ଭୁବନେଶ୍ୱର,01/02: ସିଏମ୍ କିଷାନ ଯୋଜନାର ହିତାଧିକାରୀମାନଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛନ୍ତି। ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ଯୋଜନା ସହ ସମ୍ପୃକ୍ତ ବାଧ୍ୟତାମୂଳକ ଆବଶ୍ୟକତା ପୂରଣ କରିନାହାନ୍ତି, ସେମାନଙ୍କୁ ୨୮ ଫେବ୍ରୁଆରୀ ମଧ୍ୟରେ ପଞ୍ଜୀକରଣ ସମ୍ପୂର୍ଣ୍ଣ କରିବାକୁ ଆହ୍ୱାନ କରାଯାଇଛି।
ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପଞ୍ଜୀକରଣ କରିନଥିଲେ ସମ୍ପୃକ୍ତ ହିତାଧିକାରୀମାନେ ସିଏମ୍ କିଷାନ ଯୋଜନାର ଲାଭରୁ ବଞ୍ଚିତ ହୋଇପାରନ୍ତି ବୋଲି ସରକାର ସତର୍କ କରିଛନ୍ତି।
ପଞ୍ଜୀକରଣ ପାଇଁ ବ୍ୟାଙ୍କ୍ ଖାତା ସହ ଆଧାର ସଂଯୋଗୀକରଣ, କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ ଏବଂ ଆଧାର-ଲିଙ୍କ୍ ମୋବାଇଲ୍ ନମ୍ବର ମାଧ୍ୟମରେ e-KYC ସମ୍ପୂର୍ଣ୍ଣ କରିବା ବାଧ୍ୟତାମୂଳକ ଅଟେ।
ହିତାଧିକାରୀମାନେ ନିକଟସ୍ଥ ଜନ ସେବା କେନ୍ଦ୍ର (CSC) କିମ୍ବା ବ୍ୟକ୍ତିଗତ ଭାବେ ସିଏମ୍ କିଷାନ ପୋର୍ଟାଲ୍ (cmkisan.odisha.gov.in) ମାଧ୍ୟମରେ ପଞ୍ଜୀକରଣ କରାଇପାରିବେ।ଅଧିକ ସୂଚନା ପାଇଁ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର ୧୫-୫୩୩୩ ରେ ଯୋଗାଯୋଗ କରିପାରିବେ। ଉଲ୍ଲେଖନୀୟ ଯେ, ପିଏମ୍ କିଷାନ ଯୋଜନାର ଲାଭ ସହିତ ସିଏମ୍ କିଷାନ ଯୋଜନା ମାଧ୍ୟମରେ ରାଜ୍ୟର କୃଷକମାନେ ଅତିରିକ୍ତ ସହାୟତା ପାଇ ଆସୁଛନ୍ତି।