୨୦ ସାଂସଦ ଥାଇ ମଧ୍ୟ ଓଡିଶାକୁ ପୁଣି ଅବହେଳା, ଦୁଃଖ ପ୍ରକାଶ କଲେ ପୂର୍ବତ୍ତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

Spread the love

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ୪୮,୨୦,୫୧୨ କୋଟି ଟଙ୍କାର ବଜେଟରେ ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବା ସହ ମୋଦୀ ସରକାର ଚଳିତ ଏନଡିଏ ସରକାରରେ ମୁଖ୍ୟ ସହଯୋଗୀ ସାଜିଥିବା ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିଛି। ହେଲେ ଚଳିତ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ବହୁ ପ୍ରତିଶ୍ରୁତି ଦେଇ ମଧ୍ୟ ବିଜେପି ଓଡ଼ିଶା ପାଇଁ ସେମିତି କିଛି ଆଖି ଦୃଶୀଆ ଘୋଷଣା କରିନାହିଁ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖିନ ହେଉଥିବା ଓଡ଼ିଶା ପୂର୍ବରୁ ବହୁବାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ଦାବି କରିଆସୁଛି। କିନ୍ତୁ କେନ୍ଦ୍ର ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଚଳିତ ଥର ବିଜେପି ଓଡ଼ିଶାରେ ସରକାର କରିବା ପରେ ଲୋକ ଭାବୁଥିଲେ, ରାଜ୍ୟ ପାଇଁ କେନ୍ଦ୍ର ସରକାର କିଛି ଭଲ ଘୋଷଣା କରିବେ। କିନ୍ତୁ ତାହା ହେଲା ନାହିଁ।

ପ୍ରଥମ ଥର ପାଇଁ ଓଡିଶାରେ ସରକାର ଗଢିଥିବା ବିଜେପି ପୁଣିଥରେ ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷାକୁ ଦୂଳିସାତ କରିଦେଇଛି । ଏହି ବଜେଟ ସଂକ୍ରାନ୍ତରେ ଦୁଃଖ ପ୍ରକାଶ କରି ରାଜ୍ୟର ପୂର୍ବତ୍ତନ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ କରି କହିଛନ୍ତି ଯେ, “ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଙ୍କ ଦ୍ୱାରା ଉପସ୍ଥାପିତ ବଜେଟ୍ ଅତ୍ୟନ୍ତ ନିରାଶାଜନକ ଏବଂ ଦିଗହୀନ ମନେ ହୁଏ । ଯୁବକମାନେ ଚାକିରି ପାଇଁ କିଛି ଆଶା କରୁଥିଲେ, କୃଷକମାନେ ଅତିରିକ୍ତ ଆୟ ପାଇଁ ସହାୟତା ଆଶା କରୁଥିଲେ, ଦର ବୃଦ୍ଧିରେ କିପରି ଲଗାମ ଲାଗିବା ତାହା ଚାହୁଁଥିଲେ । ଏହା ବ୍ୟତୀତ ମଧ୍ୟବିତଙ୍କ ପାଇଁ ବିଶେଷ କିଛି ନାହିଁ । ଏହା ମଧ୍ୟ ଅତ୍ୟନ୍ତ ନିରାଶାଜନକ ଯେ ଆନ୍ଧ୍ରପ୍ରଦେଶ ଓ ବିହାରକୁ ଭଲ ଆର୍ଥିକ ପ୍ୟାକେଜ୍ ମିଳିଥିବା ବେଳେ ଓଡ଼ିଶା ଅସହାୟ ହୋଇପଡ଼ିଛି। ରାଜ୍ୟ ଦୃଷ୍ଟିକୋଣରୁ ଏହି ବଜେଟକୁ ଓଡ଼ିଶା ବିରୋଧୀ ବୋଲି କୁହାଯାଇପାରେ। ସଂସଦକୁ ପଠାଯାଇଥିବା ୨୦ ଜଣିଆ ଲୋକସଭା ସାଂସଦଙ୍କ ଦଳଠାରୁ ଲୋକମାନେ ଅଧିକ ଆଶା ରଖିଥିଲେ।।

ଆଉ ଏକ ସୁଯୋଗ ହାତଛଡ଼ା ହୋଇଛି।”


Spread the love

Leave A Reply

Your email address will not be published.