ହକ୍ ପାଇଁ ରାଜଧାନୀ ରାଜରାସ୍ତାରେ ପାଚିକା

Spread the love

ଭୁବନେଶ୍ୱର,୧୯/୦୩:ଦରମା ବୃଦ୍ଧି ନେଇ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ରାଜ୍ୟ ସଂଘ ରାସ୍ତାରେ ଧାରଣାରେ। ଗତକାଲି ଠାରୁ ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି ପାଚକ-ପାଚିକା ମାନେ। ତିନି ମାସ ହେଲା ଦରମା ମିଳିନି। ତୁରନ୍ତ ଦରମା ପ୍ରଦାନ ଦାବି କରୁଛି ସଂଘ। ସମାନ କାମକୁ ସମାନ ଦରମା ଦେବାକୁ ଦାବି କରିଛି। ଦରମା ବୃଦ୍ଧି ସହିତ ଅବସରକାଳୀନ ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ଛଟେଇ ହୋଇଥିବା ପାଚିକାମାନଙ୍କୁ ପୁନଃ ନିଯୁକ୍ତି, ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ପୂର୍ବ ସରକାରଙ୍କର ଘୋଷଣା ଅନୁସାରେ ମୃତ୍ୟୁକାଳୀନ ସହାୟତା ରାଶି ଏକ ଲକ୍ଷ ଟଙ୍କା ପ୍ରଦାନ ସହିତ ବିଭିନ୍ନ ଦାବି ନେଇ ରାଜରାସ୍ତାରେ ସହ ସହ ପାଚିକା ବସିଛନ୍ତି। ସେପଟେ ଦିନକୁ 80 ଟଂକା ଦରମା ରେ ସରକାର ପାଚିକା ମାନଙ୍କୁ କାମ କରାଉଛନ୍ତି ଯାହା ନ୍ୟାୟ ସଙ୍ଗତ ନୂହେଁ, ସରକାରଙ୍କୁ ସଂଘ ଅନୁରୋଧ କରିଛି ମାସକୁ ଦରମା 13 ହଜାର 860 ଟଙ୍କାର ପ୍ରଦାନ କରନ୍ତୁ।


Spread the love

Leave A Reply

Your email address will not be published.