ବେଙ୍ଗାଲୁରୁ : ଫ୍ଲିପ୍କାର୍ଟ ଏହାର ବହୁ ପ୍ରତିକ୍ଷୀତ ଦ ବିଗ୍ ବିଲିୟନ ଡେଜ୍ (ଟିବିବିଡି)ର ୧୧ତମ ସଂସ୍କରଣର ଶୁଭାରମ୍ଭ କରିଛି ଏବଂ ଏଥିସହିତ ଫ୍ଲିପ୍କାର୍ଟ ଭିଆଇପି ଓ ପ୍ଲସ୍ ଗ୍ରାହକଙ୍କ ପାଇଁ ୟର୍ଲି ଆକ୍ସେସ୍ ସେପ୍ଟେମ୍ବର ୨୬ ତାରିଖ ୨୦୨୪ରୁ ଆରମ୍ଭ ହୋଇଛି । ୟର୍ଲି ଆକ୍ସେସ ଓ ପ୍ରଥମ ଦିନରେ ଫ୍ଲିପ୍କାର୍ଟରେ ଗ୍ରାହକଙ୍କ ଭିଜିଟକୁ ମିଶାଇ ଏହି ସଂଖ୍ୟା ୩୩ କୋଟିରୁ ଅଧିକ ରେକର୍ଡ କରାଯାଇଛି ।
ଟିବିବିଡି’୨୪ ପ୍ରାରମ୍ଭିକ ଟ୍ରେଣ୍ଡ୍ଗୁଡିକ ସାମଗ୍ରିକ ଭାବେ ଏକ ସକାରାତ୍ମକ ଗ୍ରାହକ ଭାବନାକୁ ସୂଚିତ କରୁଥିବା ବେଳେ ମୋବାଇଲ, ଇଲେକ୍ଟ୍ରୋନିକ୍ସ, ଲାର୍ଜ ଆପ୍ଲାଏନ୍ସେସ, ଫ୍ୟାଶନ, ବିୟୁଟି ଓ ହୋମ୍ ପ୍ରଡକ୍ଟଗୁଡିକ ଗ୍ରାହକଙ୍କ ମଧ୍ୟରେ ସର୍ବୋଚ୍ଚ ଚାହିଦା ପରିଲକ୍ଷିତ କରିଛି ।
ଦ ବିଗ୍ ବିଲିୟନ ଡେଜ୍ର ୧୧ତମ ସଂସ୍କରଣ ଉପରେ ମତପ୍ରକାଶ କରି ଫ୍ଲିପ୍କାର୍ଟର ଗ୍ରୋଥ୍ ବିଭାଗର ଉପାଧ୍ୟକ୍ଷ ହର୍ଷ ଚୌଧୁରୀ କହିଛନ୍ତି, “ ପ୍ରତି ବର୍ଷ ଭାରତରେ ପାର୍ବଣ ଋତୁ ଦ ବିଗ୍ ବିଲିୟନ ଡେଜ୍ ସହ ଆରମ୍ଭ ହୋଇଥାଏ ଯାହା କେବଳ ଏକ ସପିଂ ଫେଷ୍ଟିଭାଲଠାରୁ ଅଧିକ କିଛି ଅଟେ; ଏହା ହେଉଛି ଏକ ସୁଯୋଗ ଯାହା ଜାତୀୟ ସ୍ତରରେ ଅଭିବୃଦ୍ଧି, ଉଦ୍ଭାବନ ଓ ସହଭାଗିତାକୁ ତ୍ୱରାନ୍ୱିତ କରିବା ସହିତ ବିବିଧ ସମୁଦାୟଗୁଡିକର ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିଥାଏ । ଦ ବିଗ୍ ବିଲିୟନ ଡେଜ୍ ଏକ ପ୍ରମୁଖ ସକ୍ଷମକାରୀ ହେବା ସହିତ ଫ୍ଲିପ୍କାର୍ଟ ଭାରତର ଡିଜିଟାଲୀକରଣ ଯାତ୍ରା ପାଇଁ ମୂଳଦୁଆ ସ୍ଥାପନ କରିଛି ।’
ଫ୍ଲିପ୍କାର୍ଟର ହାଇପରଭାଲ୍ୟୁ ପ୍ଲାଟ୍ଫର୍ମ ସପ୍ସି ପୂର୍ବ ପାର୍ବଣ ଋତୁ ତୁଳନାରେ ଗ୍ରାହକ ପରିଦର୍ଶନ କ୍ଷେତ୍ରରେ ୭୦% ବୃଦ୍ଧି ଓ ଟ୍ରାଞ୍ଜାକ୍ସନରେ ୨.୮ଗୁଣ ବୃଦ୍ଧି ହାସଲ କରିଛି । ଲାଇଫ୍ଷ୍ଟାଇଲ, ଆପାରେଲ, ହୋମ୍ ଆଣ୍ଡ କିଚେନ ଭଳି ଲୋକପ୍ରିୟ ବର୍ଗଗୁଡିକ ଦୁଇ ଗୁଣ ବୃଦ୍ଧି ପାଇଥିବା ବେଳେ ବିୟୁଟି ପର୍ସନାଲ କେୟାର ୩ ଗୁଣ ଅଭିବୃଦ୍ଧି ପରିଲକ୍ଷିତ କରିଛି ।
ମୁମ୍ବାଇ ଭଳି ସହରଗୁଡିକରେ ଆଜି, ହାଇପରଲୋକାଲ ପିନ୍କୋଡରେ ବିକ୍ରି କରାଯାଉଥିବା ସମସ୍ତ ଇଲେକ୍ଟ୍ରୋନିକ୍ସ ଉତ୍ପାଦଗୁଡିକର ୨୫% ଫ୍ଲିପ୍କାର୍ଟ ମିନିଟ୍ସ ଡେଲିଭରିରୁ ଆସିଛି । ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ସୁଲଭ ପେମେଂଟ୍ ସମାଧାନକୁ ସକ୍ଷମ କରାଯାଇଛି । ଗ୍ରାହକ ମାନେ ସୁପରକଏନ, କ୍ରୀଡାର କାର୍ଡ ଓ ଲାଟର ଇଏମଆଇ ଭଳି ସୁବିଧାର ଖୁବ ଲାଭ ଉଠାଉଛନ୍ତି ।