Dhenkanal Laxmi pଢେଙ୍କାନାଳ ଲକ୍ଷ୍ମୀପୂଜା – ୮୨ ବର୍ଷର ଗୌରବ ଓ ଆସ୍ଥାର ଉଜ୍ଜଳ ଦୀପ
ସ୍ୱାଧୀନତା ପୂର୍ବରୁ ଆରମ୍ଭ ହୋଇଥିବା ପୂଜା ଆଜି ଭାରତୀୟସ୍ତରୀୟ ସାଂସ୍କୃତିକ ଉତ୍ସବ : ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ

ଢେଙ୍କାନାଳ :- ୧୬/୧୦ (ନମିତା ଗିରି ) :- ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଏବେ କେବଳ ଓଡ଼ିଶା ନୁଁହ ଭାରତର ସବୁଠାରୁ ବଡ଼ ପୂଜା ମହୋତ୍ସବ ଭାବରେ ଗଣ୍ୟ | ୧୯୪୨-୪୩ ରେ ଆରମ୍ଭ ହୋଇଥିବା ଏହି ପୂଜା ଏବେ ୮୨ ବର୍ଷର ଐତିହ୍ୟର ସାକ୍ଷୀ |ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାଇ ସ୍ୱାଧୀନତା ପୂର୍ବରୁ ଓ ପରେ କିଛି ବ୍ୟବସାୟୀ, ଶିଳ୍ପୀ ଓ ଭକ୍ତମାନେ ମିଳି ମା ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥିଲେ, ପ୍ରଥମେ ମିନାବଜାର ପୂଜା କମିଟି ଏହାକୁ ଆୟୋଜନ କରିଥିବା ବେଳେ ପରେ ପରେ ଅନ୍ୟ ପୂଜା କମିଟି ମାନେ ଏହାକୁ ଆରମ୍ଭ କରିଥିଲେ | ଯାହା ଏବେ ଢେଙ୍କାନାଳର ପୂଜା ଐତିହ୍ୟର ଆଧାରସ୍ତମ୍ଭ ଭାବରେ ପରିଚିତ ହୋଇଛି |
ସୂଚନା ଅନୁଯାଇ ୧୯୫୦-୬୦ ଦଶକରେ ଅନେକ କ୍ଳବ ଓ ଗ୍ରାମାଞ୍ଚଳରେ ନୂତନ ପୂଜା କମିଟି ଗଠନ ହୋଇଥିଲା |ରଙ୍ଗୀନ ପେଣ୍ଡାଲ, ଶିଳ୍ପୀୟ ମୂର୍ତ୍ତି ଓ ଆଲୋକ ସଜା ଢେଙ୍କାନାଳକୁ ଆଲୋକିତ କରିବା ସହ ସହରରେ ପରିଣତ କରିଥିଲା |୧୯୮୦ ଓ ୯୦ ଦଶକରେ ବିଭିନ୍ନ ଗଣମାଧ୍ୟମ ଏହାକୁ ଅନେକ ପ୍ରସାର କରିବା ସହ ଲୋକାଭିମୁଖୀ କରିଥିଲେ | ସେହି ଠାରୁ ଢେଙ୍କାନାଳ ଲକ୍ଷ୍ମୀପୂଜା ଓଡ଼ିଶାର ଗୌରବ ଓ ଐତିହର ଅଂଶ ହୋଇଛି | ପୂଜା ସମୟରେ ନୃତ୍ୟ, ଗୀତ, ନାଟକ, ପ୍ରଦର୍ଶନୀ ଓ ପ୍ରତିଯୋଗୀତା ଆୟୋଜିତ ହେଉଥିବା ବେଳେ ଏହାକୁ ଏକ ସାଂସ୍କୃତିକ ମହତ୍ସବ ଭାବରେ ପରିଗଣିତ ହେଉଛି | ଏହି ଢେଙ୍କାନାଳ ଲକ୍ଷ୍ମୀପୂଜା ଭାରତର ସବୁଠାରୁ ବଡ଼ ପୂଜାମାନଙ୍କ ମଧ୍ୟରୁ ଅନ୍ୟ ଏକ | ଏବଂ ପ୍ରତିବର୍ଷ ଏଠାକୁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି ଓ ଓଡ଼ିଶାର ସଂସ୍କୃତି ଓ ଭକ୍ତିର ମିଳିନ ର ଅପୂର୍ଵ ଦୃଶ୍ୟ ଦେଖିବାକୁ ମିଳିଥାଏ | ଚଳିତ ବର୍ଷ ଏକ ବହୁବର୍ଷର ଅପେକ୍ଷାର ଅନ୍ତ ହୋଇଛି ଯାହାକି ଢେଙ୍କାନାଳ ଲକ୍ଷ୍ମୀପୂଜା କୁ ଐତିହାସିକ ପୂଜା ଭାବେ ମାନ୍ୟତା ମିଳିବ ସହ ସହରରେ ଥିବା ୩୮ଟି ପୂଜା ମଣ୍ଡପ କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି | ଏଥିନିମନ୍ତେ ରାଜ୍ୟ ସରକାରଙ୍କୁ ଢେଙ୍କାନାଳ ମିଳିତ ପୂଜା କମିଟି ର ସଭାପତି ରୁଦ୍ରନାରାୟଣ ତ୍ରିପାଠୀ ଧନ୍ୟବାଦ ଦେଇଛନ୍ତି |