ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜ ପକ୍ଷରୁ ଏନର୍ଜାଇଜ୍ ଇଣ୍ଡିଆ କ୍ୟାମ୍ପେନ୍‌ର ଶୁଭାରମ୍ଭ

Spread the love

ଭୁବନେଶ୍ୱର : ଡାବର କମ୍ପାନୀର ଅଗ୍ରଣୀ ଇନ୍‌ଷ୍ଟାଂଟ୍ ଏନର୍ଜି ଡ୍ରିଙ୍କ୍ ଡାବର ଗ୍ଲୁକୋଜ ପକ୍ଷରୁ ଦେଶର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ପ୍ରମୁଖ କ୍ରୀଡା ଅନୁଷ୍ଠାନଗୁଡିକରେ ଯୁବ କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ‘ଏନର୍ଜାଇଜ୍ ଇଣ୍ଡିଆ’ ନାମକ ଏକ ବିଶାଳ କ୍ୟାମ୍ପେନର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି କ୍ୟାମ୍ପେନର ଅଂଶ ଭାବେ ଡାବର ଗ୍ଲୁକୋଜ ପକ୍ଷରୁ ଗତ ଗୁରୁବାର ଦିନ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟରେ ଶକ୍ତି ଓ ସାମର୍ଥ୍ୟର ପରିଚାଳନା ପ୍ରସଙ୍ଗ ଉପରେ ଏକ ସ୍ୱତନ୍ତ୍ର ସଚେତନତା ଅଧିବେଶନର ପରିଚାଳନା କରାଯାଇଥିଲା ଯେଉଁଥିରେ ଏହି କ୍ଷେତ୍ରର ପ୍ରତିଷ୍ଠିତ ଡାକ୍ତର ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଏହି ଅଧିବେଶନ କ୍ରୀଡାବିତ୍‌ମାନଙ୍କୁ ନିଜର ପ୍ରଦର୍ଶନକୁ ଉନ୍ନତ କରିବା ଓ ନିଜର ପୂର୍ଣ୍ଣ କ୍ଷମତାକୁ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ମୂଲ୍ୟବାନ ତଥ୍ୟ ଓ ରଣନୀତି ପ୍ରଦାନ କରିଥିଲା । ଡାବର ପକ୍ଷରୁ ଏହି ଏକାଡେମିର ଅନେକ ଶୀର୍ଷ ଆଥ୍‌ଲେଟମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା ।

ଏହି କ୍ୟାମ୍ପେନ ସମ୍ପର୍କରେ ଡାବର ଇଣ୍ଡିଆ ଲିମିଟେଡର କର୍ପୋରେଶନ କମ୍ୟୁନିକେଶନ୍ସ ବିଭାଗର ମ୍ୟାନେଜର ଦିନେଶ କୁମାର କହିଛନ୍ତି, “ ଆମେ ଯୁବ କ୍ରୀଡବିତଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ନିଜର କ୍ରୀଡାରେ ଉତ୍କର୍ଷତା ହାସଲ କରିବା ପାଇଁ ଆବଶ୍ୟକୀୟ ଶକ୍ତି ପ୍ରଦାନ କରିବା ଲାଗି ଆମର ‘ଏନର୍ଜାଇଜ୍ ଇଣ୍ଡିଆ’ କ୍ୟାମ୍ପେନର ଶୁଭାରମ୍ଭ କରି ଖୁସି ଅନୁଭବ କରୁଛୁ । ଏକ ବ୍ରାଣ୍ଡ ଭାବେ ଡାବର ଗ୍ଲୁକୋଜ କ୍ରୀଡାବିତ୍‌, କ୍ରୀଡା ଉତ୍ସାହୀ ଓ ଏକ ସକ୍ରିୟ ଜୀବନଶୈଳୀକୁ ଅନୁସରଣ କରୁଥିବା ଲୋକମାନଙ୍କ ପାଇଁ ଏକ ଉପଯୁକ୍ତ ଫିଟ୍ ଅଟେ । ଏହି ଉତ୍ପାଦକୁ ତତ୍କାଳ ଶକ୍ତି ବୃଦ୍ଧି ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି, ଯାହା ଶାରୀରିକ ଗତିବିଧିରେ ନିୟୋଜିତ ବ୍ୟକ୍ତିମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।”

ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ସୁନୀତା ବର୍ମାଙ୍କ ଦ୍ୱାରା ପରିଚାଳିତ ଏହି ଏନର୍ଜି ସେଶନଗୁଡିକରେ ଉନ୍ନତ ପ୍ରଦର୍ଶନ ନିଶ୍ଚିତ କରିବା ପାଇଁ ଯୁବ କ୍ରୀଡାବିତମାନଙ୍କୁ ଉପଯୁକ୍ତ ପୋଷଣ ଓ ହାଇଡ୍ରେଶନର ମହତ୍ୱ ସମ୍ପର୍କରେ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅଧିବେଶନରେ ସହନଶକ୍ତି ଓ ସାମର୍ଥ୍ୟକୁ ଉନ୍ନତ କରିବା ପାଇଁ ଟିପ୍‌ସ ଓ ଟେକ୍‌ନିକ ଅନ୍ତର୍ଭୁକ୍ତ ଥିଲା, ଯାହା କୌଣସି କ୍ରୀଡାବିତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଶ୍ରୀଯୁକ୍ତ କୁମାର ଆହୁରି ମଧ୍ୟ କହିଛନ୍ତି, “ଡାବର ଗ୍ଲୁକୋଜ ସବୁବେଳେ ଯୁବପିଢିଙ୍କ ମଧ୍ୟରେ ଏକ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ରହିଛି । ଯୁବ କ୍ରୀଡାବିତଙ୍କ ସହିତ ଏହି ସହଭାଗିତା ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ଆଉ ଏକ ପଦକ୍ଷେପ ଅଟେ । ଏହାର ସତେଜ ସ୍ୱାଦ ଓ ତତ୍କାଳ ଶକ୍ତି ବୃଦ୍ଧି ସହିତ ଡାବର ଗ୍ଲୁକୋଜ ହେଉଛି ଶକ୍ତିସମ୍ପନ୍ନ ରହିବା ଏବଂ ନିଜର ସର୍ବୋତମ ପ୍ରଦର୍ଶନ ଦେବା ପାଇଁ ଯୁବ କ୍ରୀଡାବିତଙ୍କ ପାଇଁ ଏକ ଉପଯୁକ୍ତ ପସନ୍ଦ ।”


Spread the love

Leave A Reply

Your email address will not be published.