ଓଡ଼ିଶାର ଭୁବନେଶ୍ୱରରେ ନିଜର ଶାଖା ବିସ୍ତାର କଲା ଫାୟାରନେଟ୍

Spread the love

ଭୁବନେଶ୍ୱର : ଅଗ୍ନି ନିରାପତା ଶିଳ୍ପର ପ୍ରମୁଖ ଅଗ୍ରଣୀ ସଂସ୍ଥା ଫାୟାରନେଟ୍ ଓଡ଼ିଶାର ଭୁବନେଶ୍ୱରରେ ଏହାର ନୂତନ ଶାଖା କାର୍ଯ୍ୟାଳୟ ଖୋଲିବା ନେଇ ଘୋଷଣା କରି ଉାହିତ । ପ୍ରତିଷ୍ଠାତା ସୁଧାଂଶୁ ପା, ନିର୍ଦେଶକ ପ୍ରତୀକ ବର୍ମା ଓ ରୋହିତ ମହାପାତ୍ରଙ୍କ ନେତୃତ୍ୱରେ ଏହି ସମ୍ପ୍ରସାରଣ ଏକ ଗୁରୁତ୍ୱର୍ପୂ ମାଇଲଖୁଟ୍ ଭାବେ ପରିଗଣିତ ହୋଇଥିବା ବେଳେ ଫାୟାରନେଟ୍ ଏହାର ଅସାଧାରଣ ଅଗ୍ନି ନିରାପତା ଓ ସମାଧାନକୁ ଓଡ଼ିଶାର ହୃଦୟରେ ପହଂଚାଇଛି । ଦ୍ୱିତୀୟ ମହଲା, ପ୍ଲଟ୍ ନଂ ୨୨୭, ଷ୍ଟ୍ରିଟ୍ ନଂ ୭୯୦, ଜୁଡିଓର ବିପରୀତ ଦିଗରେ, ରୁପାଲି ଛକ, ସହିଦ ନଗର, ଭୁବନେଶ୍ୱର, ଜିଲ୍ଲା-ଖୋର୍ଦ୍ଧା, ଓଡ଼ିଶା, ପିନ୍ ୭୫୧୦୦୭ ଏହି ନୂତନ କାର୍ଯ୍ୟାଳୟ ଦ୍ରୁତ ବିକାଶଶୀଳ ଏହି ସହରରେ ଜୀବନ ଓ ସମ୍ପତିର ସୁରକ୍ଷା ପାଇଁ ଆମର ଲକ୍ଷ୍ୟ ।

ଫାୟାରନେଟ୍ର ନେତୃତ୍ୱର ସାମୂହିକ ଦୃଷ୍ଟିକୋଣ ରୁ ଭୁବନେଶ୍ୱରରେ ସମ୍ପ୍ରସାରଣ ପରିଚାଳିତ ହୋଇଛି । ଓଡ଼ିଶା ସହ ଗଭୀର ସମ୍ପର୍କ ରଖିଥିବା ପ୍ରତିଷ୍ଠାତା ସୁଧାଂଶୁ ପା ଅଗ୍ନି ନିରାପତାର ସର୍ବୋଚ୍ଚ ମାନଦଣ୍ଡରୁ ଭୁବନେଶ୍ୱର ଯେପରି ଉପକୃତ ହୁଅନ୍ତି, ସେଥିପ୍ରତି ସମର୍ପିତ । ଶ୍ରୀଯୁକ୍ତ ପା କହିଛନ୍ତି ଯେ, “ଫାୟାରନେଟ୍ ଜରିଆରେ ଆମେ କେବଳ ଅତ୍ୟାଧୁନିକ ଅଗ୍ନି ନିରାପତା ସମାଧାନ ଆଣିନାହୁଁ ବରଂ ଏହାର ରକ୍ଷଣାବେକ୍ଷଣ ଓ ସେବା ପ୍ରତି ଦୃଢ଼ ପ୍ରତିବଦ୍ଧତା ମଧ୍ୟ ଆଣିଛୁ । ଅଗ୍ନିନିର୍ବାପକ ପ୍ରକଳ୍ପ ପାଇଁ ଆମର ୩ ରୁ ୬ ବର୍ଷର ରକ୍ଷଣାବେକ୍ଷଣ ଯୋଜନା, ଆମର ସମସ୍ତ ଖୁଚୁରା ଗ୍ରାହକଙ୍କ ପାଇଁ ମାଗଣା ମାସିକ ସେବା ସହିତ, ସୁରକ୍ଷା ଏବଂ ସଚେତନତାର ସଂସ୍କୃତି ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କରାଯାଇଛି ଯାହା ଭୁବନେଶ୍ୱର ବାସିନ୍ଦାଙ୍କ କଲ୍ୟାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱର୍ପୂ ।”


Spread the love

Leave A Reply

Your email address will not be published.