ଭୁବନେଶ୍ୱର ଏୟାରପୋର୍ଟରେ ଫାଷ୍ଟଟ୍ୟାଗ୍‌-ଆଧାରିତ ସ୍ମାର୍ଟ ପାର୍କିଙ୍ଗ୍ ସଲ୍ୟୁଶନର ଶୁଭାରମ୍ଭ

Spread the love

ଭୁବନେଶ୍ୱର : ଗ୍ରାହକଙ୍କ ସୁବିଧା ପାଇଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଇଂଟରନ୍ୟାଶନାଲ ଏୟାରପୋର୍ଟରେ ଫାଷ୍ଟ୍‌ଟ୍ୟାଗ୍‌-ଆଧାରିତ ସ୍ମାର୍ଟ ପାର୍କିଙ୍ଗ୍ ସଲ୍ୟୁଶନକୁ ସକ୍ଷମ କରିବା ପାଇଁ ଭାରତର ଏକ ଅଗ୍ରଣୀ ଫାଷ୍ଟଟ୍ୟାଗ୍ ପ୍ରଦାନକାରୀ ସଂସ୍ଥା, ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପାର୍କ+ ସହ ସହଭାଗିତା କରିଛି । ଫାଷ୍ଟ୍‌ଟ୍ୟାଗ୍‌-ଆଧାରିତ ସ୍ମାର୍ଟ ପାର୍କିଙ୍ଗ୍ ସଲ୍ୟୁଶନ ଏୟାରପୋର୍ଟ ପାର୍କିଙ୍ଗ୍‌ରେ ଅଟୋମାଟିକ୍ କ୍ୟାଶଲେଶ୍ ପେମେଂଟ୍‌କୁ ସକ୍ଷମ କରିବା ସହିତ ପାର୍କିଙ୍ଗ୍ ଜୋନ୍‌ରେ ଯାନଗୁଡିକର ଯାତାୟତକୁ ବାଧାମୁକ୍ତ ଓ ସମୟ ସାପେକ୍ଷ କରୁଛି । ଏହି ସ୍ମାର୍ଟ ସଲ୍ୟୁଶନ ସହିତ ପାର୍କିଙ୍ଗ୍ ଫି’ ଯାନ ସହ ଜଡିତ ବୈଧ ଫାଷ୍ଟ୍‌ଟ୍ୟାଗ୍ ମାଧ୍ୟମରେ କଟାଯାଇଥାଏ, ଯାହାଫଳରେ ପେମେଂଟ୍ କରିବା ପାଇଁ କମ ସମୟ ଲାଗିଥାଏ । ଦେଶବ୍ୟାପୀ ପ୍ରମୁଖ ପାର୍କିଙ୍ଗ ସ୍ଥାନଗୁଡିକରେ ଧାଡିରେ ଅତିବାହିତ କରାଯାଉଥିବା ସମୟକୁ ହ୍ରାସ କରି ପେମେଂଟ୍ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ଏହି ଦୁଇଟି ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ସେମାନେ ଅନ୍ୟ ସହରର ଏୟାରପୋର୍ଟଗୁଡିକରେ ମଧ୍ୟ ଏହି ସେବା ଉପଲବ୍ଧ କରିବେ ।

ଏହି ସହଭାଗିତା ସମ୍ପର୍କରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ମୁଖ୍ୟ ପରିଚାଳନା ଅଧିକାରୀ ଗଣେଷ ଅନନ୍ତନାରାୟଣନ୍ କହିଛନ୍ତି, ‘ଆମେ ଆମର ଗ୍ରାହକଙ୍କୁ ଏକ ସରଳ, ସୁରକ୍ଷିତ ଓ ବାଧାହୀନ ପେମେଂଟ୍ ଅନୁଭୂତି ଦେବା ପାଇଁ ଲକ୍ଷ୍ୟ ରଖିଛୁ । ଆମେ ଭୁବନେଶ୍ୱର ଏୟାରପୋର୍ଟରେ ଫାଷ୍ଟଟ୍ୟାଗ୍‌-ଆଧାରିତ ସ୍ମାର୍ଟ ପାର୍କିଙ୍ଗ୍ ସଲ୍ୟୁଶନର ଶୁଭାରମ୍ଭ କରିବା ପାଇଁ ପାର୍କ+ ସହିତ ସହଭାଗିତା କରି ଆନନ୍ଦିତ । ଏୟାରପୋର୍ଟ ପାର୍କିଙ୍ଗ୍ ସ୍ଥାନଗୁଡିକରେ ବଢୁଥିବା ଭିଡ ମଧ୍ୟରେ ଅନେକ ସମୟ ବଂଚାଇବାରେ ସାହାଯ୍ୟ କରିବ ଏବଂ ଯାତାୟତ ଅନୁଭୂତିକୁ ସୁଗମ କରିବାରେ ମଧ୍ୟ ସହଯୋଗ କରିବ ।’

ସେହିପରି ପାର୍କ+ର ପ୍ରତିଷ୍ଠାତା ଓ ସିଇଓ ଅମିତ ଲୋଖଟିଆ କହିଛନ୍ତି, ‘ପାର୍କ+ ଉପଭୋକ୍ତାଙ୍କ ପାଇଁ କାର୍ ମାଲିକାନା ଅନୁଭୂତିକୁ ଉନ୍ନତ କରିବା ଲାଗି ସମାନ ଚିନ୍ତାଧାରା ବିଶିଷ୍ଟ ସଂସ୍ଥାଗୁଡିକ ସହ ସହଭାଗିତା କରିବା ପାଇଁ ନିରନ୍ତର ପ୍ରୟାସ କରୁଛି । ଏହି ରଣନୀତିର ଅଂଶ ଭାବେ ଆମେ ଭୁବନେଶ୍ୱରକୁ ଆମର ଫାଷ୍ଟ୍‌ଟ୍ୟାଗ୍ ସକ୍ଷମ କ୍ୟାଶଲେଶ୍ ପାର୍କିଙ୍ଗ୍ ମ୍ୟାନେଜ୍‌ମେଂଟ୍ ସିଷ୍ଟମ ଆଣିବା ପାଇଁ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଓ ଭାରତୀୟ ବିମାନବନ୍ଦର କର୍ତୃପକ୍ଷଙ୍କ ସହ ସହଭାଗିତା କରି ଉତ୍ସାହିତ ଅଛୁ । ପାର୍କ+ରେ ଆମେ ଏଭଳି କିଛି ପଦକ୍ଷେପ ଗ୍ରହଣ କରିଛୁ ଯାହାକି ଏକ ପାର୍କିଙ୍ଗ ସ୍ପଟ୍ ସନ୍ଧାନ କରିବା ଭଳି ପାରମ୍ପରିକ ଭାବେ ଯନ୍ତ୍ରଣାଦାୟକ କାର୍ଯ୍ୟକୁ ସହଜ କରିଛି । ପାର୍କ+ ଆପ୍‌କୁ ଡାଉନ୍‌ଲୋଡ୍ କରି ଭୁବନେଶ୍ୱର ବାସିନ୍ଦା ନିଜର ଫାଷ୍ଟ୍‌ଟ୍ୟାଗ୍‌କୁ ରିଚାର୍ଜ କରିପାରିବେ, ଏକ କାର୍ ଇନ୍ସୁରାନ୍ସ ଅଫର୍ , କାର୍ ମେଂଟେନାନ୍ସ ପାର୍ଟନରଙ୍କୁ ସନ୍ଧାନ କରିପାରିବେ, ଏକ ପାର୍କିଂ ସ୍ଥାନ ଖୋଜିପାରିବେ ଓ ନିଜର ଚାଲାଣକୁ ଟ୍ରାକ୍ କରିପାରିବେ । ଆମର ଲକ୍ଷ୍ୟ ହେଉଛି ଭୁବନେଶ୍ୱରର ସମସ୍ତ କାର୍ ମାଲିକଙ୍କ ପାଇଁ ପାର୍କିଙ୍ଗ ଚିନ୍ତାକୁ ଦୂର କରିବା ଏବଂ ଆମେ ଆସନ୍ତା ୩ରୁ ୪ ମାସ ମଧ୍ୟରେ ଆମର ସ୍ମାର୍ଟ ପାର୍କିଙ୍ଗ୍ ସେବାଗୁଡିକୁ ବ୍ୟାପକ ରୂପେ ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖିଛୁ ।’


Spread the love

Leave A Reply

Your email address will not be published.