ପିତୃ ଦିବସ ଉପଲକ୍ଷେ ଏସବିଆଇ ଲାଇଫର ସ୍ୱତନ୍ତ୍ର ଅଭିଯାନ

Spread the love

ଭୁବନେଶ୍ୱର: ଏହି ପିତୃ ଦିବସରେ ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଏହାର ପାପା ହୈନା ଡିଜିଟାଲ ପ୍ରପର୍ଟି ଅଧୀନରେ ‘ପାପା ଭୁଲତେ ନେହିଁ\’ ଅଭିଯାନକୁ ଉପସ୍ଥାପନ କରାଯାଇଛି । ଏହା ହେଉଛି ଏକ ଡିଜିଟାଲ ବିଜ୍ଞାପନ ସିନେମା ଯେଉଁଥିରେ ପିତୃତ୍ୱର ଶାନ୍ତ ଦୃଢ଼ତା ଓ ଦୀର୍ଘସ୍ଥାୟୀ ପ୍ରତିଶ୍ରୁତିକୁ ଉପସ୍ଥାପନ କରାଯାଇଛି । ନିତିଦିନିଆ ଆଦର, ଶୃଙ୍ଖଳା ଓ ସହନଶୀଳତା ସହିତ ଏହି ସିନେମା ସେହି ବାପାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଯେଉଁମାନେ ଅନେକ ଭୂମିକା ତୁଲାଇଥାନ୍ତି, କିନ୍ତୁ ନିଜ ପ୍ରିୟଜନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କେବେ ଭୁଲନ୍ତି ନାହିଁ । ଏହି ସିନେମାରେ ଡାକ୍ତର, ଚାଷୀ, ଅଗ୍ନିଶମ ଅଧିକାରୀ ଓ ଶିକ୍ଷକଙ୍କୁ ବାପା ଭୂମିକାରେ ଦେଖାଯାଇଛି ଯେଉଁମାନେ ନିଜ ପେସା ସହିତ ଜଣେ ବାପା ଭଳି ଭୂମିକାରେ ଦର୍ଶାଯାଇଛି । ଏଠାରେ ବାର୍ତା ସ୍ପଷ୍ଟ ‘ଯିଏ ନିଜ ଉଦ୍ଦେଶ୍ୟ ଓ ନିଜ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କେବେ ଭୁଲନ୍ତି ନାହିଁ, ସେ ହେଉଛନ୍ତି ବାପା ।’


ଏସମ୍ପର୍କରେ ଏସବିଆଇ ଲାଇଫ ଇନସ୍ୟୁରାନ୍ସର ବ୍ରାଣ୍ଡ, କର୍ପୋରେଟ ଯୋଗାଯୋଗ ଓ ସିଏସଆର ମୁଖ୍ୟ ଶ୍ରୀ ରବୀନ୍ଦ୍ର ଶର୍ମା କହିଛନ୍ତି ଯେ, ‘ପାପା ଭୁଲତେ ନେହିଁ\’ ହେଉଛି ଏସବିଆଇ ଲାଇଫର ‘ପାପା ହୈ ନା’ ଡିଜିଟାଲ୍ ପ୍ରପର୍ଟି ଅଧୀନରେ ଆମର ନୂତନ ଡିଜିଟାଲ୍ ଫିଲ୍ମ ଯାହା ପିତାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି, ସେହି ପିତାମାନଙ୍କ ପାଇଁ ଯେଉଁମାନେ ନିଜ ଜୀବନକୁ ଦାୟିତ୍ୱ ଏବଂ ସମ୍ପର୍କ ସହିତ ସନ୍ତୁଳନ ରକ୍ଷା କରନ୍ତି । ଏସବିଆଇ ଲାଇଫରେ ଆମେ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନର ଶକ୍ତିରେ ବିଶ୍ୱାସ କରୁ । ଏହି ଡିଭିସି ମାଧ୍ୟମରେ ଆମେ ସେହି ପିତାମାନଙ୍କୁ ସଲାମ ଜଣାଉଛୁ ଯେଉଁମାନେ ଆମ ବ୍ରାଣ୍ଡ ଦର୍ଶନ ‘ଆପନେ ଲିୟେ, ଆପନୋ କେ ଲିୟେ\’କୁ ଜୀବନ୍ତ କରନ୍ତି ।”
ଡେନସୁ କ୍ରିଏଟିଭ୍ ଇସୋବାରର ସଭାପତି ସାହିଲ୍ ଶାହା କହିଛନ୍ତି ଯେ, “ଡେନସୁ କ୍ରିଏଟିଭ୍ ଇସୋବାରରେ ଆମେ ଏସବିଆଇ ଲାଇଫ୍ ସହିତ ପୁନର୍ବାର ସହଯୋଗୀ ହୋଇ ‘ପାପା ହୈ ନା’ର ସାରମର୍ମକୁ ଆମର ପ୍ରେରଣାଦାୟକ ପିତୃ ଦିବସ ଅଭିଯାନ ‘ପାପା ଭୁଲତେ ନେହିଁ\’ ସହିତ ଗଭୀର ଅର୍ଥ ଯୋଡି ଗୌରବାନ୍ୱିତ ମନେ କରୁଛୁ ।”

 


Spread the love

Leave A Reply

Your email address will not be published.