ରାୟଗଡାରେ ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗସ୍ତ, ୫୬୧ କୋଟିର ପ୍ରକଳ୍ପର ଶିଳାନ୍ୟାସ

Spread the love

ଭୁବନେଶ୍ଵର,୦୨/୦୨: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିନିକିଆ ରାୟଗଡା ଗସ୍ତରେ ଆସିବେ । ଦିନ ସାଢେ ୧୧ଟାରେ  ଜି.ଆଇ.ଏସ.ଆର. ପାଖରେ ଥିବା ଯେସ୍କ ପଡ଼ିଆ ଠାରେ ପହଞ୍ଚିବେ ।  ପ୍ରଥମେ ୧୦୮ କୁଣ୍ଡିଅ ବୈଦିକ ବିଶ୍ବଶାନ୍ତି ମହାଯଜ୍ଞରେ ଯୋଗଦେଇ ପୂର୍ଣ୍ଣାହୂତି ଦେବେ । ପରେ ଜିଲ୍ଲା ନାରୀଶକ୍ତିର ସଶକ୍ତ ପ୍ରଦର୍ଶନ ସୁଭଦ୍ରା ଶକ୍ତି ମେଳାର ଉଦ୍ଘାଟନ କରିବେ ଏବଂ  ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିବେ ।

ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ୩୪୦ କୋଟି ଉର୍ଦ୍ଧ୍ୱ ମୂଲ୍ୟର ୬୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୨୨୧ କୋଟି ଉର୍ଦ୍ଧ୍ୱ ମୂଲ୍ୟର ୪୧ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ । ଏହା ଜିଲ୍ଲାର ବିକାଶ  ଓ  ନୂତନ ଦିଗଦର୍ଶନ ପ୍ରଦାନ କରିବ । ଉକ୍ତ ସୁଭଦ୍ରା ଶକ୍ତି ମେଳା ୨ ଫେବ୍ରୁଆରୀରୁ ୮ ଫେବ୍ରୁଆରୀ ୨୦୨୬ ପର୍ୟ୍ୟନ୍ତ ଚାଲିବ ଏବଂ ସ୍ୱୟଂ ସହାୟକ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସମ୍ମାନିତ କରାଯିବ । ଏହି ମେଳାରେ ୧୨୦ଟି ଷ୍ଟଲ୍ ସ୍ଥାପିତ ହୋଇଛି ।  ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଓ ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍ କୁମାର ମୂଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।


Spread the love

Leave A Reply

Your email address will not be published.