ଫେବ୍ରୁଆରୀ ୧୫ରୁ କଟକରେ ଜନଗଣନା

Spread the love

କଟକ,୦୫/୦୨:  ଆସନ୍ତା ଫେବ୍ରୁଆରୀ ୧୫ ତାରିଖରୁ କଟକ ଜିଲ୍ଲାରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ ମାସ ସୁଦ୍ଧା ଘର ଗଣନା କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ଧରାଯାଇଛି। ଘର ଗଣନା ସରିବା ପରେ ମୂଳ ଜନଗଣନା କାର୍ଯ୍ୟ ଆରମ୍ଭ ହେବ।
ଏଥର ଜନଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରକ୍ରିୟାରେ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ।

୩୩ଟି ପ୍ରଶ୍ନର ଉତ୍ତର ସଂଗ୍ରହ କରିବେ ଗଣନା ଅଧିକାରୀ
ଜନଗଣନା ସମୟରେ ଘର ମୁରବୀମାନଙ୍କ ଠାରୁ ମୋଟ ୩୩ଟି ପ୍ରଶ୍ନର ଉତ୍ତର ସଂଗ୍ରହ କରାଯିବ। ଏଥିରେ ଘର ସଂଖ୍ୟା ଓ ଗୃହର ପ୍ରକାର,କାନ୍ଥ ଓ ଘର ନିର୍ମାଣରେ ବ୍ୟବହୃତ ସାମଗ୍ରୀ,ବ୍ୟବହୃତ କୋଠାରୀ ସଂଖ୍ୟା,ଜାତି, ଲିଙ୍ଗ, ପରିବାର ସଦସ୍ୟ ସଂଖ୍ୟା
ଘରେ ରହୁଥିବା ଦମ୍ପତି ସମ୍ପର୍କିତ ତଥ୍ୟ ,ଘରୋଇ ସୁବିଧା ଓ ସାଧନ ସମ୍ପର୍କରେ ମଧ୍ୟ ତଥ୍ୟ ରହିବ।

ସେହିପରି ଘରେ ଉପଲବ୍ଧ ସୁବିଧା ଓ ସାଧନ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ ହେବ

ରେଡିଓ, ଲାପଟପ୍, ଟେଲିଭିଜନ,ସାଇକେଲ, ସ୍କୁଟର, ବାଇକ, ଚାରିଚକିଆ ଯାନ ଟେଲିଫୋନ, ମୋବାଇଲ ଓ ସ୍ମାର୍ଟଫୋନ ବ୍ୟବହାର ଶୌଚାଳୟ ଓ ରୋଷେଇ ଘରେ ଗ୍ୟାସ ସଂଯୋଗ ,ପାନୀୟ ଜଳ ଉତ୍ସ, ବିଦ୍ୟୁତ ସଂଯୋଗ ଓ ଜଳନିଷ୍କାସନ ବ୍ୟବସ୍ଥା,ଡିଜିଟାଲ୍ ପ୍ରକ୍ରିୟା ମାଧ୍ୟମରେ ହେବାକୁ ଥିବା ଏହି ଜନଗଣନା କାର୍ଯ୍ୟ ଦ୍ୱାରା ତଥ୍ୟ ସଂଗ୍ରହ ଅଧିକ ସହଜ, ଦ୍ରୁତ ଓ ସଠିକ୍ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Spread the love

Leave A Reply

Your email address will not be published.