ଛନ୍ଦମ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଭୁବନେଶ୍ୱରରେ ନୃତ୍ୟର ୨୬ ବର୍ଷ ପୂର୍ତି ପାଳନ ସହ ବାର୍ଷିକ କନସର୍ଟ

Spread the love

ଭୁବନେଶ୍ୱର: ୧୯୯୮ରେ କୋଲ୍‌କାତାରେ ଏହାର ଆରମ୍ଭ ପରଠାରୁ କଥକ ନୃତ୍ୟ ଶିକ୍ଷାର ଏକ ଆଶାର କିରଣ ଭାବେ, ଛନ୍ଦମ ଡ୍ୟାନ୍ସ ଏକାଡେମୀ ଚଳିତ ବର୍ଷ ଏହାର ୨୬ତମ ବାର୍ଷିକ ସଙ୍ଗୀତ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ପ୍ରସ୍ତୁତ ହୋଇଛି । ଶ୍ରୀମତି ଶ୍ରୀରୂପା ଘୋଷ ( ସମ୍ମାନିତ ଗୁରୁଜୀ ପ୍ରଫେସର ବ୍ରୋଜେନ ମୁଖାର୍ଜୀଙ୍କ ଶିଷ୍ୟା)ଙ୍କ ଦ୍ୱାରା ସ୍ଥାପିତ ଏହି ଏକାଡେମୀ ସମସ୍ତ ବୟସ ବର୍ଗରେ କଥକ ନୃତ୍ୟ ଶିକ୍ଷା, ଏହାର ବିକାଶ ଓ ପ୍ରଚାରପ୍ରସାର ପ୍ରତି ନିଜକୁ ଉତ୍ସର୍ଗୀକୃତ କରିଆସିଛି ।


ଏହି ଏକାଡେମୀର ଭୁବନେଶ୍ୱର ଶାଖାକୁ ୨୦୨୦ରେ ସ୍ଥାପନ କରାଯାଇଥିଲା ଯାହା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଗଭୀର ସଂଯୋଗ ବିକଶିତ କରି ଏହି ପବିତ୍ର ଗୁରୁ-ଶିଷ୍ୟ ପରମ୍ପରାକୁ ଆଗକୁ ବଢାଇବା ପାଇଁ ଲକ୍ଷ୍ୟ ରଖିଛି । ଚଳିତ ବର୍ଷ ‘ମେହଫିଲ’ ବିଷୟବସ୍ତୁ ଥିବା ଏହି କନ୍‌ସର୍ଟରେ ୩୨ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ କଥକ ପାଇଁ ନିଜର ଦକ୍ଷତା ଓ ଆଗ୍ରହକୁ ପ୍ରଦର୍ଶିତ କରିବେ । ଏହି କାର୍ଯ୍ୟକ୍ରମରେ ମଦର୍ସ ପବ୍ଲିକ ସ୍କୁଲର ପ୍ରତିଷ୍ଠାତ୍ରୀ ଶ୍ରୀମତି ପଲି ପଟ୍ଟନାୟକ ଏବଂ କୋଲ୍‌କାତାରୁ ଜଣେ ପ୍ରଖ୍ୟାକ ହୋମିଓପାଥି ଡାକ୍ତର ଡଃ ସମିତ ଘୋଷ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ । ସେମାନଙ୍କର ଉପସ୍ଥିତି ସମୁଦାୟ ମଧ୍ୟରେ ଏହି କାର୍ଯ୍ୟକ୍ରମର ସାଂସ୍କୃତିକ ମହତ୍ୱକୁ ହାଇଲାଇଟ କରିବ ।
ରବିନ୍ଦ୍ର ଭାରତୀ ୟୁନିଭର୍ସିଟିର ଶ୍ରୀ କମଳେଶ ମିଶ୍ରଙ୍କ ଦ୍ୱାରା ବଜା ଯିବାକୁଥିବା ସାରଙ୍ଗିର ସୁମଧୁର ଶବ୍ଦ ସହ କଥକର ଲାଇଭ ପ୍ରଦର୍ଶନୀ ଏହି କନ୍‌ସର୍ଟର ଅନ୍ୟତମ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହେବ । ଏହି ଅନନ୍ୟ ସମ୍ମିଶ୍ରଣ ଏକ ମନମୁଗ୍ଧକାରୀ ପରିବେଶ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଉଛି ଯାହା ଲାଇଭ ମ୍ୟୁଜିକର ସଙ୍ଗୀତମୟ ସମୃଦ୍ଧତା ସହ କଥକ ନୃତ୍ୟର ଦୃଶ୍ୟାତ୍ମକ ସୌନ୍ଦର୍ଯ୍ୟତାକୁ ମିଶ୍ରଣ କରିବ । ଏହି ସନ୍ଧ୍ୟା ସମ୍ମାନିତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଆରମ୍ଭ ହେବ, ଏହାପରେ ଏକ ଉଦ୍‌ଘାଟନୀ ଉପସ୍ଥାପନା ଦିଆଯିବ ଯାହା ପ୍ରତିଭାମାନଙ୍କର ଏକ ଅସାଧାରଣ ପ୍ରଦର୍ଶନୀ ପାଇଁ ମଂଚ ପ୍ରସ୍ତୁତ କରିବ । ଏହି କାର୍ଯ୍ୟକ୍ରମରେ ଏକ ଭାୟୋଲିନ ଉପସ୍ଥାପନା ରହିବ ଏବଂ ଏକ ଶୁଦ୍ଧ କଥକ ପ୍ରଦର୍ଶନୀ ସହ ଏହା ଶେଷ ହେବ, ଯାହା ଏହି ଶାସ୍ତ୍ରୀୟ ନୃତ୍ୟ କଳାର ଶୁଦ୍ଧତା ଓ ମହାନତାକୁ ପ୍ରଦର୍ଶିତ କରିବ ।
ଏକାଡେମୀ ପଛର ମାର୍ଗଦର୍ଶକ ଶକ୍ତି ଓ ଜଣେ ଉତ୍ସାହୀ କଥକ ଗୁରୁ ଶ୍ରୀମତି ଶ୍ରୀରୂପା ଘୋଷଙ୍କ ପାଇଁ ନୃତ୍ୟ କେବଳ ଏକ କଳାର ରୂପ ନୁହେଁ ବରଂ ଏହା ଏକ ହୃଦୟସ୍ପର୍ଶୀ ଅଭିବ୍ୟକ୍ତି । ସେ ବିଶ୍ୱାସ କରୁଛନ୍ତି ଯେ, ତାଙ୍କ ଛାତ୍ରଉାତ୍ରୀମାନେ ତାଙ୍କ ଯାତ୍ରାର ହୃଦସ୍ପନ୍ଦନ ଅଟନ୍ତି, ଯିଏକି କଥକର ପରମ୍ପରାରେ ଜୀବନ ଧାରଣ କରୁଛନ୍ତି । ଛନ୍ଦମ ଡ୍ୟାନ୍ସ ଏକାଡେମୀ ଉତ୍ସବର ଆଉ ଏକ ବର୍ଷରେ ପ୍ରବେଶ କରିଥିବାରୁ ଏହା ଯୁବପିଢିଙ୍କୁ ଅନୁପ୍ରାଣିତ କରିବା ଏବଂ ସେମାନଙ୍କ ମଧ୍ୟରେ ନୃତ୍ୟ ପାଇଁ ଭଲ ପାଇବା ସୃଷ୍ଟି କରିବା ଜାରି ରଖିବ, ଯାହା କଥକର ବିରାସତ ଯେପରି ଆଗାମୀ ଅନେକ ପିଢି ଯାଏଁ ପ୍ରସ୍ଫୁଟିତ ରହିବ ତାହା ନିଶ୍ଚିତ କରିବ ।

 


Spread the love

Leave A Reply

Your email address will not be published.