ଦାରିଙ୍ଗବାଡ଼ି, ୧୧/୧୧ (ବିଶ୍ଵରୂପା ବେହେରା):ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି( daringbadi)ରେ କିଛି ଦିନ ହେଲା କ୍ରମାଗତ ଭାବେ ତାପମାତ୍ର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଏହା ଫଳରେ ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଥଣ୍ଡା ସହ ଶୀତ(winter) ବୃଦ୍ଧି ପାଉଛି। ପର୍ୟ୍ୟଟକଙ୍କ(tourist) ସଂଖ୍ୟା ବଢ଼ୁଛି।୬ ତାରିଖରେ ୧୫ ଡିଗ୍ରୀ ସେଲସିୟସ ଥିବା ବେଳେ ୭ ତାରିଖରେ ଏହା ୨ ଡିଗ୍ରୀ ସେଲସିୟସ ହ୍ରାସ ପାଇ ୧୩ ଡିଗ୍ରୀ ସେଲସିୟସ ହୋଇଥିଲା। ସେହିପରି ୮ ତାରିଖରେ ୧ ଡିଗ୍ରୀ ସେଲସିୟସ ହ୍ରାସ ପାଇ ୧୨ ଡିଗ୍ରୀ ସେଲସିୟସ ଓ ଗତକାଲି ୯ ତାରିଖରେ ପୁଣି ୧ ଡିଗ୍ରୀ ସେଲସିୟସ ହ୍ରାସ ପାଇ ୧୧ ଡିଗ୍ରୀ(degree) ସେଲସିୟରେ ପହଁଚିଛି।
ଦାରିଙ୍ଗବାଡ଼ିରେ ଥଣ୍ଡା ଓ ଶୀତ ବୃଦ୍ଧି ପାଇଥିବାରୁ ଏହାର ମଜା ନେବା ପାଇଁ ପର୍ୟ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ତାସହିତ ବ୍ଳକ ଅଞ୍ଚଳ ରେ ଶୀତ ଆସିଥିବାରୁ ଲୋକଙ୍କ ପୋଷାକ ପରିଧାନରେ ପରିବର୍ତ୍ତନ ହୋଇ ଶୀତବସ୍ତ୍ର ବ୍ୟବହାର ଆରମ୍ଭ ହେବା ସହ ପ୍ରଭାତ(morning) ଭ୍ରମଣ, ଯୁବଗୋଷ୍ଠୀ ବ୍ୟାୟାମ କରିବା ପାଇଁ ପଡ଼ିଆ ଓ ରାସ୍ତାରେ ସଂଖ୍ୟା ବୃଦ୍ଧି ପାଇଛି। ଏହା ସହିତ ଶୀତବସ୍ତ୍ର ବିକ୍ରି ଉଠା ଦୋକାନ ଖୋଲିଛି। ଚା ଦୋକାନରେ ସକାଳ ଓ ସନ୍ଧ୍ୟାରେ ଭିଡ଼ ଦେଖିବାକୁ ମିଳୁଛି।