ଭୁବନେଶ୍ୱର : କଗ୍ନିଜାଂଟ(ଏନଏଏସଡିଏକ୍ୟୁ ସିଟିଏସଏଚ) ପକ୍ଷରୁ ବେଙ୍ଗାଲୁରୁଠାରେ ଏହାର ନେକ୍ସଟ-ଜେନ୍ ସାଇବର ଡିଫେନ୍ସ ସେଂଟର (ସିଡିସି)ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ସେଂଟର କମ୍ପାନୀର ବିଶ୍ୱସ୍ତରୀୟ ସିଡିସି ନେଟ୍ୱର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହା କଗ୍ନିଜାଂଟର ସର୍ବବୃହତ ସେଂଟର ଅଟେ । ଏହାକୁ ବିଶ୍ୱବ୍ୟାପୀ କମ୍ପାନୀର ଗ୍ରାହକମାନଙ୍କୁ ଅତ୍ୟାଧୁନିକ ଏଆଇ ଚାଳିତ ପ୍ଲାଟ୍ଫର୍ମ କେନ୍ଦ୍ରିତ ସାଇବର ସୁରକ୍ଷା ପରିଚାଳିତ ସେବା, ଇଞ୍ଜିନିୟରିଂ ଓ ଟ୍ରାନ୍ସଫର୍ମେଶନ ସେବା ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି ।
କଗ୍ନିଜାଂଟର ଦୀର୍ଘକାଳିନ ଅଭିଜ୍ଞତା ସହିତ ଏକ ମଜବୁତ ସାଇବର ସୁରକ୍ଷା ପଦ୍ଧତି ରହିଛି ଯାହା ଗଭୀର ପାରଦର୍ଶିତା ଥିବା ଦକ୍ଷ ପେସାଦାରଙ୍କ ଦ୍ୱାରା ପରିଚାଳିତ ହେଉଛି । ବେଙ୍ଗାଲୁରୁ ସିଡିସିରେ ଏହି ବିଶେଷଜ୍ଞମାନେ ସାଇବର ଘଟଣାଗୁଡିକୁ ଦକ୍ଷତାର ସହ ନିରୀକ୍ଷଣ କରିବା ଓ ଶୀଘ୍ର ପ୍ରତିକ୍ରିୟା ଦେବା, ବିଭିନ୍ନ ଶିଳ୍ପ ଓ ଭୌଗୋଳିକ ସ୍ଥାନର ଗ୍ରାହକମାନଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ସେଂଟରରେ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀଗୁଡିକ ସହ ରଣନୈତିକ ସହଭାଗିତା ଦ୍ୱାରା ସମର୍ଥିତ ଏକ ଇଂଟିଗ୍ରେଟେଡ ଥ୍ରେଟ ରିସର୍ଚ୍ଚ ଲ୍ୟାବ ରହିଛି ।
ଏସମ୍ପର୍କରେ କଗ୍ନିଜାଂଟର ସିଇଓ ରବି କୁମାର ଏସ୍ କହିଛନ୍ତି, “ସାଇବର ସୁରକ୍ଷା ଏକ ନୂତନ ଯୁଗରେ ପ୍ରବେଶ କରୁଛି ଯେଉଁଠାରେ ହାଇବର-କନେକ୍ଟେଡ ଓ ଏଆଇ-ଚାଳିତ ବିପଦଗୁଡିକ ପାରମ୍ପରିକ ପ୍ରତିରକ୍ଷାକୁ ପଛରେ ପକାଉଛନ୍ତି । ବେଙ୍ଗାଲୁରୁରେ ଆମର ନୂଆ ସାଇବର ଡିଫେନ୍ସ ସେଂଟର ବୁଦ୍ଧିମତା-ଆଧାରିତ ସାଇବର ସୁରକ୍ଷା ନିର୍ମାଣ ଓ ପରିଚାଳନା ସେବା ପ୍ରଦାନ କରିବା ପାଇଁ ଆମର ପ୍ରତିଶ୍ରୁତିବଦ୍ଧତାକୁ ପ୍ରତିଫଳନ କରୁଛି ଯାହା ଗ୍ରାହକଙ୍କୁ ଆଧୁନିକ ସାଇବର ସୁରକ୍ଷା ବିପଦଗୁଡିକୁ ଆକଳନ କରିବା, ପ୍ରତିରୋଧ କରିବା ଓ ହ୍ରାସ କରିବାରେ ସାହାଯ୍ୟ କରିବ ।”
ବେଙ୍ଗାଲୁରୁ ସିଡିସିକୁ ଏକ ମଲ୍ଟି-ଲେୟର୍ଡ ଟେକ୍ନୋଲୋଜି ଆର୍କିଟେକ୍ଚର ଆଧାରରେ ନିର୍ମାଣ କରାଯାଇଛି ଯାହା ଆଧୁନିକ ସାଇବର ସୁରକ୍ଷା କ୍ଷମତା ପ୍ରଦାନ କରିବା ପାଇଁ ଟେକ୍ନୋଲୋଜି ପାର୍ଟନରମାନଙ୍କର ଶିଳ୍ପ-ଅଗ୍ରଣୀ ପ୍ଲାଟଫର୍ମଗୁଡିକ ସହିତ କଗ୍ନିଜାଂଟ ନ୍ୟୁରୋ ସାଇବରସିକ୍ୟୁରିଟି ଭଳି କଗ୍ନିଜାଂଟର ନିଜସ୍ୱ ଉଦ୍ଭାବନଗୁଡିକୁ ଏକୀକୃତ କରିଛି । ଦକ୍ଷ ପ୍ରତିଭାମାନଙ୍କର ଏକ ଶୃଙ୍ଖଳାକୁ ସମର୍ଥନ କରିବା ପାଇଁ ଏହି ସେଂଟର ପରବର୍ତୀ ପିଢିର ସାଇବରସିକ୍ୟୁରିଟି ପ୍ରଫେସନାଲମାନଙ୍କୁ ପ୍ରଶିକ୍ଷିତ କରିବା ଲାଗି ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡିକ ସହ ସହଭାଗିତା କରିଛି ।
ଏହାର ସାଇବର ଡିଫେନ୍ସ ସେଂଟରଗୁଡିକର ଆନ୍ତର୍ଜାତୀୟ ନେଟ୍ୱର୍କ ମାଧ୍ୟମରେ କଗ୍ନିଜାଂଟ ବିସ୍ତୃତ ଉଦ୍ୟୋଗିକ ସାଇବର ସୁରକ୍ଷା ସେବା ପ୍ରଦାନ କରିବା, ଗ୍ରାହକଙ୍କୁ ବିପଦ ସ୍ଥିରତା ନିର୍ମାଣ କରିବାରେ ସହଯୋଗ କରିବା ସହ ସାଇବର ପ୍ରତିରକ୍ଷା ରଣନୀତି କ୍ଷେତ୍ରରେ ଉଦ୍ଭାବନକୁ ଅଗ୍ରଗାମୀ କରିବା ପାଇଁ ନିଜର କ୍ଷମତା ବିସ୍ତାର କରୁଛି ।