ଆଇଡିଏଠାରୁ ଡାବର ରେଡ ପେଷ୍ଟକୁ ମିଳିଲା ସମ୍ମାନଜନକ ସିଲ ଅଫ ଆକ୍ସେପ୍ଟାନ୍ସ

Spread the love

ଭୁବନେଶ୍ୱର : ଭାରତର ପ୍ରଥମ ଘରୋଇ ଆୟୁର୍ବେଦିକ ଟୁଥ୍‌ପେଷ୍ଟ ବ୍ରାଣ୍ଡ ଭାବେ ଡାବର ରେଡ୍ ପେଷ୍ଟ ଇଣ୍ଡିଆନ ଡେଂଟାଲ ଆସୋସିଏଶନ (ଆଇଡିଏ)ଠାରୁ ସମ୍ମାନଜନକ ସିଲ୍ ଅଫ୍ ଆକ୍ସେପ୍ଟାନ୍ସ ଗ୍ରହଣ କରିଛି । ଏହା ହେଉଛି ଏକ ସ୍ୱୀକୃତି ଯାହା ସୁରକ୍ଷିତ ଓ ପ୍ରଭାବଶାଳୀ ମୁଖ ଯତ୍ନ ପ୍ରଦାନ କରିବା ପ୍ରତି ବ୍ରାଣ୍ଡର ପ୍ରତିବଦ୍ଧତାକୁ ଆଲୋକପାତ କରେ । ଏହି ସଫଳତା ସମ୍ପର୍କରେ ୱାର୍ଲ୍ଡ ଡେଂଟାଲ ଶୋ’ରେ ଘୋଷଣା କରାଯାଇଥିଲା ଯେଉଁଥିରେ ୫୦୦୦ରୁ ଅଧିକ ଅଗ୍ରଣୀ ଡେଂଟିଷ୍ଟ ଓ ଡେଂଟିଷ୍ଟ୍ରୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଶୋ’ ବ୍ରାଣ୍ଡର ସ୍ୱତନ୍ତ୍ର ଆୟୁର୍ବେଦିକ ଐତିହ୍ୟ ସହିତ ଡାବର ରେଡ୍ ପେଷ୍ଟ୍‌ର ଡାକ୍ତରୀ ରୂପେ ପ୍ରମାଣିତ ଲାଭଗୁଡିକୁ ପ୍ରଦର୍ଶିତ କରିଥିଲା । ଆଇଡିଏ ସିଲ୍ ଅଫ୍ ଆକ୍ସେପ୍ଟାନ୍ସକୁ ଏକ ବିସ୍ତୃତ ବୈଜ୍ଞାନିକ ମୂଲ୍ୟାୟନ ଉପରେ ଆଧାର କରି ଅନୁମୋଦନ କରାଯାଇଥାଏ ଯାହା ଡାବର ରେଡ୍ ପେଷ୍ଟ୍‌ର ସୁରକ୍ଷିତ ଓ ଦକ୍ଷ ମାନକଗୁଡିକର ଅନୁପାଳନକୁ ସୁନିଶ୍ଚିତ କରୁଛି । ଡାକ୍ତରୀ ପ୍ରମାଣ ଦର୍ଶାଉଛି ଯେ, ଡାବର ରେଡ୍ ପେଷ୍ଟ ଦାନ୍ତ ବିନ୍ଧିବା, ମାଢିରୁ ରକ୍ତ ବାହାରିବା, ପାଟିରୁ ଦୁର୍ଗନ୍ଧ ବାହାରିବା, ଦାନ୍ତ ହଳଦିଆ ପଡିବା, କ୍ୟାଭିଟି, ପ୍ଲାକ୍ ଓ ଜୀବାଣୁ ସୃଷ୍ଟି ହେବା ଭଳି ଦାନ୍ତ ଓ ପାଟିର ବିଭିନ୍ନ ସମସ୍ୟାଗୁଡିକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ଏହି ସ୍ୱୀକୃତି ସମ୍ପର୍କରେ ଡାବର ଇଣ୍ଡିଆ ଲିମିଟେଡର ମାର୍କେଟିଂ ବିଭାଗର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଅଭିଶେକ ଜୁଗ୍‌ରାନ କହିଛନ୍ତି, “ଡାବର ରେଡ୍ ପେଷ୍ଟ୍ ପାଇଁ ଆଇଡିଏ ସିଲ୍ ଅଫ୍ ଆକ୍ସେପ୍‌ଟାନ୍ସ ଆମର ପାଟେଂଟେଡ ଆୟୁର୍ବେଦିକ ଫର୍ମୂଲାର ସୁରକ୍ଷା ଓ ପ୍ରଭାବଶାଳୀତାକୁ ଦର୍ଶାଉଛି । ଭାରତର ପ୍ରଥମ ଘରୋଇ ବ୍ରାଣ୍ଡ ଭାବେ ଏହି ସମ୍ମାନ ହାସଲ କରିବା ଆମ ପାଇଁ ଏକ ଗର୍ବର ମୁହୂର୍ତ ଅଟେ । ଆମେ ମୁଖ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେବା ପ୍ରତି ଆଇଡିଏର ଉତ୍ସର୍ଗୀକୃତତାକୁ ପ୍ରଶଂସା କରୁଛୁ ଏବଂ ଡାବର ରେଡ୍ ପେଷ୍ଟ ଦାନ୍ତର ସମସ୍ୟାକୁ ରୋକିବା ଓ ହ୍ରାସ କରିବା ପାଇଁ ଏକ ପ୍ରମାଣିତ ସମାଧାନ ଅଟେ ବୋଲି ଉପଭୋକ୍ତାଙ୍କୁ ନିଶ୍ଚିତ କରିବା କ୍ଷେତ୍ରରେ ସେମାନଙ୍କର ବହୁମୂଲ୍ୟ ସ୍ୱରକୁ ସମ୍ମାନ ଦେଉଛୁ । ଏହି ସହଭାଗିତା ମାଧ୍ୟମରେ ଡାବର ରେଡ୍ ପେଷ୍ଟ୍ ଆଧୁନିକ ବିଜ୍ଞାନ ଏବଂ ଆୟୁର୍ବେଦର ଜ୍ଞାନର ଏକ ଅନନ୍ୟ ମିଶ୍ରଣ ପ୍ରଦାନ କରୁଛି ।” ସେହିପରି ଆଇଡିଏର ସାଧାରଣ ସଚିବ ଡଃ ଅଶୋକ ଧୋବ୍‌ଲେ କହିଛନ୍ତି, “ ୫୦୦୦ ବର୍ଷରୁ ଅଧିକ ସମୟ ହେବ ଆୟୁର୍ବେଦିକ ପ୍ରତିକାରଗୁଡିକୁ ବିଶ୍ୱାସ କରାଯାଇଆସୁଛି ଏବଂ ଡାବର ରେଡ୍ ପେଷ୍ଟ୍‌କୁ ନେଇ ଆଇଡିଏର ଗ୍ରହଣୀୟତର ଜଟିଳ ବୈଜ୍ଞାନିକ ମୂଲ୍ୟାୟନ ଉପରେ ଆଧାରିତ ରହିଛି । ଚିକିତ୍ସକୀୟ ଅଧ୍ୟୟନ ଦାନ୍ତ ସମସ୍ୟାକୁ ହ୍ରାସ କରିବା ଓ ସାମଗ୍ରିକ ମୁଖ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ଏହାର ପ୍ରଭାବଶାଳୀତାକୁ ନିଶ୍ଚିତ କରିଛି । ଏହି ସ୍ୱୀକୃତି ଏକ ଗର୍ବର ମୁହୂର୍ତ ଅଟେ କାରଣ ଡାବର ରେଡ୍ ପେଷ୍ଟ ହେଉଛି ଏହି ବ୍ୟାଜ୍ ହାସଲ କରିଥିବା ପ୍ରଥମ ଘରୋଇ ବ୍ରାଣ୍ଡ । ଉନ୍ନତ ମୁଖ ଯତ୍ନ ପାଇଁ ଆଧୁନିକ ବିଜ୍ଞାନ ଓ ଆୟୁର୍ବେଦ ମଧ୍ୟରେ ଅନ୍ତରକୁ ଦୂର କରିବା କ୍ଷେତ୍ରରେ ଏହା ଏକ ପଦକ୍ଷେପ ଅଟେ ।”


Spread the love

Leave A Reply

Your email address will not be published.