ସନ୍ଥକବି ଭୀମଭୋଇଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧା ସୁମନ ଅର୍ପଣ

Spread the love

ଭୁବନେଶ୍ୱର,୧୫/୦୨:ଓଡ଼ିଶା ବିଧାନସଭା ପାର୍ଶ୍ୱରେ ଥିବା ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସନ୍ଥକବିଙ୍କ ସ୍ମୃତିଚାରଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସନ୍ଥକବି ଭୀମଭୋଇ କେବଳ ଜଣେ ମହାନ କବି ବା ସନ୍ଥ ନ ଥିଲେ, ସେ ଥିଲେ ସାମାଜିକ ନ୍ୟାୟର ଶକ୍ତିଶାଳୀ ସ୍ୱର। ଅତ୍ୟନ୍ତ ସରଳ ଓ ସାବଲୀଳ ଭାଷାରେ ଭଜନ ଓ ଚଉତିଶା ମାଧ୍ୟମରେ ସେ ମାନବିକତା, ସରଳତା ଓ ସାମାଜିକ ସମାନତାର ବାର୍ତ୍ତା ପ୍ରଦାନ କରିଛନ୍ତି। ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ, ଏହି ମହାନ ଚିନ୍ତାଧାରା ଆଜି ସନ୍ଥକବିଙ୍କୁ ବିଶ୍ୱବିଦିତ କରିଛି।  ସନ୍ଥକବିଙ୍କ ମୁଖ ନିସୃତ ବାଣୀ ଆଜି କୋଟି କୋଟି ଲୋକଙ୍କୁ ପ୍ରେରିତ କରିଛି। ସନ୍ଥକବି ଭୀମଭୋଇଙ୍କର ଶ୍ରାଦ୍ଧ ଦିବସ ଅବସରରେ ମୁଁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଆଜି ସନ୍ଥକବି ଭୀମଭୋଇଙ୍କ ଶ୍ରାଦ୍ଧ ଦିବସ ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି ସନ୍ଥକବି ଭୀମଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


Spread the love

Leave A Reply

Your email address will not be published.