ଏକା-ଦ ୱାନ ପ୍ରଦର୍ଶନୀ ଉଦ୍‌ଯାପିତ

Spread the love

ଭୁବନେଶ୍ୱର: କଳାକାର, ଐତିହାସିକ, ବିଦ୍ୱାନ ଓ କଳାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଭୁବନେଶ୍ୱରର ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଆୟୋଜିତ ତିନି ଦିବସୀୟ ଜାତୀୟ ଭ୍ରମଣ କଳା ପ୍ରଦର୍ଶନୀ ଏକା-ଦ ୱାନ ଶେଷ ହୋଇଛି। କଳାକାର ଓ ସାମାଜିକ ଉଦ୍ୟୋଗୀ ଡଃ ବୀଣା ଉନ୍ନିକ୍ରିଷ୍ଣନଙ୍କ ଦ୍ୱାରା ଉପସ୍ଥାପିତ ଏହି ପ୍ରଦର୍ଶନୀ ଭୁବନେଶ୍ୱରବାସୀ ଖୁବ୍ ଅନୁପ୍ରାଣିତ କରିପାରିଛି । ଏହି ପ୍ରଦର୍ଶନୀରେ ଦର୍ଶକମାନେ ୬୪ଟି ଯୋଗିନୀ ପେଂଟିଙ୍ଗର ଏକ ଶୃଙ୍ଖଳାକୁ ଅନ୍ୱେଷଣ କରିବା ସହ ୱାଇ୬୪: ୱିସ୍‌ପର୍ସ ଅଫ୍ ଦ ଅନ୍‌ସିନ’ ଡକ୍ୟୁମେଂଟାରୀରେ ନିମଜ୍ଜିତ ହୋଇଥିଲେ।
ହୀରାପୁର ଚଉଷଠି ଯୋଗିନୀ ମନ୍ଦିରରର ଆଧ୍ୟାତ୍ମିକ ଐତିହ୍ୟରୁ ପ୍ରେରଣା ହାସଲ କରିଥିବା ଏହି ପ୍ରଦର୍ଶନୀ ୬୪ ଯୋଗିନୀଙ୍କ ଏକ ଆକର୍ଷଣୀୟ ଆଧୁନିକ ବିଶ୍ଳେଷଣ ପ୍ରଦାନ କରିଥିଲା। ଯାହା ଏହି ପ୍ରଦର୍ଶନୀକୁ ବାସ୍ତବରେ ଉଲ୍ଲେଖନୀୟ କରିଥିଲା ତାହା ହେଉଛି ଜଣେ କଳାକାରଙ୍କ ଦ୍ୱାରା ସମସ୍ତ ୬୪ ଯୋଗିନୀଙ୍କ ପ୍ରଥମ ସମ୍ପୂର୍ଣ୍ଣ ସମସାମୟିକ ଶୃଙ୍ଖଳାର ଉପସ୍ଥାପନା, ଯାହା ଭାରତର ବିକଶିତ କଳା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରିଛି। ଡଃ ବୀଣା ଉନ୍ନିକ୍ରିଷ୍ଣନ ଉଲ୍ଲେଖ କରିଛନ୍ତୀ ଯେ, ଏକା-ଦ ୱାନ ହେଉଛି ମହତ୍ୱାକାଂକ୍ଷା ’୬୪ ଯୋଗିନୀ ଟ୍ରେଲ’ର ଏକ ଅଂଶ, ଏହା ହେଉଛି ୧୬ଟି ରାଜ୍ୟରେ ୧୦୦୦୦ କିଲୋମିଟରରେ ପରିବ୍ୟାପ୍ତ ଏକ ଯାତ୍ରା, ଯାହା ଆଧୁନିକ ଦର୍ଶକଙ୍କ ପାଇଁ ଭାରତର ପବିତ୍ର ନାରିତ୍ୱ ପରମ୍ପରାକୁ ପୁନର୍ଜୀବିତ ଓ ପୁନଃବ୍ୟାଖ୍ୟା କରିବା ପାଇଁ ଲକ୍ଷ୍ୟ ରଖିଛି। ଏହାର ସଫଳ ଭୁବନେଶ୍ୱର ଅଧ୍ୟାୟକୁ ବ୍ୟାପକ ପ୍ରଶଂସା ମିଳିବା ସହିତ ଏହି ପ୍ରଦର୍ଶନୀ ଏବେ ନିଜର ଜାତୀୟସ୍ତରୀୟ ଯାତ୍ରା ବଜାୟ ରଖିଛି।


Spread the love

Leave A Reply

Your email address will not be published.