ପ୍ରତିଷ୍ଠିତ ରେଟିନା ସ୍ପେଶାଲିଷ୍ଟ ଡକ୍ଟର ସମର୍ଥ ମିଶ୍ରଙ୍କୁ ସ୍ୱାଗତ କଲା ସେଂଟର ଫର୍ ସାଇଟ ଭୁବନେଶ୍ୱର

Spread the love

ଭୁବନେଶ୍ୱର, ୩ ସେପ୍ଟେମ୍ବର, ୨୦୨୫: ଭାରତର ଅଗ୍ରଣୀ ସୁପର-ସ୍ପେଶାଲିଟି ଆଇ ହସ୍ପିଟାଲ ଶୃଙ୍ଖଳା ସେଂଟର ଫର ସାଇଟ ଗ୍ରୁପ ଅଫ୍ ଆଇ ହସ୍ପିଟାଲ୍ସ ପକ୍ଷରୁ ଭୁବନେନଶ୍ୱରରେ ଏହାର ଆଡଭାନ୍ସଡ ରେଟିନା ସେବାର ଲଂଚ ଘୋଷଣା କରାଯାଇଛି, ଯାହା ଓଡିଶାରେ ବିଶ୍ୱସ୍ତରୀୟ ଚକ୍ଷୁ ଚିକିତ୍ସା ପ୍ରଦାନ କରିବା ପାଇଁ ଏହାର ପ୍ରତିଶ୍ରୁତିବ୍ଧତାକୁ ସୁଦୃଢ କରିଛି । ଏହି ଲଂଚ ସମୟରେ ସେଂଟର ଫର୍ ସାଇଟ ପକ୍ଷରୁ ଭିଟ୍ରିଓରେଟିନାଲ ସର୍ଭିସ ପାଇଁ ଏହାର ସିନିଅର କନ୍‌ସଲ୍‌ଟାଂଟ ଭାବେ ଭାରତର ଅଗ୍ରଣୀ ଭିଟ୍ରିଓରେଟିନାଲ ସର୍ଜନ ଡକ୍ଟର ସମର୍ଥ ମିଶ୍ର ଯୋଗ ଦେଇଥିବା ସମ୍ପର୍କରେ ଘୋଷଣା କରାଯାଇଛି ।
ଭୁବନେଶ୍ୱରରେ ନୂଆ କରି ଉଦ୍‌ଘାଟିତ ରେଟିନା ୟୁନିଟ ଡାଇବେଟିକ ରେଟିନୋପାଥି, ରେଟିନାଲ ଡିଟାଚମେଂଟ, ଏଜ-ରିଲେଟେଡ ମାକ୍ୟୁଲାର ଡିଜେନେରେଶନ (ଏଆରଏମଡି), ମାକ୍ୟୁଲାର ହୋଲ୍ ଓ ଜଟିଳ ଭିଟ୍ରିଓରେଟିନାଲ ରୋଗ ଭଳି ଏକ ବିସ୍ତୃତ ଶୃଙ୍ଖଳାର ରେଟିନା ରୋଗର ନିଦାନ ଓ ଚିକିତ୍ସା କରିବା ପାଇଁ ସୁସଜ୍ଜିତ ରହିଛି । ନେକ୍ସଟ-ଜେନେରେଶନ ସର୍ଜିକାଲ ଓ ଇମେଜିଂ ଟେକ୍ନୋଲୋଜି ସହିତ ଏହି ସେଂଟର ରୋଗୀମାନଙ୍କ ପାଇଁ ଆଧୁନିକ ରେଟିନା ଚିକିତ୍ସା ପାଇଁ ଓଡିଶା ବାହାରକୁ ଯିବାର ଆବଶ୍ୟକତାକୁ ଦୂର କରିଛି ।
ଏହି ଲଂଚ ସମୟରେ ସେଂଟର ଫର ସାଇଟ, ଭୁବନେଶ୍ୱରର ଭିଟ୍ରିଓରେଟିନାଲ ସର୍ଭିସେସ ବିଭାଗର ସିନିଅର କନ୍‌ସଲଟାଂଟ ଡକ୍ଟର ସମର୍ଥ ମିଶ୍ର କହିଛନ୍ତି, “ରେଟିନା ସମ୍ବନ୍ଧିତ ରୋଗଗୁଡିକ ପ୍ରାୟତଃ ନୀରବରେ ଗମ୍ଭୀର ସ୍ଥିତି ଆଡକୁ ଅଗ୍ରସର କରିଥାଏ ଏବଂ ଏହାକୁ ସଠିକ ସମୟରେ ଚିକିତ୍ସା କରାନଗଲେ ତାହା ଅପରିବର୍ତନୀୟ ଦୃଷ୍ଟିଶକ୍ତି କ୍ଷୟର କାରଣ ହୋଇପାରେ । ସେଂଟର ଫର୍ ସାଇଟ ଭୁବନେଶ୍ୱରରେ ଏହି ଡେଡିକେଟେଡ ରେଟିନା ୟୁିଟ ସହିତ ଓଡିଶାର ରୋଗୀମାନେ ଏବେ ସ୍ଥାନୀୟ ରୂପେ ଆଧୁନିକ ଡାଇଗ୍ନୋଷ୍ଟିକ ଓ ସର୍ଜିକାଲ କେୟାର ପାଇପାରିବେ । ମୁଁ ସେଂଟର ଫର ସାଇଟର ମିଶନର ଏକ ଅଂଶ ହୋଇ ଗର୍ବିତ ଏବଂ ମୋ ରାଜ୍ୟର ଲୋକମାନଙ୍କୁ ଆଗ୍ରହ ଓ ଦକ୍ଷତାର ସହିତ ସେବା ପ୍ରଦାନ କରିବା ପାଇଁ ଉତ୍ସାହିତ ଅଛି ।”
ସେଂଟର ଫର ସାଇଟ ଭୁବନେଶ୍ୱର ଓଡିଶାର ପ୍ରତିଷ୍ଠିତ ଭିଟ୍ରିଓରେଟିନାଲ ସର୍ଜନ ଡକ୍ଟର ସମର୍ଥ ମିଶ୍ରଙ୍କୁ ସ୍ୱାଗତ କରି ଆନନ୍ଦିତ । ଏମ.କେ.ସି.ଜି ମେଡିକାଲ କଲେଜ, ବ୍ରହ୍ମପୁର ଏବଂ ଭିମସାର, ବୁର୍ଲାର ଜଣେ ଛାତ୍ର ଥିବା ଡକ୍ଟର ମିଶ୍ର ଏଲଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟରେ ପ୍ରଶିକ୍ଷିତ ଅଟନ୍ତି ଏବଂ ସଙ୍କର ନେତ୍ରାଳୟ, ଚେନ୍ନାଇ ଓ କୋଲକାତାରେ ନିଜର ଫେଲୋସିପ ସମ୍ପୂର୍ଣ୍ଣ କରିଛନ୍ତି । ଆଡଭାନ୍ସଡ ରେଟିନାଲ ସର୍ଜରୀ କ୍ଷେତ୍ରରେ ୨୫ ବର୍ଷରୁ ଅଧିକ ଦକ୍ଷତା ସହିତ ଡକ୍‌ଟର ମିଶ୍ରଣ ଓଡିଶାର ଅଗ୍ରଣୀ ହସ୍ପିଟାଲଗୁଡିକରେ ଭିଟ୍ରିଓରେଟିନାଲ ସେବାର ନେତୃତ୍ୱ ନେଇଛନ୍ତି ଏବଂ ନିଜର ଚିକିତ୍ସକୀୟ ଦକ୍ଷତା, ଗବେଷଣା ଓ ରୋଗୀ-କେନ୍ଦ୍ରିତ ଚିକିତ୍ସା ପାଇଁ ବ୍ୟାପକ ସ୍ତରରେ ସ୍ୱୀକୃତିପ୍ରାପ୍ତ ଅଟନ୍ତି ।
ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଫେସର (ଡକ୍ଟର) ମହିପାଲ ଏସ. ସଚଦେବଙ୍କ ଦ୍ୱାରା ୧୯୯୬ରେ ସ୍ଥାପିତ ସେଂଟର ଫର ସାଇଟ ୩୦ରୁ ଅଧିକ ସହରରେ ୮୫ରୁ ଅଧିକ ହସ୍ପିଟାଲ, ୩୫୦ରୁ ଅଧିକ ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ ଏବଂ ପ୍ରାୟ ୩ ଦଶନ୍ଧିର ବିଶେଷଜ୍ଞତା ସହିତ ଭାରତର ଅନ୍ୟତମ ବିଶ୍ୱସନୀୟ ଆଇ କେୟାର ନେଟ୍‌ୱର୍କରେ ପରିଣତ ହୋଇଛି । ଏହାର ଚିକିତ୍ସକୀୟ ବିଶେଷଜ୍ଞତା, ଅତ୍ୟାଧୁନିକ ଟେକ୍ନୋଲୋଜି ଓ ରୋଗୀ-ପ୍ରଥମ ଆଭିମୁଖ୍ୟ ପାଇଁ ସୁପରିଚିତ ଏହି ଗ୍ରୁପ କାଟାରାକ୍ଟ, ରିଫ୍ରାକ୍ଟିଭ ସର୍ଜରୀ, କର୍‌ନିଆ, ଗ୍ଲୁକୋମା, ରେଟିନା, ପେଡିଆଟ୍ରିକ ଓପ୍‌ଥାଲମୋଲୋଜି, ଓକୁଲୋପ୍ଲାଷ୍ଟି ଓ ଓକୁଲାର ଅଙ୍କୋଲୋଜି କ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରିଛି ।
ଏହି ସମ୍ପ୍ରସାରଣ ସହିତ ସେଂଟର ଫର ସାଇଟ ଭାରତରେ ସୁଲଭ, ନୈତିକ ଓ ଉଚ୍ଚମାନର ଚକ୍ଷୁ ଚିକିତ୍ସା ପ୍ରଦାନ କରି ଲୋକମାନଙ୍କ ଜୀବନକୁ ପରିବର୍ତନ କରିବାର ଏହାର ଲକ୍ଷ୍ୟକୁ ସୁଦୃଢ କରିଛି । କାରଣ ଯେତେବେଳେ ଆପଣଙ୍କ ଚକ୍ଷୁ କଥା ଆସେ, ସେତେବେଳେ ଆପଣ ନିଜର ଦୃଷ୍ଟିଶକ୍ତି ସହ ସାଲିସ କରନ୍ତି ନାହିଁ । ବିଶେଷଜ୍ଞଙ୍କ ଉପରେ ବିଶ୍ୱାସ କରନ୍ତୁ ।


Spread the love

Leave A Reply

Your email address will not be published.