ସାଧାରଣ କ୍ଷେତ୍ରରେ ଷ୍ଟାମ୍ପ ଡ୍ୟୁଟି ସଂସ୍କାରକୁ Credai ଓଡିଶାର ସ୍ୱାଗତ

Spread the love

ଭୁବନେଶ୍ୱର: ଓଡ଼ିଶା ସରକାର, ସାଧାରଣ କ୍ଷେତ୍ର ଏବଂ ସୁବିଧା ହସ୍ତାନ୍ତର ଉପରେ ଷ୍ଟାମ୍ପ ଡ୍ୟୁଟିକୁ ଯୁକ୍ତିଯୁକ୍ତ କରି ଆପାର୍ଟମେଂଟ ପ୍ରକଳ୍ପର ପଞ୍ଜୀକରଣ ପ୍ରକ୍ରିୟାରେ ଏକ ପ୍ରମୁଖ ସଂସ୍କାର ଆଣିଛନ୍ତି । ଏହି ପଦକ୍ଷେପକୁ ଭାରତୀୟ ରିଅଲ ଇଷ୍ଟେଟ୍ ଡେଭଲପର୍ସ ଆସୋସିଏସନ୍ (Credai), ଓଡ଼ିଶା ରାଜ୍ୟ ଫେଡେରେସନ୍ ଆନ୍ତରିକ କୃତଜ୍ଞତା ଜଣାଇଛି । ଦଲିଲ ସମ୍ପାଦନ ପାଇଁ ୫% ଷ୍ଟାମ୍ପ ଡ୍ୟୁଟି ଦେବାର ଆବଶ୍ୟକତା ଆପାର୍ଟମେଂଟ ମାଲିକମାନଙ୍କ ଉପରେ ଏକ ବଡ଼ ଆର୍ôଥକ ବୋଝ ସୃଷ୍ଟି କରିଥିଲା ଏବଂ ସଠିକ୍ ସମୟରେ ପଞ୍ଜିକରଣ କରିବା କ୍ଷେତ୍ରରେ ବ୍ୟାବହାରିକ ବାଧା ସୃଷ୍ଟି କରିଥିଲା । ଏହି ସମସ୍ୟାର ସମାଧାନ କରିବା ଏବଂ ପ୍ରକ୍ରିୟାକୁ ସରଳ କରିବା ପାଇଁ, ରାଜ୍ୟ ସରକାର ବର୍ତମାନ ଇଣ୍ଡିଆନ ଷ୍ଟାମ୍ପ ଆକ୍ଟ, ୧୮୯୯’ ର ସିଡ୍ୟୁଲ-ଆଇ-ଏ ର ଆର୍ଟିକିଲ-୨୩ ଅଧୀନରେ ଏକ ନୂତନ ‘କ୍ଲଜ୍‌-ଡି\’ ସନ୍ନିବେଶିତ କରିଛନ୍ତି । ଏହି ସଂଶୋଧନ ଫଳରେ, ସାଧାରଣ ସ୍ଥାନ ଏବଂ ସୁବିଧାଗୁଡ଼ିକର ହସ୍ତାନ୍ତର ଦଲିଲ ସମ୍ପାଦନ ପାଇଁ ‘ଅଲୋଟି ଆସୋସିଏସନ’କୁ ବର୍ତମାନ ମାତ୍ର ୫୦,୦୦୦ ଟଙ୍କାର ଏକ ନାମମାତ୍ର ଷ୍ଟାମ୍ପ ଶୁଳ୍କ ଦେବାକୁ ପଡ଼ିବ ।
ନ୍ୟାସନାଲ କ୍ରେଡାଇର ଉପାଧ୍ୟକ୍ଷ ତଥା କ୍ରେଡାଇ ଓଡ଼ିଶା ଷ୍ଟେଟ୍ ଫେଡେରେସନର ସଭାପତି ଶ୍ରୀ ସ୍ୱଦେଶ କୁମାର ରାଉତରାୟ, ସମ୍ପାଦକ ଶ୍ରୀ ଅନିଲ କୁମାର ଅଗ୍ରୱାଲ ଏବଂ କ୍ରେଡାଇ ଭୁବନେଶ୍ୱରର ସଭାପତି ଶ୍ରୀ ଶେଖ୍ ମେରାଜୁଲ ହକ୍‌, ସମ୍ପାଦକ ଶ୍ରୀ କଳିଙ୍ଗ କେଶରୀ ରଥଙ୍କ ସମେତ କ୍ରେଡାଇ ଓଡ଼ିଶା ଷ୍ଟେଟ୍ ଫେଡେରେସନ ଓ ଏହାର ସହର ଶାଖାଗୁଡ଼ିକର ଅନ୍ୟାନ୍ୟ କର୍ମକର୍ତାମାନେ, ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ମାନ୍ୟବର ଆଇନ ବିଭାଗ ମନ୍ତ୍ରୀ ଏବଂ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ତଥା ଏକାମ୍ର-ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂହଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟର ଗୃହ କ୍ରେତା ଏବଂ ହାଉସିଂ ସୋସାଇଟିଗୁଡ଼ିକ ସମ୍ମୁଖୀନ ହେଉଥିବା ଏକ ଦୀର୍ଘ ଦିନର ସମସ୍ୟାର ସମାଧାନ ପାଇଁ ସେମାନଙ୍କର ସକ୍ରିୟ ଏବଂ ତ୍ୱରିତ ପଦକ୍ଷେପ ନିମନ୍ତେ ଏହି ଧନ୍ୟବାଦ ଅର୍ପଣ କରାଯାଇଛି ।
ଏହି ନିଷ୍ପତିକୁ ସ୍ୱାଗତ କରି କ୍ରେଡାଇ ଓଡ଼ିଶାର ସଭାପତି ଶ୍ରୀ ରାଉତରାୟ କହିଛନ୍ତି, “ଏହା ଏକ ପ୍ରଗତିଶୀଳ ଏବଂ ଗୃହମାଲିକ-ଅନୁକୂଳ ସଂସ୍କାର, ଯାହା ଆପାର୍ଟମେଂଟ ପଞ୍ଜିକରଣ କ୍ଷେତ୍ରରେ ଥିବା ଏକ ପ୍ରମୁଖ ଆର୍ôଥକ ଏବଂ ପ୍ରକ୍ରିୟାଗତ ବାଧାକୁ ଦୂର କରିଛି । ଆପାର୍ଟମେଂଟ ମାଲିକମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇ ଏକ ସ୍ୱଚ୍ଛ, ବ୍ୟାବହାରିକ ଏବଂ ଦକ୍ଷ ବ୍ୟବସ୍ଥା ପ୍ରସ୍ତୁତ କରିଥିବାରୁ ଆମେ ଓଡ଼ିଶା ସରକାର, ବିଶେଷ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ ଏବଂ ରାଜସ୍ୱ ବିଭାଗକୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ । ଏହି ପଦକ୍ଷେପ ଆପାର୍ଟମେଂଟ ମାଲିକାନା ବ୍ୟବସ୍ଥାକୁ ଯଥେଷ୍ଟ ମଜବୁତ କରିବ ଏବଂ ଗୃହ କ୍ରେତାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବ ।” କ୍ରେଡାଇ ଓଡ଼ିଶା ଦର୍ଶାଇଛି ଯେ, ଏହି ସଂଶୋଧନ କେବଳ ‘ଅଲୋଟି ଆସୋସିଏସନ\’ ଗଠନ ଏବଂ ପଞ୍ଜିକରଣକୁ ସହଜ କରିବ ନାହିଁ, ବରଂ ସାଧାରଣ ସ୍ଥାନଗୁଡ଼ିକର ସୁରୁଖୁରୁରେ ହସ୍ତାନ୍ତର ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବ, ଆଇନଗତ ସ୍ପଷ୍ଟତା ବଢ଼ାଇବ ଏବଂ ରାଜ୍ୟରେ ଗୃହ ନିର୍ମାଣ କ୍ଷେତ୍ରର ସୁବ୍ୟବସ୍ଥିତ ଅଭିବୃଦ୍ଧିରେ ସହାୟକ ହେବ ।


Spread the love

Leave A Reply

Your email address will not be published.