ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଆସନ୍ତା ୩ବର୍ଷ ମଧ୍ୟରେ ଏହାର ବ୍ୟବସାୟକୁ ରାଜ୍ୟ ତଥା ଦେଶର ବିଭିନ୍ନ ସହରକୁ ସଂପ୍ରସାରିତ କରି ରାଜ୍ୟବାସୀଙ୍କ ପାଇଁ ପାଂଚ ହଜାରରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ଯୋଜନା ପ୍ରସ୍ତୁତି କରିଛି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଶିକ୍ଷାବିତ୍ ସ୍ୱର୍ଗତ ଦାଶରଥୀ ନାୟକଙ୍କ ୧୦୬ତମ ଜନ୍ମବାର୍ଷିକୀ ଅବସରରେ ପାଳିତ ଡିଏନ୍ ଗ୍ରୁପର ପ୍ରତିଷ୍ଠା ଦିବସ ଡିଏନ୍ ଡେ’ ୨୦୨୫ରେ ଅନୁଷ୍ଠାନର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକ ଏନେଇ କଂପାନୀର କର୍ମକର୍ତା ତଥା ହିତାଧିକାରୀଙ୍କୁ ସୂଚନା ପ୍ରଦାନ କରିଛନ୍ତି ।
ଡିଏନ୍ ଗ୍ରୁପ ଆସନ୍ତା ଦିନରେ ଜାତୀୟ ସ୍ତରରେ ଏହାର ବ୍ୟବସାୟ ସଂପ୍ରସାରଣ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରୁଛି । ଡିଏନ୍ ଗ୍ରୁପ ସବୁବେଳେ ରାଜ୍ୟର ଭିତିଭୂମିର ବିକାଶ, ଶିକ୍ଷା କ୍ଷ୍ରେତ୍ରରେ ନୂତନ ସମ୍ଭାବନା ପ୍ରସ୍ତୁତି, ହୋଟେଲ ବ୍ୟବସାୟ ତଥା ପର୍ଯ୍ୟଟନ ଶିଳ୍ପର ବିକାଶ ଏବଂ ଏହାର ପ୍ରଚାର ପ୍ରସାର ନିମନ୍ତେ ମିଡିଆ କ୍ଷେତ୍ରରେ କାର୍ଯ୍ୟକରି ଓଡ଼ିଶାର ପ୍ରଗତିରେ ନିଜକୁ ସାମିଲ କରିଆସୁଅଛି ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ନାୟକ କହିଛନ୍ତି ।
ଡିଏନ୍ ହୋମ୍ସର ନିର୍ଦ୍ଦେଶିକା ଶ୍ରୀମତି ରତ୍ନମାଳା ସ୍ୱାଇଁ ନିଜର ବକ୍ତବ୍ୟରେ କହିଛନ୍ତି ଯେ, ଆମେ ଏକ ସ୍କେଲ୍ଡ୍, ଲାଭଜନକ ଏବଂ ସାଂଗଠନିକ ପରିଚାଳିତ ଉଦ୍ୟୋଗ ନିର୍ମାଣ କରୁଛୁ, ଯାହା ଶାସନ, ଆର୍ôଥକ ଶୃଙ୍ଖଳା ଏବଂ ସଂଗଠନାତ୍ମକ ଡିଜାଇନ୍ ରେ ସୁସଂଗଠିତ ସଂସ୍କାର ଦ୍ୱାରା ସମର୍ôଥତ । ସେଥିନିମନ୍ତେ ଡିଏନ୍ ଗ୍ରୁପ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବ୍ୟବସାୟରେ ଅନୁଭବ ରଖିଥିବା ସି.ଏକ୍ସ.ଓ ସ୍ତରୀୟ ଲିଡରମାନଙ୍କୁ ନିଯୁକ୍ତ କରିଛି । ଏହି ପରିବର୍ତନ ଡିଏନ୍ ଗ୍ରୁପକୁ ଏକ ସୁବ୍ୟବସ୍ଥିତ, ସୁଶାସିତ ଅନୁଷ୍ଠାନରେ ପରିଣତ କରି ଆସନ୍ତା ୩ବର୍ଷ ଭିତରେ ଆଇପିଓ ଯିବା ନିମନ୍ତେ ପଥ ପରିସ୍କାର କରିବ । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଦାଶରଥୀ ନାୟକଙ୍କ ସ୍ମୃତିରେ ସ୍ଥାପିତ ଡିଏନ୍ ଗ୍ରୁପ ଏକ ସଫଳ ଉଦ୍ୟୋଗ ଭାବେ ତିନି ଦଶନ୍ଧିରୁ ଅଧିକ ଦିନଧରି ରାଜ୍ୟରେ କାର୍ଯ୍ୟ କରିଆସୁଅଛି ।
Next Post