ସ୍ୱପ୍ନ ଦେଖ, ନମ୍ର ରୁହ, ସଫଳତା ପାଅ: ଏସ୍‌.ଏନ୍‌.ସୁବ୍ରମଣ୍ୟମ୍‌

Spread the love

ଭୁବନେଶ୍ୱର, : ସ୍ୱପ୍ନ ଦେଖନମ୍ର ରୁହ ଓ ନିଜର ୩୫ ବର୍ଷ ବୟସ ହେବା ପୂର୍ବରୁ କିଛି ସଫଳତା ହାସଲ କରି ଦେଖାଅ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି କର୍ପୋରେଟ୍ ଇଣ୍ଡିଆର ଅନ୍ୟତମ ପ୍ରମୁଖ ବ୍ୟକ୍ତିଲାର୍ସନ୍ ଆଣ୍ଡ୍ ଟୁବ୍ରୋ (ଏଲଆଣ୍ଡଟି) ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଏସ୍‌. ଏନ୍‌. ସୁବ୍ରମଣ୍ୟମ୍। କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ ଦ୍ୱାରା ଆୟୋଜିତ ‘ଶିଳ୍ପ ସିମ୍ପୋଜିମ୍ ୫.୦’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସୁବ୍ରମଣ୍ୟମ୍ ସବୁଜ ହାଇଡ୍ରୋଜେନ୍ ବିପ୍ଳବକୃତ୍ରିମ ବୁଦ୍ଧିମତ୍ତା ଓ ଇଭି ରୂପାନ୍ତରଣରୁ ସୃଷ୍ଟି ହେଉଥିବା ସୁଯୋଗଗୁଡ଼ିକୁ ହାସଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ନବୀକରଣ ଯୋଗ୍ୟ ଶକ୍ତିକୃତ୍ରିମ ବୁଦ୍ଧିମତ୍ତା ଓ ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଆଦୃତ ରୂପାନ୍ତରିତ ଶିଳ୍ପ ଦୃଶ୍ୟପଟ୍ଟ ଉପରେ ସେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେଶିକ୍ଷା ପାଇଁ ତୁମେମାନେ ତୁମ ପିତାମାତା ଏବଂ ଶିକ୍ଷକଙ୍କ ବଳିଦାନକୁ କେବେ ଭୁଲିଯାଅ ନାହିଁ। ନିଜର ଜିଜ୍ଞାସାକୁ ଆହୁରି ବଢ଼ାଇବା ସହ କରିପାରିବିକରିବି ଓ ଏହାକୁ ସାକାର କରିବି ମନୋଭାବରେ ଅଗ୍ରସର ହେବାକୁ ସେ ଆହ୍ୱାନ କରିଥିଲେ।

ଭବିଷ୍ୟତକୁ ଆକାର ଦେଉଥିବା ପ୍ରମୁଖ ବିଶ୍ୱ ପରିବର୍ତ୍ତନ ଉପରେ ଆଲୋକପାତ କରି ସେ କହିଲେସୌର ଏବଂ ସବୁଜ ହାଇଡ୍ରୋଜେନ୍ ବିପ୍ଳବରୁ କୃତ୍ରିମ ବୁଦ୍ଧିମତ୍ତା ଏବଂ ଇଭି ରୂପାନ୍ତର ହେଉଛି। ୟୁଏଇ ଭଳି ଦେଶଗୁଡ଼ିକ ପୂର୍ବରୁ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରୁଛନ୍ତି। ଆବୁଧାବିର ସଂପୂର୍ଣ୍ଣ ଶକ୍ତି ବ୍ୟାଟେରୀ ସିଷ୍ଟମ ଦ୍ୱାରା ପରିଚାଳିତ ବୋଲି ସେ ସୂଚନା ଦେଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଏଆଇଇଭି ଓ ସବୁଜ ଶକ୍ତିରେ ଦେଖା ଦେଉଥିବା ବିଶାଳ ସୁଯୋଗର ଅନୁସନ୍ଧାନ କରିବାକୁ ଆହ୍ୱାନ କରିଥିଲେ। କର୍ପୋରେଟ୍ ଜ୍ଞାନ ଏବଂ ବ୍ୟକ୍ତିଗତ ପରାମର୍ଶକୁ ମିଶ୍ରଣ କରି ଶ୍ରୀ ସୁବ୍ରମଣ୍ୟମ୍ ଛାତ୍ରଛାତ୍ରୀଙ୍କୁ ଦୃଢ଼ ରହିବା ଏବଂ ସେମାନଙ୍କର ମୂଳକୁ ମୂଲ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହକୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନକିଟ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ନିର୍ଦ୍ଦେଶକ ଡ କୁମାର ମହାନ୍ତି ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପୂର୍ବାହ୍ନରେ ସେ କିଟ୍ ଓ କିସ୍ କ୍ୟାମ୍ପସ ପରିଦର୍ଶନ କରିବା କିସ୍‍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ। କିସ୍‍ ଜରିଆରେ ହଜାର ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଦିଗରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଥିଲେ।


Spread the love

Leave A Reply

Your email address will not be published.