DHAULI ଧଉଳି: ରକ୍ତରଞ୍ଜିତ ଯୁଦ୍ଧ ଭୂମିରୁ ଶାନ୍ତିର ପଥ
ଆଜି ଧଉଳି କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବଂର ଏହା ମାନବ ଜାତି ପାଇଁ ଏକ ଶିକ୍ଷା
ଢେଙ୍କାନାଳ; ୧୯।୦୩।୨୬( ଶୁଭସ୍ମିତା ଜେନା ): ଧଉଳି ଓଡିଶାର ଐତିହାସିକ ମାନଚିତ୍ରରେ ଏକ ଅତ୍ୟନ୍ତ ପବିତ୍ର ଓ ଗରିମାମୟ ସ୍ଥାନ । ଭୁବନେଶ୍ୱରରୁ ପ୍ରାୟ ୮ କିମି ଦୂରରେ ଦୟା ନଦୀର ନୀରବ କୂଳରେ ଅବସ୍ଥିତ ଧଉଳିଗିରିା ଯାହା ଏକଦା ଭାରତର ଭୟାଭୟ ଇତିହାସର ସାକ୍ଷୀ ରହିଛି । ଖ୍ରୀ.ପୂ.୨୬୧ ମସିହାରେ ଏଠାରେ ଘଟିଥିଲା ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ । ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ସହ କଳିଙ୍ଗର ସ୍ୱାଧିନତା ପାଇଁ ହୋଇଥିଲା ରକ୍ତପାତର ଯୁଦ୍ଧ । ଯୁଦ୍ଧରେ ଲକ୍ଷାଧିକ ଲୋକେ ନିହତ, ଆହତ ଓ ବନ୍ଦୀ ହୋଇଥିଲୋ ଦୟାରେ ବୋହିଥିଲା ରକ୍ତର ନଦୀା ଯାହା ଲୋକକଥା ଓ ଐତିହାସିକ ଲେଖାରୁ ଜଣା ପଡୋ ରକ୍ତର ନଦୀକୁ ଦେଖି ସମ୍ରାଟ ଅଶୋକଙ୍କ ହୃଦୟରେ ଗଭୀର ପରିବର୍ତ୍ତନ ଆସିଥିଲା । ସେହି ପରିବର୍ତ୍ତନର ପ୍ରତୀକ ଭାବେ ଧଉଳି ଆଜି ସମଗ୍ର ବିଶ୍ୱରେ ପରିଚିତ ହୋଇରହିଛି ।
ଯୁଦ୍ଧର ଅନ୍ତରେ ମୃତ ଦେହ, ବିଧବା ଓ ଅନାଥଙ୍କ ଚିକ୍ରାର ତାଙ୍କୁ ବିଚଳିତ କରିଥିଲ।। ଏହା ପରେ ବିଶ୍ୱ ବିଜୟୀ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲୋ ଅହିଂସା ଓ କରୁଣାକୁ ଆପଣେଇ, ବୈାଦ୍ଧ ଧର୍ମର ପ୍ରତିଷ୍ଠା କରିଥିଲେ । ଧଉଳି ମଧ୍ୟ ପରିବର୍ତ୍ତନର ପଥ ଭାବେ ଆଜି ପର୍ଯ୍ୟନ୍ତ ଠିଆ ହୋଇଛିା

ପାହାଡ ଉପରେ ଥିବା ଅଶୋକଙ୍କ ଶିଳାଲିପି ଏହି ଐତିହାସିକ ଘଟଣାର ଜୀବନ୍ତ ମୁକ ସାକ୍ଷୀ । ଏଠାରେ ଖୋଦିତ ଶିଳାଲିପିରେ ଧର୍ମ, ନ୍ୟାୟ, ମାନବିକତା, କର୍ତ୍ତବ୍ୟ, ଓ ବାର୍ତ୍ତାର ଉଲ୍ଲେଖ ରହିଛି । ଭାରତୀୟ ଇତିହାସର ସବୁଠାରୁ ପ୍ରାଚୀନ ଲପିଗୁଡିକ ମଧ୍ୟରୁ ଏହା ଅନ୍ୟତମ । ଧଉଳିର ଅନ୍ୟ ଏକ ଆକର୍ଷଣ ହେଉଛି ଶାନ୍ତି ସ୍ତୂପ । ଜାପାନର ବୁଦ୍ଧ ସଂଘ ଓ କଳିଙ୍ଗ ନିପୋନ୍ ବୁଦ୍ଧ ସଂଘ ଦ୍ୱାରା ନିର୍ମିତ ଏହି ସ୍ତୂପ ଅହିଂସା ଓ ବିଶ୍ୱଶାନ୍ତିର ସନ୍ଦେଶ ଦେଇଥାଏ । ସ୍ତୂପଟି ଶାନ୍ତିର ପ୍ରତୀକ ଧଳା ରଙ୍ଗର ରଙ୍ଗୀତ । ବୁଦ୍ଧଙ୍କ ଜୀବନ ସମ୍ବନ୍ଧୀୟ ଅନେକ ଶିଳ୍ପକଳା ପ୍ରାଚୀର ସାରା ଖୋଦିତ ହୋଇରହିଛିା ଯାହା ପର୍ଯ୍ୟଟକଙ୍କୁ ଇତିହାସ ବଖାଣୀଥାଏ ।
ଆଜି ଧଉଳି କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବଂର ଏହା ମାନବ ଜାତି ପାଇଁ ଏକ ଶିକ୍ଷା । ଯୁଦ୍ଧ ଓ ହିଂସା କିପରି ଧ୍ୱଂସ ଆଣେ ଏବଂ ଶାନ୍ତି ଓ ଅହିଂସା କିପରି ସମାଜକୁ ନୂଆ ଦିଗ ଦେଇପାରେ ଧଉଳି ତାହାର ଜୀବନ୍ତ ଉଦାହରଣ । ପ୍ରତିବର୍ଷ ଦେଶ-ବିଦେଶରୁ ହଜାର ହଜାର ପର୍ଯ୍ୟଟକ, ଶାନ୍ତିପ୍ରେମୀ, ଐତିହାସିକମାନେ ଏଠାକୁ ଆସି ପ୍ରେରଣା ନେଉଛନ୍ତିା
ଆଜି ଆଧୁନିକ ପ୍ରଯୁକ୍ତିର ଆଲୋକରେ ପୁନର୍ଜୀବିତ ହୋଇଉଠିଛିା ଏଠାରେ ଆୟୋଜିତ ଲାଇଟ୍ ଏବଂ ସାଉଣ୍ଡ କାର୍ଯ୍ୟକ୍ରମ କେବଳ ମନୋରଞ୍ଜନ ପାଇଁ ନୁହେଁ , ବଂର ଏହା ଅତୀତ ଓ ବର୍ତ୍ତମାନକୁ ଯୋଡୁଥିବା ଏକ ସାଂସ୍କୃତିକ ସେତୁ । ଯାହା କଳିଙ୍ଗ ଯୁଦ୍ଧର ଭୟାଭୟତା, ସମ୍ରାଟ ଅଶୋକଙ୍କ ମନୋପରିବର୍ତ୍ତନ, ଅହିଂସା ନୀତିକୁ ଜୀବନ୍ତ ଭାବେ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନ କରୁଛି । ଇତିହାସକୁ ଶୁଣିବା ନୁହେଁ , ଅନୁଭବ କରିବାର ଏହି ପ୍ରୟାସ ଧଉଳିକୁ ଆଧୁନିକ ଓଡିଶାର ଏକ ନୂଆ ସାଂସ୍କୃତିକ ପରିଚୟ ଦେଇଛି ।
#dhauli #odisha #dhaulishantistupa #tourisim #kalingawar