୍ତରୀ ପରୀକ୍ଷା ପରେ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ଡାକ୍ତରୀ ପରୀକ୍ଷାରେ ତାଙ୍କର ପାନକ୍ରିଆଟିକ୍ ମ୍ୟୁଡୋମିଷ୍ଟ୍ (pancreatic pseudocyst) ସହିତ ଗଲ ବ୍ଲାଡର ଭିତରେ ଅନେକ ପଥର ଚିହ୍ନଟ ହୋଇଥିଲା । ଏହା ଏକ ଜଟିଳ ରୋଗ ଯେଉଁଥିରେ ରୋଗୀଙ୍କ ମୃତ୍ୟୁ ମଧ୍ଯ ହେବାର ମଧ୍ୟ ଆଶଙ୍କା ଥାଏ ।

ସେଥ‌ିପାଇଁ ଗଲ ପ୍ଲାଡର କଢ଼ାଯିବା ସହିତ ପାନକ୍ରିଆସ୍ ଭିତରୁ necrotic materials of the cyst କୁ ମଧ୍ୟ କଢ଼ାଯାଇଥିଲା । ସାଧାରଣତଃ ଏଥିପାଇଁ ପେଟକୁ କଟାଯାଇ ଅପରେସନ୍ କରାଯାଏ, କିନ୍ତୁ ଡାକ୍ତର ରମ୍ୟ ରଞ୍ଜନ ବେହେରା ଲାପାରୋସ୍କୋପିକ୍ ସର୍ଜରୀ ପଦ୍ଧତିରେ ମାତ୍ର ୪-୫ ଛୋଟ ଛୋଟ କଣା କରି ସଫଳତାର ସହିତ ଏହି ଅପରେସନ୍ କରିଥାନ୍ତି । ଯାହା ଫଳରେ ମାତ୍ର ୩ ଦିନ ମଧ୍ୟରେ ରୋଗୀ ଜଣକ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ଡାକ୍ତର ରମ୍ୟ ରଞ୍ଜନ ବେହେରା ମତରେ, “ପୂର୍ବରୁ ଏହି ଭଳି ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ପେଟକୁ କାଟି ଅପରେସନ୍ କରିବାକୁ ପଢ଼ୁଥିଲା, ଯେଉଁଥିରେ ରୋଗୀକୁ ଅଧୂକ ଯନ୍ତ୍ରଣା ହେବା ସହିତ ଅଧୂଳ ଦିନ ହସ୍ପିଟାଲରେ ରହିବାକୁ ପଢୁଥିଲା, ଏହା ସହିତ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ । କିନ୍ତୁ ବର୍ଭମାନ ମଣିପାଲ ହସ୍ପିଟାଲରେ ଅତ୍ୟାଧୁନିକ ଲାପାରୋସ୍କୋପିକ୍ ସର୍ଜରୀ ଦ୍ବାରା ମାତ୍ର ୪-୫ଟି ଛୋଟ ଛୋଟ କଣାକରି ଏହି ଅପରେସନ୍ ବେଶ ସଫଳତାର ସହିତ କରାଯାଇ ପାରୁଛି ।”

ମଣିପାଲ ହସ୍ପିଟାଲ ଭୁବନେଶ୍ବର ସଦା ର୍ସବଦା ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ପ୍ରତିଜ୍ଞାବନ୍ଧ । ଏଠାରେ ଅତ୍ୟାଧୁନିକ ଡାକ୍ତରୀ ପରୀକ୍ଷା ସହିତ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ସମସ୍ତ ପ୍ରକାର ଅପସେନ୍ କରାଯାଇପାରୁଛି । ସେଥ‌ିପାଇଁ ତ କେବଳ ଓଡ଼ିଶାର ବିଭିନ୍ନ ସ୍ଥାନରୁ ନୁହେଁ ଦେଶର ବିଭିନ୍ନ ରାଜ୍ୟରୁ ଅନେକ ଗୁରୁତର ରୋଗୀଙ୍କ ଭରସାର ହସ୍ପିଟାଲ, ମଣିପାଲ ହସ୍ପିଟାଲ ଭୁବନେଶ୍ଵର ।


Spread the love

Leave A Reply

Your email address will not be published.