ଓଡିଏମର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ସିବିଏସଇ ଦିଲ୍ଲୀ ଗଭର୍ଣ୍ଣିଂ ବଡିର ସଦସ୍ୟ ଭାବେ ମନୋନୀତ

Spread the love

ଭୁବନେଶ୍ୱର : ଓଡିଏମ୍‌ର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସିବିଏସ୍‌ଇ, ଦିଲ୍ଲୀର ଗଭର୍ଣ୍ଣିଂ ବଡିର ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ଭାରତବର୍ଷର ଚାରିଜଣ ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ତାଙ୍କର ଏହି ସର୍ବୋଚ୍ଚ ସମିତିକୁ ମନୋନୟନ ହେବା ସମଗ୍ର ଓଡିଶା ପାଇଁ ଏକ ବୃହତର ଗର୍ବ ଓ ଗୌରବର ବିଷୟ । ସିବିଏସଇର ବରିଷ୍ଠ ଅଧିକାରୀ ଚିଠି ଦ୍ୱାରା ଭାରତ ସରକାରଙ୍କର ଏହି ମନୋନୟନର ନିର୍ଣ୍ଣୟକୁ ଡ. ମୀନକେତନଙ୍କୁ ଜଣାଇବା ସହିତ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଅବସରରେ ସମଗ୍ର ଭାରତ ତଥା ଓଡିଶାରେ ଥିବା ଓଡିଏମ୍‌ର ସମସ୍ତ ଅନୁବନ୍ଧିତ ବିଦ୍ୟାଳୟ ତଥା ଅନ୍ୟ ଶିକ୍ଷା ସଂସ୍ଥାନମାନେ ଡ. ମୀନକେତନଙ୍କୁ ଶୁଭକାମନା ଓ ଅଭ୍ୟର୍ଥନା ଜଣାଇଛନ୍ତି ।

ଡ. ମୀନକେତନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତଥା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ନିଜର ଗଭୀର ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହିତ କହିଛନ୍ତି ଯେ, ବୃହତର ଜନକଲ୍ୟାଣ ନିମିତ ଦେଶରେ ଶିକ୍ଷାର ବିକାଶ ଓ ସମୃଦ୍ଧି ହେତୁ ଏହି ବଡ ଦାୟିତ୍ୱକୁ ସେ ନିଶ୍ଚୟ ହାର୍ଦ୍ଦିକତା ଓ ପ୍ରତିବଦ୍ଧତାର ସହିତ ବହନ କରି ସମ୍ପୂର୍ଣ୍ଣ କରିବେ । ଡ. ମୀନକେତନଙ୍କ ଏଭଳି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ଡଃ ପି.କେ. ଦାସ, ବିତ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ୱୟନ୍ ସତ୍ୟେନ୍ଦୁ, ଶିକ୍ଷା-ନିର୍ଦ୍ଦେଶକ ଡ.ଆର୍ତତ୍ରାଣ ମିଶ୍ର ତଥା ସମସ୍ତ କର୍ମକର୍ତା, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକମାନେ ତଥା ସମଗ୍ର ରାଜ୍ୟର ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।


Spread the love

Leave A Reply

Your email address will not be published.