ବନକଲାଗି ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

Spread the love

ପୁରୀ,୧୮/୦୩:ପବିତ୍ର ଶ୍ରୀମନ୍ଦିରରେ ଆଜି ବନ୍ଦ ରହିବ ସାଧାରଣ ଦର୍ଶନ । ମହାପ୍ରଭୁଙ୍କ ବିଶେଷ ବନକଲାଗି ନୀତି ଥିବାରୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ଅସ୍ଥାୟୀ ନିଷେଧ ଜାରି ହୋଇଛି ।ଖବର ଅନୁଯାୟୀ, ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ସନ୍ଧ୍ୟା ପ୍ରାୟ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ଗୁପ୍ତ ନୀତି ଚାଲିବ ।

ଏହି ସମୟରେ ମନ୍ଦିର ମଧ୍ୟକୁ ଭକ୍ତମାନଙ୍କ ପ୍ରବେଶ ଉପରେ ପୂର୍ଣ୍ଣ ନିଷେଧ ରହିବ । ପ୍ରଥା ଅନୁଯାୟୀ, ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ପରି ପ୍ରାକୃତିକ ରଙ୍ଗ ବ୍ୟବହାର କରି ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ।
ବନକଲାଗି ନୀତି ପରେ ଶ୍ରୀଜିଉଙ୍କ ମୁଖମଣ୍ଡଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ ।


Spread the love

Leave A Reply

Your email address will not be published.