ମ୍ୟାଗିର ୫୦ ବର୍ଷୀୟ ଯାତ୍ରାକୁ ଭାରତୀୟ ଡାକ ବିଭାଗରୁ ବିଶେଷ ଟିକଟ

Spread the love

ଭୁବନେଶ୍ୱର: ନେସ୍‌ଲେ ଇଣ୍ଡିଆ ପକ୍ଷରୁ ଭାରତରେ ମ୍ୟାଗିର ୫୦ ବର୍ଷ ପୂର୍ତିକୁ ପାଳନ କରିବା ପାଇଁ ଏକ ସ୍ମାରକୀ ଡାକଟିକଟ ବା ପୋଷ୍ଟାଲ ଷ୍ଟାମ୍ପ ର ଶୁଭାରମ୍ଭ କରାଯାଇଛି। ଏହି ଡାକଟିକଟକୁ ନେସ୍‌ଲେ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ମନିଷ ତିୱାରୀ, ଭାରତ ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ, ଚିରାଗ ପାସୱାନଙ୍କ ସହ ଉନ୍ମୋଚିତ କରାଯାଇଛି। ଏହି ଡାକଟିକଟ ମ୍ୟାଗିର ବିବର୍ତନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଅଟେ, ଯାହା ପିଢି ପରେ ପିଢି ଲୋକମାନଙ୍କୁ ଏକାଠି କରି କ୍ରମାଗତ ଭାବେ ଆଗରେ ରହିଆସିଛି ଏବଂ ଲୋକପ୍ରିୟ ହୋଇପାରିଛି ।

ଏହି ଅବସରରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି, “ଭାରତର ପ୍ରୋସେସ୍‌ଡ ଫୁଡ ସେକ୍ଟର ବିଗତ ଦଶନ୍ଧିରେ ପରିବାରଗୁଡିକର ବିଶ୍ୱାସ ଜିତିବାରେ ଦୀର୍ଘ ପଥ ଅତିକ୍ରମ କରିଛି। ଅଗ୍ରଗାମୀ ବ୍ରାଣ୍ଡଗୁଡିକ ନୂଆ ବର୍ଗ ସୃଷ୍ଟି କରିଛନ୍ତି ଏବଂ ଆମର ଖାଦ୍ୟ ଇକୋସିଷ୍ଟମକୁ ମଜବୁତ କରିଛନ୍ତି। ମୁଁ ଏହି ଉଲ୍ଲେଖନୀୟ ଯାତ୍ରାର ଅଂଶ ଭାବେ ୫୦ ବର୍ଷ ପୂରଣ କରିଥିବାରୁ ମ୍ୟାଗିକୁ ଶୁଭେଚ୍ଛା ଜଣାଉଛି।” ସେହିପରି ପୋଷ୍ଟାଲ ଷ୍ଟାମ୍ପର ଲଂଚ ସମ୍ପର୍କରେ ଘୋଷଣା କରି ନେସ୍‌ଲେ ଇଣ୍ଡିଆର ଅଧ୍ୟକ୍ଷ ଓ ଏମ୍‌ଡି ମନିଷ ତିୱାରୀ କହଛନ୍ତି, “ ଏହା ଭାରତରେ ମ୍ୟାଗି ପାଇଁ ବାସ୍ତବରେ ଏକ ସ୍ୱତନ୍ତ୍ର ସଫଳତା। ଏକ ଦେଶରେ ୫ ଦଶନ୍ଧି ପୂରଣ କରିବା ଆମ ଭଳି ଉତ୍ସାହପୂର୍ଣ୍ଣ ଓ ବିବିଧ ଅଟେ ଯାହା ବ୍ରାଣ୍ଡ ଉପରେ ଲକ୍ଷ ଲକ୍ଷ ଗ୍ରାହକ ଦେଖାଇଥିବା ବିଶ୍ୱାସ, ସ୍ନେହ ଓ ପ୍ରତିଦିନର ଭଲପାଇବାକୁ ପ୍ରତିଫଳନ କରୁଛି। ଏହା ସହଭାଗୀ ମୁହୂର୍ତଗୁଡିକ, ବିକଶିତ ସ୍ୱାଦ ଓ ବର୍ଷ ପରେ ବର୍ଷ, ପିଢି ପରେ ପିଢି ମଜବୁତ ହେଉଥିବା ଏକ ବନ୍ଧନ ଦ୍ୱାରା ରୂପ ନେଇଥିବା ଏକ ଯାତ୍ରାକୁ ପାଳନ କରୁଛି।”

ଗତ ୫ ଦଶନ୍ଧି ମଧ୍ୟରେ ମ୍ୟାଗି ନୁଡଲ୍ସ ଓ ମସାଲାଠାରୁ ଆରମ୍ଭ କରି ସସ୍‌, ସୁପ ଓ ରେଡି-ଟୁ-କୁକ୍ ପର୍ଯ୍ୟନ୍ତ ଅନେକ ସ୍ୱାଦିଷ୍ଟ ରୂପରେ ଭାରତୀୟ ଘରଗୁଡିକରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରପାରିିଛି। ପରିବାରକୁ ଏକତ୍ରିତ କରୁଥିବା କ୍ୱିକ ସୋଲୋ ଫିକ୍ସଠାରୁ ଆରମ୍ଭ କରି ମିଲ ପର୍ଯ୍ୟନ୍ତ ଏବଂ ହଷ୍ଟେଲ ରୋଷେଇ ଘରଠାରୁ ଆରମ୍ଭ କରି ବଡ ବଡ ସମାରୋହ ପର୍ଯ୍ୟନ୍ତ ମ୍ୟାଗି ଭାରତବ୍ୟାପୀ ଅସଂଖ୍ୟ ଖାଦ୍ୟ ମୁହୂର୍ତଗୁଡିକର ଅଂଶ ହୋଇଆସିଛି। ଏହି ‘୫୦ ଇୟର୍ସ ଅଫ୍ ଟୁଗେଦର୍‌ନେସ୍‌’ ଷ୍ଟାମ୍ପ ହେଉଛି ସେହି ସହଭାଗୀ ଅନୁଭୂତି ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଅଟେ।


Spread the love

Leave A Reply

Your email address will not be published.