ପୂର୍ବାଞ୍ଚଳ ବଜାର ଉଦ୍ଦେଶ୍ୟରେ ଏହି ଗତିଶୀଳ ପଦକ୍ଷେପ
ଭୁବନେଶ୍ୱର, ୦୮ ଅଗଷ୍ଟ ୨୦୨୫ – ଭାରତରେ ଗ୍ରାହକ ସମ୍ମୁଖୀନ ନେଟୱାର୍କ ପ୍ରସାରଣ କାର୍ଯ୍ୟଯୋଜନାର ଅଂଶ ଭାବେ, ସ୍କୋଡା ଅଟୋ ଇଣ୍ଡିଆ ଏବେ ଭୁବନେଶ୍ୱରରେ ଏମ୍ପ୍ରିଓ ଆଲାଏଡ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ଦୁଇଟି ନୂତନ ଟଚପଏଣ୍ଟ (ଶୋରୁମ୍ ଓ ସର୍ଭିସ୍ ସେଣ୍ଟର) ଉଦଘାଟନ କରିଛି। ଏହି ସୁବିଧାମାନେ ସ୍କୋଡାକୁ ଓଡିଶାରେ ଆଉ ଏକ ପାଇଦାଦାୟକ ବଜାର ଭିତରେ ଦୃଢ଼ ଭାବେ ଅବସ୍ଥିତ କରିଛି।
ନୂଆ ଶୋରୁମ୍ ୪,୨୫୦ ବର୍ଗଫୁଟ ଅଞ୍ଚଳରେ ଥିବା ସହିତ ୬ଟି କାର ପ୍ରଦର୍ଶନ ପାଇଁ ଏକ ଆଧୁନିକ ଏବଂ ଆକର୍ଷଣୀୟ ପରିବେଶ ଦେଇଥାଏ। ସହିତ ଥିବା ସର୍ଭିସ୍ ସେଣ୍ଟର ୨୧,୦୦୦ ବର୍ଗଫୁଟ ଅଞ୍ଚଳ ଓ ୧୫ଟି ସର୍ଭିସ୍ ବେ ବ୍ୟବସ୍ଥା ସହିତ ଗ୍ରାହକଙ୍କୁ ଆଧୁନିକ ତଥା ସହଜ ସେବା ଦେବାକୁ ପ୍ରସ୍ତୁତ। ଏହି ଉଭୟ ଫେସିଲିଟି ସ୍କୋଡାର “ମଡର୍ନ ସଲିଡ୍” ଡିଜାଇନ୍ ଦର୍ଶନ ଅନୁସାରେ ଗଠିତ।
ଆଶୀଷ ଗୁପ୍ତା, ବ୍ରାଣ୍ଡ ଡାଇରେକ୍ଟର, ସ୍କୋଡା ଅଟୋ ଇଣ୍ଡିଆ କହିଛନ୍ତି,“ଭୁବନେଶ୍ୱରରେ ଏହି ନୂତନ ଅନୁଷ୍ଠାନ ଆମର ଦେଶବ୍ୟାପୀ ଗ୍ରାହକ ନିକଟତା ରଣନୀତିରେ ଏକ ଦୃଢ଼ ପଦକ୍ଷେପ। ଓଡିଶା ଏବଂ ପୂର୍ବାଞ୍ଚଳ ବଜାର ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହି ଟଚପଏଣ୍ଟମାନେ ଆମ ଗ୍ରାହକଙ୍କୁ ବିଶ୍ୱସ୍ତରୀୟ ବିକ୍ରୟ ଓ ସର୍ଭିସ୍ ଅନୁଭୂତି ପ୍ରଦାନ କରିବେ।”
ଅବିନାଶ ସାମଲ, ଡିଲର୍ ପ୍ରିନ୍ସିପାଲ୍, ଏମ୍ପ୍ରିଓ ଆଲାଏଡ୍, କହିଛନ୍ତି,“ସ୍କୋଡା ସହିତ ଏହି ଯାତ୍ରା ଆମ ପାଇଁ ଗର୍ବର ବିଷୟ। ଏହି ନୂଆ ସୁବିଧାଗୁଡ଼ିକ ମାଧ୍ୟମରେ ଭୁବନେଶ୍ୱରରେ ଆମେ ଗ୍ରାହକଙ୍କୁ ପ୍ରିମିୟମ୍ ଏବଂ ସହଜ ମାଲିକାନା ଅନୁଭୂତି ଦେବା ଉଦ୍ଦେଶ୍ୟରେ ପଦକ୍ଷେପ ଗ୍ରହଣ କରୁଛୁ।”
ଭୁବନେଶ୍ୱରର ଏହି ନୂଆ ଟଚପଏଣ୍ଟରେ ସ୍କୋଡା କ୍ୟାଲାକ୍, କୋଡିଆକ୍, ସ୍ଲାଭିଆ ଓ କୁଶାକ୍ ଭଳି ଲୋକପ୍ରିୟ ମଡେଲ୍ଗୁଡ଼ିକ ପ୍ରଦର୍ଶନ ହେବ। ସେଥିପାଇଁ ଗ୍ରାହକମାନେ ସୁପରକେୟାର୍, ବିସ୍ତାରିତ ୱାରେଣ୍ଟି, ଓ ମୂଲ୍ୟ ସେବା ଯୋଜନା ଭଳି ଆପର-ସେଲ୍ ସେବା ବ୍ୟବସ୍ଥାରୁ ଲାଭ ଉଠାଇପାରିବେ।